ପାର୍କିନସନ୍ସ ଏବଂ ଅଲଜାଇମର ରୋଗ ଥିଲେ ନିଶ୍ଚିତ ପିଅନ୍ତୁ ଗୋଲମରିଚ ପାଣି
ଗୋଲମରିଚକୁ ଆମେ ବିଭିନ୍ନ ଖାଦ୍ଯ ହେଉ ଅବା ଚା’ରେ ବ୍ଯବହାର କରିଥାଉ। ଏହାଦ୍ବାରା ଶରୀରକୁ ଅନେକ ପ୍ରକାର ଫାଇଦା ମିଳିଥାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି ଇମ୍ଫ୍ଲୋମେଣ୍ଟାରୀ ଗୁଣ ସ୍କିନ ଏବଂ ସ୍ବାସ୍ଥ୍ଯ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଏହି ପାଣି ପିଇବା ଦ୍ବାରା ସ୍କିନ ଗ୍ଲୋ କରିଥାଏ । ଏହାସହିତ ବ୍ଲଡ ସୁଗାର ଲେବଲକୁ ମଧ୍ୟ ବହୁ ସହଜରେ ମ୍ଯାନେଜ କରିପାରେ। ତେବେ ଆସନ୍ତୁ ଜାଣିବା ଆଉ କ’ଣ ଫାଇଦା ଦେଇଥାଏ।
କୌଣସି ଲୋକ ସମୟ ପୂର୍ବରୁ ବୁଢା ଦେଖାଯିବାର ପ୍ରଥମ କାରଣ ଫ୍ରି ରାଡିକିଲ୍ସ ହୋଇଥାଏ। ଯାହା ସ୍କିନ ସେଲ୍ସକୁ ଡ୍ଯାମେଜ କରିଦିଏ। କିନ୍ତୁ ଯଦି ଆପଣ ଗୋଲମରିଚ ପାଣି ପିଇବା ଆରମ୍ଭ କରିଦିଅନ୍ତି, ତେବେ ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଫ୍ରି ରାଡିକିଲ୍ସର ଡ୍ଯାମେଜ ପ୍ରଭାବକୁ ପରିବର୍ତ୍ତନ କରିଦିଏ। ଯାହାଦ୍ବାରା ଆପଣଙ୍କ ସ୍କିନ ଗ୍ଲୋ କରିବାକୁ ଲାଗିଥାଏ। ଏକ୍ସପର୍ଟଙ୍କ ମୁତାବକ, ନ୍ଯାଚୁରାଲ ଉପାୟରେ ୟଙ୍ଗର ଲୁକ୍ ପାଇବା ପାଇଁ ଗୋଲମରିଚ ପାଣି ବେଶ ଫାଇଦାଯୁକ୍ତ।
ଗୋଲମରିଚରେ ଏପରି ତତ୍ତ୍ବ ରହିଛି, ଯାହା ଆପଣଙ୍କ ବ୍ରେନକୁ ଡିଜେନେରେଟ ହେବାରୁ ବଞ୍ଚାଇଥାଏ। ଗୋଲମରିଚ ପାଣି ପିଇବା ଦ୍ବାରା ଆପଣଙ୍କ ବ୍ରେନ ଭଲ ଭାବେ କାମ କରିଥାଏ। ଯେଉଁ ଲୋକଙ୍କୁ ପାର୍କିନସନ୍ସ ଏବଂ ଅଲଜାଇମର ରୋଗ ରହିଥାଏ, ସେମାନେ ଗୋଲମରିଚ ପାଣି ପିଇବା ଉଚିତ।
ବ୍ଲଡ ସୁଗାରକୁଣ୍ଟ୍ରୋଲରେ ରଖିବା ପାଇଁ ଗୋଲମରିଚ ଖାଇବା ଉଚିତ। ଗୋଲମରିଚ ବ୍ଲଡ ସୁଗାର ଳେବଲକୁ କଣ୍ଟ୍ରୋଲ କରିଥାଏ। ହାର୍ଟକୁ ସୁସ୍ଥ ରଖିବା ପାଇଁ ଗୋଲମରିଚ ପାଣି ପିଇବା ଉଚିତ।