ଶରୀରର ଅନେକ ସମସ୍ୟାକୁ ଦୂର କରିପାରେ କଳା ହଳଦୀ, ଯାହା କ୍ୟାନସର ସେଲ୍ସକୁ କରେ ବିନାଶ

ଭାରତୀୟ ଖାଦ୍ୟର ସ୍ୱାଦ ଏବଂ ରଙ୍ଗ ବଢାଉଥିବା ମସଲା ଭିତରେ ହଳଦୀ ଅନ୍ୟତମ। ଖାଦ୍ୟରେ ହଳଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହଳଦୀର ବ୍ୟବହାର କେବଳ ରୋଷେଇ ନୁହେଁ ବରଂ ଔଷଧ ଭାବେ ଏହାର ବ୍ୟବହାର କରାଯାଏ। ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ହଳଦୀ ଇମ୍ୟୁନିଟିକୁ ବୁଷ୍ଟ କରିଥାଏ।

ଆପଣ ହଳଦିଆ ରଙ୍ଗର ହଳଦୀ ବ୍ୟବହାର କରୁଥିବେ ନିଶ୍ଚିତ। କିନ୍ତୁ କେବେ ଆପଣ କଳା ହଳଦୀ ବିଷୟରେ ଶୁଣିଛନ୍ତି କି ? ଏହା ଦେଖିବାକୁ ଅଳ୍ପ ନୀଳ ରଙ୍ଗର ହୋଇଥାଏ। କିନ୍ତୁ ଏହାର ଫାଇଦା ବେଶ୍‌ ଅଧିକ ରହିଥାଏ।

କଳା ହଳଦୀର ବୈଜ୍ଞାନିକ ନାମ Curcuma caesia । ଏହାକୁ ସାଧାରଣ ଭାବେ ପୂର୍ବ ଭାରତରେ ମଧ୍ୟପ୍ରଦେଶରେ ଚାଷ କରାଯାଏ। ମଣିପୁରର କିଛି ଜିଲ୍ଲାର ଜନଜାତିଙ୍କ ପାଇଁ ଏହି ଗଛର ବିଶେଷ ମହତ୍ତ୍ୱ ରହିଛି। ଏହାର ଚେରକୁ ବାଟି ଘା କିମ୍ବା ସାପ କି ବିଛା କାମୁଡିଲେ ଲଗାନ୍ତି। ବିଶେଷ କରି ଓଡ଼ିଶା, ପଶ୍ଚିମବଙ୍ଗ, ମଧ୍ୟପ୍ରେଦଶ, ଉତ୍ତରପୂର୍ବ ଅଞ୍ଚଳରେ ମିଳୁଥିବା ଏହି ଦୁର୍ଲଭ ହଳଦୀକୁ ବ୍ୟବହାର କରି କ୍ୟାନସର ଭଳି ରୋଗର ଉପଚାର କରାଯାଇଥାଏ। କଳା ହଳଦୀ କୋଲନ କର୍କଟ ହେବାର ଆଶଙ୍କା ହ୍ରାସ କରିଥାଏ।

ହଳଦିଆ ହଳଦୀ ପରି ଏଥିରେ ମଧ୍ୟ ଅନେକ ଔଷଧୀୟ ଗୁଣ ରହିଥାଏ। ଯେଉଁଥିରେ ଆଣ୍ଟିଫଙ୍ଗଲ, ଆଣ୍ଟି ଆସ୍ଥମା, ଆଣ୍ଟିଅକ୍ସିଡାଣ୍ଟ, ଲୋକୋମିଟର ଡିପ୍ରେସେଣ୍ଟ, ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟି ଅଲସର ଏବଂ ମାଂସପେଶୀକୁ ଆରାମ ଦେଉଥିବା ପ୍ରଭାବ ଗୁଣ ସାମିଲ ରହିଛି। ଏଥିରେ ଥିବା ଔଷଧୀୟ ଗୁଣ ଅନେକ ରୋଗରୁ ଶରୀରକୁ ରକ୍ଷା କରେ।

– ନିଶ୍ୱାସ ଜନିତ ସମସ୍ୟାକୁ ଦୂର କରିବା ପାଇଁ କଳା ହଳଦୀ ବେଶ୍‌ ଫାଇଦାଯୁକ୍ତ। ଏଥିରେ ଇମ୍ଫ୍ଲେମେଣ୍ଟାରୀ ଗୁଣ ରହିଥାଏ। ଯାହାଦ୍ୱାରା ଥଣ୍ଡା, ଜ୍ୱର, କାଶ ଏବଂ ଆସ୍ଥମାରୁ ଛୁଟକାରା ମିଳିଥାଏ।

haldi

– ଅଧିକାଂଶ ମହିଳା ପିରିୟଡ୍ସ ଜନିତ ଯନ୍ତ୍ରଣାରେ ଛଟପଟ ହୁଅନ୍ତି। ତେବେ ଏଥିରୁ ମୁକ୍ତି ଦେଇଥାଏ କଳା ହଳଦୀ। ଗରମ କ୍ଷୀରରେ କଳା ହଳଦୀ ପାଉଡର ପକାଇ ବ୍ୟବହାର କରିବା ଦ୍ୱାରା ଯନ୍ତ୍ରଣା ମଧ୍ୟ କମ୍‌ ହୋଇଥାଏ।

– ମାଇଗ୍ରେନ୍‌ ଥିଲେ କଳା ହଦଳୀକୁ ବ୍ୟବହାର କରିପାରିବେ। କଳା ହଳଦୀକୁ ଛେଚି ମଥାରେ ଲେପ ଲଗାଇବା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ମିଳେ।

– କଳା ହଳଦୀରେ କୁରକ୍ୟୁନିନ ନାମକ ତତ୍ତ୍ୱ ରହିଥାଏ। ଏହି ତତ୍ତ୍ୱରେ ଆଣ୍ଟି କ୍ୟାନସର ଗୁଣ ମିଳିଥାଏ। ଯାହା ଶରୀରରେ କ୍ୟାନସର ସେଲ୍ସକୁ ବଢିବାକୁ ଦିଏ ନାହିଁ।

– କଳା ହଳଦୀର ବ୍ୟବହାର ଗ୍ୟାଷ୍ଟ୍ରିକ ସମସ୍ୟାରୁ ମୁକ୍ତି ଦିଏ। ଏସିଡିଟି, ଗ୍ୟାସ, ଅପଚ, ଅଲସରରୁ ମୁକ୍ତି ମିଳିଥାଏ।

ଫାଇଦା : କଳା ହଳଦୀ ଆମ ଶରୀରରେ ହୋଇଥିବା ଘା, ଆଘାତକୁ ଜଲଦି ଭଲ କରିବାର କ୍ଷମତା ରଖିଥାଏ। କୋଲାଇଟିସ୍‌ ଚିକିତ୍ସା ପାଇଁ କଳା ହଳଦୀକୁ ଅରଖ ଫୁଲ ସହିତ ଖାଇଲେ ଲାଭ ମିଳିଥାଏ। ଶରୀରରେ ଯଦି କୌଣସି ସ୍ଥାନ ଫୁଲିଥାଏ ତେବେ ଏହାକୁ ବ୍ୟବହାର କରି କମ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.