ଟ୍ୟାନ୍‌ ପଡ଼ିଯାଇଛି କି ଆପଣଙ୍କ ତ୍ୱଚା? ଆଲୋଭେରା ବ୍ୟବହାର କରି ସହଜରେ କରନ୍ତୁ ସମସ୍ୟାର ସମାଧାନ…

ସୁନ୍ଦର ଦିଶିବାକୁ କିଏ ବା ନ ଚାହେଁ। ଖାସ୍‌ କରି ମହିଳାମାନେ ନିଜର ସୁନ୍ଦରତା ପାଇଁ ପଇସାକୁ ପାଣି ଭଳି ବୁହାଇ ଦିଅନ୍ତି। କିଛି ମହିଳା ଅଛନ୍ତି, ଯେଉଁମାନେ ବିଭିନ୍ନ ପ୍ରକାର ଘରୋଇ ଉପଚାର ମଧ୍ୟ ଆପଣାଇ ଥାଆନ୍ତି। ଅନେକ ବାର ମହିଳାମାନେ ନିଜ ତ୍ୱଚାରେ ଟ୍ୟାନିଂ ସମସ୍ୟାକୁ ନେଇ ବହୁତ ଚିନ୍ତିତ ଥାଆନ୍ତି। କିନ୍ତୁ ଏଥିରେ ବିଲ୍‌କୁଲ ବି ଭୟ କରିବାର କୌଣସି କାରଣ ନାହିଁ। ଆଲୋଭେରା ଜେଲ୍‌ ବ୍ୟବହାର କରି ଆପଣ ଏହି ସମସ୍ୟାରୁ ସହଜରେ ମୁକ୍ତି ପାଇ ପାରିବେ।

ଆଲୋଭେରା ଓ ଦହି

-୩ ବଡ଼ ଚାମଚ ଦହିରେ ୨ ଚାମଚ ଆଲୋଭେରା ଜେଲ୍‌ ମିଶାନ୍ତୁ। ଦୁଇଟି ଜିନିଷକୁ ଭଲ ଭାବରେ ମିଶ୍ରଣ କରି କଳା ପଡ଼ିଥିବା ଜାଗାରେ ମାଲିସ୍‌ କରନ୍ତୁ। କିଛି ଦିନ ଲଗାତାର ଏମିତି କରିବା ଦ୍ୱାରା ଆପଣଙ୍କୁ ଫରକ୍‌ ନଜର ଆସିବ।

ଆଲୋଭେରା ଓ ବେସନ

-ଆଲୋଭେରା ଓ ବେସନ ଭିତରେ ତ୍ୱଚାକୁ ଗୋରା କରିବାର ଗୁଣ ରହିଛି। ୨ ଚାମଚ ଆଲୋଭେରା ଜେଲ୍‌ ନିଅନ୍ତୁ ଏବଂ ସେଥିରେ ୧ ଚାମଚ ବେସନ ଓ ଗୋଲାପ ଜଳ ମିଶାନ୍ତୁ। ଏହି ପ୍ୟାକ୍‌କୁ ହାତ ଓ ମଥା ଉପରେ ଲଗାନ୍ତୁ ଏବଂ ଏହାକୁ ଭଲ ଭାବରେ ମାଲିସ୍‌ କରନ୍ତୁ।

ଆଲୋଭେରା ଓ ହଳଦୀ

-ଏକ ପାତ୍ରରେ ୩ ଚାମଚ ଆଲୋଭେରା ଜେଲ୍‌ ନିଅନ୍ତୁ ଏବଂ ସେଥିରେ ଏକ ଚୁଟ୍‌କି ହଳଦୀ ମିଶାନ୍ତୁ। ଏହି ପେଷ୍ଟ୍‍କୁ କଳା ପଡ଼ିଥିବା ବା ଟ୍ୟାନିଂ ହୋଇଥିବା ଜାଗାରେ ଲଗାନ୍ତୁ। କିଛି ସମୟ ପାଇଁ ଛାଡ଼ି ଦେଇ ଏହାକୁ ହାଲୁକା ନଖଉଷୁମ ପାଣିରେ ଧୋଇ ଦିଅନ୍ତୁ।

ଆଲୋଭେରା ଓ ଲେମ୍ବୁ

-ଏକ ପାତ୍ରରେ ଆଲୋଭେରା ଜେଲ୍‌ ନିଅନ୍ତୁ ଏବଂ ସେଥିରେ ଅଳ୍ପ ଲେମ୍ବୁ ରସ ମିଶାନ୍ତୁ। ଏହି ପେଷ୍ଟକୁ ଟ୍ୟାନିଂ ବା କଳା ପଡ଼ିଥିବା ଜାଗାରେ ଲଗାଇ ହାଲୁକା ମସାଜ ଦିଅନ୍ତୁ। ଦେଖିବେ, କିଛି ଦିନ ଭିତରେ ଆପଣଙ୍କୁ ଫରକ୍‌ ଜଣା ପଡ଼ିଯିବ।

ଖଣ୍ଡିଆ ହୋଇଥିଲେ ଲଗାନ୍ତୁ ଆଲୋଭେରା ଜେଲ

ଆଲୋଭେରାରେ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟ ଥିବାରୁ ଏହାକୁ କୌଣସି କ୍ଷତ ସ୍ଥାନରେ ଲଗାଇ ହେବ, ଯାହାକି ମେଡିସିନ ପରି କାମ କରିଥାଏ। ଖାଲି ଏତିକି ନୁହେଁ, ଏହା ଆପଣଙ୍କୁ ସୂର୍ଯ୍ୟଙ୍କ ଅତି ବାଇଗେଣୀ ରଶ୍ମୀରୁ ମଧ୍ୟ ସୁରକ୍ଷା ପ୍ରଦାନ କରିବ। ସେହିପରି ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ଆପଣଙ୍କ ଚେହେରାର କୌଣସି ସ୍ଥାନରେ ଦାଗକୁ ଲିଭାଇ ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.