କ୍ୟାନସର ସହ ଅନ୍ୟାନ୍ୟ ଶାରୀରିକ ସମସ୍ୟାକୁ ଦୂର କରିବା ପାଇଁ ଖାଆନ୍ତୁ କଳା ହଳଦୀ, ମିଳିବ ବହୁତ ଫାଇଦା

ଭାରତରେ ଅଧିକାଂଶ ଲୋକ ନିଜ ଖାଦ୍ୟରେ ହଳଦୀ ପକାଇଥାନ୍ତି।ଆମ ରୋଷେଇ ଘରେ ଏହାର ଏକ ପ୍ରମୁଖ ସ୍ଥାନ ରହିଛି। ଏହାବିନା ସବୁ ଖାଦ୍ୟ ଫିକା ଦେଖାଯାଏ। ମାନେ ଆମେ ଏମିତି ବି କହିପାରିବା ଯେ ଖାଦ୍ୟକୁ ସୁନ୍ଦର ଦେଖାଇବା ପାଇଁ ଏହାର ବ୍ୟବହାର କରାଯାଏ। ତେବେ ଏହାର ରଙ୍ଗ ହଳଦିଆ ହୋଇଥିବା ବେଳେ କିଛି ହଳଦୀ ଅଛି ଯାହାର ରଙ୍ଗ ପୁରା କଳା। ଆପଣ କେବେ କଳା ହଳଦୀ ବିଷୟରେ ଦେଖିଛନ୍ତି କି ଶୁଣିଛନ୍ତି ? କଳା ହଳଦୀ ମଧ୍ୟ ଭାରତରେ ବହୁତ କମ ମିଳିଥାଏ। ହଳଦିଆ ହଳଦୀ ପରି ଏହାର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭଦାୟକ।

କଳା ହଳଦୀରେ ମଧ୍ୟ ଅନେକ ପୋଷକ ତତ୍ତ୍ୱ ଏବଂ ଆରୋଗ୍ୟ ଗୁଣ ରହିଛି। ତଥାପି ଏହା ମଧ୍ୟ ବହୁତ ମହଙ୍ଗା। ଏହା ଆୟୁର୍ବେଦରେ ବହୁଳ ଭାବରେ ବ୍ୟବହୃତ ହୁଏ। କଳା ହଳଦୀରେରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଛି । ଏହା ଅନେକ ପ୍ରକାରର କର୍କଟ ରୋଗର ଚିକିତ୍ସାରେ ମଧ୍ୟ ବ୍ୟବହୃତ ହୁଏ। ବିଶେଷ କରି ଓଡ଼ିଶା, ପଶ୍ଚିମବଙ୍ଗ, ମଧ୍ୟପ୍ରେଦଶ, ଉତ୍ତରପୂର୍ବ ଅଞ୍ଚଳରେ ମିଳୁଥିବା ଏହି ଦୁର୍ଲଭ ହଳଦୀକୁ ବ୍ୟବହାର କରି କ୍ୟାନସର ଭଳି ରୋଗର ଉପଚାର କରାଯାଇଥାଏ। କଳା ହଳଦୀ କୋଲନ କର୍କଟ ହେବାର ଆଶଙ୍କା ହ୍ରାସ କରିଥାଏ।

ଏହି କଳା ହଳଦୀ ସମ୍ପର୍କରେ ଆମେ ଆଜି ଆପଣଙ୍କୁ କହିବୁ। ଏହା ସ୍ୱାସ୍ଥ୍ୟ ପାଇଁ କେଉଁ ଫାଇଦା ଯୋଗାଏ , ଜାଣନ୍ତୁ ଆଉ ପ୍ରତିଦିନ ନିଜ ଖାଦ୍ୟରେ ସାମିଳ କରନ୍ତୁ।

-ସ୍କିନ ପାଇଁ ଏହି କଳା ହଳଦୀ ବହୁତ ଭଲ ହୋଇଥାଏ। ଆପଣ ଏହି ହଳଦୀକୁ ମହୁରେ ମିକ୍ସ କରିବା ପରେ ମୁହଁରେ ଲଗାନ୍ତୁ। ପରେ ଧୋଇଦିଅନ୍ତୁ। ଦେଖିବେ ତ୍ୱଚାର ଉଜ୍ୱଳତା ବଢ଼ିବ। ଏହାବ୍ୟତିତ ମୁହଁରେ କଳା ଦାଗକୁମଧ୍ୟ ଦୂର କରେ ଏହି ହଳଦୀ।

-ଏହି ହଳଦୀରେ ଇଭୁପ୍ରୋଭିନ ଅଧିକ ମାତ୍ରାରେ ରହିଛି। ଏହାଦ୍ୱାରା ପୁରୁଣା ଅର୍ଥରାଇଟିସ ଯନ୍ତ୍ରଣାକୁ ଭଲ କରାଯାଇପାରେ। କେବଳ ସେତିକି ନୁହେଁ କୁଣ୍ଡେଇ ହେବା, ପେଟ ସମସ୍ୟା, ଅଲସର, କୋଲନ କ୍ୟାନସର, ଫୁସଫୁସ ଜନିତ ରୋଗକୁ ଦୂର କରିବାରେ ମଧ୍ୟ କଳା ହଳଦୀ ବେଶ ସହାୟକ ହୋଇଥାଏ।

– କଳା ହଳଦୀ ଯକୃତ ପାଇଁ ଲାଭଦାୟକ । ଯକୃତ ସମ୍ବନ୍ଧୀୟ ରୋଗରୁ ରକ୍ଷା ପାଇବା ପାଇଁ କଳା ହଳଦୀ ଖାଇପାରିବେ। ଏହି କଦଳୀ ଯକୃତକୁ ସଫା କରିଥାଏ। ଯକୃତରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ପେଟ ଘା ’, ପ୍ରଦାହ ଇତ୍ୟାଦିକୁ ରୋକିଥାଏ ।

-ଏହି କଳା ହଳଦୀକୁ ଅନେକ ଔଷଧ ତିଆରି କରିବାରେ ମଧ୍ୟ ବ୍ୟବହାର କରାଯାଏ। ଆସ୍ଥମା, କ୍ୟାନସର, ଜ୍ୱର, ଆଲର୍ଜି, ମାଇଗ୍ରେସନ, ଲେପ୍ରୋସି ଭଳି ରୋଗର ଉପଚାର ପାଇଁ ତଆରି କରାଯାଉଥିବା ମେଡିସିନରେ ଏହି ହଳଦୀର ବ୍ୟବହାର ହୁଏ।

-କଳା ହଳଦୀର ପତ୍ରକୁ ସୁଖାଇ ପାଉଡର ତିଆରି କରି ଏଥିରେ ଅଳ୍ପ ମହୁ ମିଶାଇ କ୍ଷୀର ସହ ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼େ। ଏଥିସହ ଅନେକ ରୋଗରୁ ମୁକ୍ତ ମିଳିଥାଏ।

-ଏହି ହଳଦୀକୁ ଚୋବାଇ ଖାଇବା ଦ୍ୱାରା ପେଟ ସମସ୍ୟା ତଥା ଗ୍ୟାସଟିକ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାର ଶାଖାଗୁଡିକ କୋଲେଷ୍ଟ୍ରୋଲ କମ କରିବା ପାଇଁ ସହାୟତା କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.