ପେଟ ଫୁଲିବା ସମସ୍ୟାରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି କି? ଏହି ଫଳ ଗୁଡିକୁ କମ ସେବନ କରନ୍ତୁ

ଫଳ ସେବନ ସୁସ୍ଥ ଶରୀର ପାଇଁ ଲାଭକାରୀ ହୋଇଥାଏ। ହାଲୁକା ଖାଦ୍ୟ ସେବନ କଲେ ଶରୀର ସୁସ୍ଥ ରହିଥାଏ। ଏଥିରେ ଥିବା ପ୍ରାକୃତିକ ଶକ୍ତି ଶରୀରରେ ଶକ୍ତି ପ୍ରଦାନ କରିଥାଏ। କିନ୍ତୁ ସବୁ ଫଳ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇନଥାଏ। କେତେଥର ଫଳରେ ଫ୍ରୁକ୍ଟୋଜ ଏବଂ ସାର୍ବିଟଲ ଥିବା କାରଣରୁ ସେବନ କରିବା ଦ୍ବାରା ପେଟ ଫୁଲି ଯାଇଥାଏ। ଏହି ପୋଷକ ତତ୍ତ୍ବ ପେଟ ପାଇଁ ଖରାପ ହୋଇଥାଏ। ଏହି କାରଣରୁ ଶରୀରରେ ଗ୍ୟାସ ହୋଇଥାଏ। ଆପଣ ଏହି ଫଳ ସେବନ କରିବାରେ ସାବଧାନ ରୁହନ୍ତୁ ନଚେତ ନିଜର ଖାଦ୍ୟରୁ ଏହାକୁ ସମ୍ପୂର୍ଣ୍ନ ରୂପେ ବାହାର କରିଦିଅନ୍ତୁ। ଜାଣନ୍ତୁ କେଉଁ ଫଳ ସେବନ କଲେ ପେଟ ଫୁଲିଥାଏ।

ସେଓ

appleସେଓରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ରହିଥିବାରୁ ପେଟ ଫୁଲିଥାଏ। ଏଥିରେ ଫ୍ରୁକ୍ଟୋଜ ରହିଥାଏ ଯାହାକୁ ପଚାଇବା ପାଇଁ ଅଧିକ ସମୟ ଲାଗିଥାଏ। ଏହି କାରଣରୁ ସର୍ବଦା ଗୋଟେ ଥରରେ ଅଧା ସେଓ ଖାଆନ୍ତୁ। ଏହା ପାଚନ କ୍ରିୟାରେ ଅଧିକ ସମୟ ଲାଗିଥାଏ।

ଅଙ୍ଗୁର

grapesଅଙ୍ଗୁରରେ ମିଠା ଅଂଶ ରହିଥାଏ, ଯାହା ପାଚନ କ୍ରିୟାରେ ବାଧା ସୃଷ୍ଟି କରିଥାଏ।

ଆମ୍ବ

Mangoଆମ୍ବ ସ୍ବାଦିଷ୍ଟ ହୋଇଥାଏ କିନ୍ତୁ ଏହା ସେବନ କଲେ ମଧ୍ୟ ପେଟ ଫୁଲିବାର ସମସ୍ୟା ସୃଷ୍ଟି ହୋଇଥାଏ। ଏଥିରେ ଥିବା ମିଠା ଅଂଶ ଜଲଦି ହଜମ ହୋଇନଥାଏ ଏବଂ ଗ୍ୟାସର ସମସ୍ୟା ସୃଷ୍ଟି କରିଥାଏ। ଏହି କାରଣରୁ ଆପଣ ଅଳ୍ପ ଆମ୍ବ ଖାଇବା ଉଚିତ।