ଓଜନ କମାଇବା ଏବଂ ପାଚନ କ୍ରିୟାକୁ ଉତ୍ତମ କରିବା ପାଇଁ ପ୍ରତିଦିନ ପିଅନ୍ତୁ କଳା ଲୁଣ ପାଣି, ନିଶ୍ଚିତ ମିଳିବ ଲାଭ

ଖାଦ୍ୟର ସ୍ୱାଦ ବଢାଇଥାଏ ଲୁଣ। ଯଦି ଖାଦ୍ୟରେ ସବୁକିଛି ପଡିଥିବ ଆଉ ଲୁଣ ନଥିବ, ତେବେ ସେହି ଖାଦ୍ୟର କିଛି ବି ଟେଷ୍ଟ ନଥାଏ। ସାଧାରଣ ଲୁଣ ଅପେକ୍ଷା କଳା ଲୁଣ ଶରୀର ପାଇଁ ଅଧିକ ଫାଇଦାଯୁକ୍ତ ବୋଲି ଆମେ ଜାଣିଛେ। ତେଣୁ କଳା ଲୁଣ କିମ୍ବା ବିଟ୍‌ ଲୁଣର ବ୍ୟବହାର ରାଇତା, ସାଲାଡ, ଡ୍ରିଙ୍କସ୍‌ ଏବଂ ଫ୍ରୁଟ୍‌ ସାଲାଡରେ ବ୍ୟବହାର କରାଯାଏ। କଳା ଲୁଣ ଖାଇବାର ଟେଷ୍ଟ ବଢାଇବା ସହିତ ସ୍ୱାସ୍ଥ୍ୟ ପାଇଁ ଫାଇଦାଯୁକ୍ତ ହୋଇଥାଏ। ତେବେ କେବଳ କଳା ଲୁଣ ନୁହେଁ ବରଂ କଳା ଲୁଣ ପାଣି ମଧ୍ୟ ଶରୀରକୁ ଫାଇଦା ଯୋଗାଇଥାଏ।

କଳା ଲୁଣରେ ପୋଟାସିଅମ, ମ୍ୟାଗ୍ନେସିଅମ ଏବଂ କ୍ୟାଲିସିଅମ ଭଳି ନ୍ୟୁଟ୍ରିଏଣ୍ଟସ ରହିଥାଏ। ଯାହା ଶରୀର ପାଇଁ ଫାଇଦାଯୁକ୍ତ ହୋଇଥାଏ। ଯଦି ଆପଣ କଳା ଲୁଣ ପାଣି ପ୍ରତିଦିନ ପିଇବା ଦ୍ୱାରା ଶରୀର ପାଇଁ ଲାଭକାରୀ ହୋଇଥାଏ। ତେବେ କ’ଣ ଲାଭ ମିଳିଥାଏ ଜାଣନ୍ତୁ…

– ଡାଇବେଟିଜ ରୋଗୀ ଚିନି ଏବଂ ଲୁଣ ଖାଇବା ଦ୍ୱାରା କଣ୍ଟ୍ରୋଲ କରିବାକୁ ପରାମର୍ଶ ଦିଆଯାଇଥାଏ। ଧଳା ଲୁଣରେ ସୋଡିଅମର ମାତ୍ରା ଅଧିକ ରହିଥାଏ। ଯାହା ବ୍ଲଡ ପ୍ରେସର ବଢିବାର ସମ୍ଭାବନା ରହିଥାଏ। ତେଣୁ ମଧୁମେହ ରୋଗୀ କଳା ଲୁଣ ପାଣି ପିଇବା ଦ୍ୱାରା ଲାଭ ମିଳିଥାଏ।

black salt

– ଯଦି ପ୍ରତିଦିନ ସକାଳେ କଳା ଲୁଣ ପାଇବା ଦ୍ୱାରା ପାଚନ କ୍ରିୟା ଭଲ ହୋଇଥାଏ। ପେଟରେ ହାଇଡ୍ରୋକ୍ଲୋରିକ ଏସିଡ ଏବଂ ପ୍ରୋଟିନ ପାଚନ ଏନଜାଇମକୁ ଆକ୍ଟିଭ କରିଥାଏ। ତେଣୁ ଏଥିପାଇଁ ଗ୍ୟାସ୍‌ ଏବଂ ଏସିଡିଟି ଭଳି ସମସ୍ୟା ହୁଏ ନାହିଁ।

– କଳା ଲୁଣରେ ଏକ୍ସୋଫୋଲିଏଟିଂ ଏବଂ କ୍ଲିଜିଂ ପୋଷକ ତତ୍ତ୍ୱ ରହିଥାଏ ଯାହା କେଶ ପାଇଁ ଫାଇଦାଯୁକ୍ତ ହୋଇଥାଏ। ଏହି ପାଣି ପିଇବା ଦ୍ୱାରା କେଶ ମୂଳ ସଫା ହୋଇଥାଏ।

– ଓଜନ ବଢୁଥିବା ନେଇ ଆଜିକାଲି ଅନେକ ଲୋକ ଚିନ୍ତାରେ ରହିଥାନ୍ତି। ମୋଟାପଣ ଅନେକ ରୋଗକୁ ନିମନ୍ତ୍ରଣ ଦେଇଥାଏ। କଳା ଲୁଣ ପାଣିରେ ଆଣ୍ଟି ଓବେସିଟି ପୋଷକ ତତ୍ତ୍ୱ ରହିଥାଏ। ବଢୁଥିବା ଓଜନକୁ କମ୍‌ କରିଥାଏ କଳା ଲୁଣ ପାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.