ଲାଇଫ୍ ଷ୍ଟାଇଲ୍

କଳା କିସ୍‌ମିସ୍‌ ପାଣି ମହିଳାଙ୍କ ପାଇଁ ଉପଯୋଗୀ, ଜାଣନ୍ତୁ କଣ ରହିଛି ଫାଇଦା

କଳା କିସ୍‌ମିସ୍‌ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି କଳା କିସ୍‌ମିସ୍‌ ର ପାଣି ଅମୃତ ଠାରୁ କମ ନୁହେଁ ଏବଂ ମହିଳାଙ୍କ ପାଇଁ କଳା କିସ୍‌ମିସ୍‌ ପାଣି ରୁ ଅନେକ ମାତ୍ରାରେ ଲାଭ ମିଳିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି କଳା କିସ୍‌ମିସ୍‌ ପାଣି ମହିଳାଙ୍କ ପାଇଁ କିପରି ଲାଭଦାୟକ । ଡାଏଟରେ କଳା କିସ୍‌ମିସ୍‌ ପାଣି କୁ ସାମିଲ କରିବା ଦ୍ୱାରା ଶରୀରକୁ କଣ କଣ ଲାଭ ମିଳିଥାଏ ।

ପିରିୟଡ଼୍ସ ସମୟରେ ମହିଳାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ କଳା କିସ୍‌ମିସ୍‌ ପାଣି ବହୁତ ସାହାଯ୍ୟ କରିଥାଏ । କଳା କିସ୍‌ମିସ୍‌ ପାଣି ପିଇବା ଦ୍ୱାରା ପିରିୟଡ୍ସରେ ଅନିୟମିତତା ଦୂର ହୋଇଥାଏ । ଏହା ବ୍ୟତୀତ ବ୍ଲଡ କ୍ଲଟିଙ୍ଗ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

କଳା କିସ୍‌ମିସ୍‌ ପାଣିରେ ଭରପୁର ମାତ୍ରାରେ ଆୟରନ ମିଳିଥାଏ ଏଭଳି ପରିସ୍ଥିତରେ ଏନିମିୟା ସମସ୍ୟାକୁ ଦୂର କରାଯାଇ ପାରିବ । ଶରୀରରେ ରକ୍ତ ଅଭାବକୁ ମଧ୍ୟ ଏହା ଦୂର କରିବାରେ ସାହାଯ୍ୟ କରିଥାଏ ।

ଅଧିକାଂଶ ସମୟରେ ମହିଳାଙ୍କୁ ହର୍ମୋନ ଅସନ୍ତୁଳନ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହି ପରିସ୍ଥିତିରେ କଳା କିସ୍‌ମିସ୍‌ ପାଣି ଏହି ସମସ୍ୟାକୁ ଅନେକ ମାତ୍ରାରେ କମ କରିବାରେ ସାହାଯ୍ୟ କରିଥାଏ ।

କଳା କିସ୍‌ମିସ୍‌ ପାଣି ପିଇବା ଦ୍ୱାରା ମହିଳାଙ୍କ ଫର୍ଟିଲିଟି କ୍ଷମତା ମଧ୍ୟ ବଢିଥାଏ । ଏଥିରେ ଆମିନୋ ଏସିଡ ଭଳି ମୁଖ୍ୟ ପୋଷକ ତତ୍ୱ ମିଳିଥାଏ, ଯାହା ଫର୍ଟିଲିଟିକୁ ବଢାଇବାରେ ଆପଣଙ୍କୁ ସାହାଯ୍ୟ କରିଥାଏ ।

କଳା କିସ୍‌ମିସ୍‌ ଖାଇବା ଦ୍ୱାରା ହାଡ଼ ମଜବୁତ ହେବା ସହ ଇମ୍ୟୁନିଟି ମଧ୍ୟ ବଢିଥାଏ । ଏହା ଦ୍ୱାରା ଶରୀରକୁ ସଫା କରାଯାଇ ପାରିବ । ଏହା ସହିତ ବ୍ଲଡ ପ୍ରେସର ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।

 

KNews Bureau

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

1 min ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

11 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

19 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

36 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

50 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago