ଲାଇଫ୍ ଷ୍ଟାଇଲ୍

ବୟସ ଅନୁଯାୟୀ କେତେ ରହିବା ଉଚିତ ଆପଣଙ୍କ ବ୍ଲଡ ସୁଗାର ଲେବଲ? ଡାଇବେଟିସ ହେବା ପୂର୍ବରୁ ଏପରି କରନ୍ତୁ କଣ୍ଟ୍ରୋଲ

ବର୍ତ୍ତମାନ ଯୁଗରେ ଡାଇବେଟିସ ବା ମଧୁମେହ ରୋଗ ଏକ ସାଧାରଣ ସମସ୍ୟା ହୋଇଗଲାଣି ଏବଂ କୋଟି କୋଟି ଲୋକ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି। ବଡିରେ ବ୍ଲଡ ସୁଗାର ଲେବଲ ଅଧିକ କିମ୍ବା କମ୍‌ ହେବା ଉଭୟ ଶରୀର ପାଇଁ ଖତରନାକ ହୋଇଥାଏ। ଏମିତିରେ ଜରୁରୀ ହୋଇଥାଏ ଆମେ ଆମର ସର୍କରାର ସ୍ତରକୁ ନିୟନ୍ତ୍ରଣରେ ରଖିବା। ତେବେ ଏବେ ପ୍ରଶ୍ନ ଯେ ନର୍ମାଲ ବଡିରେ ବୟସ ଅନୁଯାୟୀ ସୁଗାର ସ୍ତର କେତେ ହେବା ଉଚିତ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ଡିଟେଲରେ।

ବ୍ଲଡ ସୁଗାରକୁ ସବୁବେଳେ ରଖନ୍ତୁ କଣ୍ଟ୍ରୋଲ

ଆମର ଖାଦ୍ୟପେୟ ଏବଂ ଡେଲୀ ରୁଟିନରେ ବଡିରେ ସୁଗାରର ସ୍ତର ରହିଥାଏ। ଆଉ ଏହା ବୟସ ହିସାବରେ ପରିବର୍ତ୍ତନ ହୋଇଥାଏ। ଯଦି ଆପଣ ଖାଦ୍ୟ ତୁରନ୍ତ ଖାଇଛନ୍ତି ତାହେଲେ ଆପଣଙ୍କ ବ୍ଲଡ ସୁଗାର ଲେବଲ ଅଲଗା ହେବ ଏବଂ ଫାଷ୍ଟିଙ୍ଗ ସମୟରେ ଏହା ଅଲଗା ରହିଥାଏ। ଏହାସହିତ ବୟସ ବଢ଼ିବା ସହିତ ସୁଗାର ଲେବଲ ବଢ଼ିବା ସାମାନ୍ୟ କଥା କିନ୍ତୁ ତାକୁ ବି କଣ୍ଟ୍ରୋଲ ରଖିବା ଆବଶ୍ୟକ।

ଯଦି ଆପଣ ଉପାସ ବା ଫାଷ୍ଟିଙ୍ଗ କରିଛନ୍ତି ତାହେଲେ ଆପଣଙ୍କ ବ୍ଲଡ ସୁଗାର ଲେବଲ ୭୦-୧୦୦ mg/dl ଭିତରେ ରହିବା ଉଚିତ। କିନ୍ତୁ ଯଦି ଏହି ସ୍ତର ୧୦୦-୧୨୬ mg/dl ରେ ପହଁଚିଯିବ ତାହେଲେ ଏହାକୁ ପ୍ରି-ଡାଇବେଟିସ କଣ୍ଡିସନ କୁହାଯାଏ। ଏହାପରେ ଯଦି ସୁଗାର ଲେବଲ ୧୩୦ ରୁ ଅଧକ ପହଁଚିଯାଏ ତାହେଲେ ଏହା ବହୁତ ଖତରନାକ ବୋଲି ଧରାଯାଏ।

ଖାଇବା ପରେ କେତେ ରହିବା ଉଚିତ ସୁଗାର ଲେବଲ

ଭୋଜନ କରିବା ପରେ ବ୍ଲଡ ସୁଗାର ଲେବଲ ବଢ଼ିବା ସୁନିଶ୍ଚିତ। ଯଦି ଖାଦ୍ୟ ଖାଇବାର ୨ ଘଣ୍ଟା ପରେ ଆପଣଙ୍କ ସୁଗାର ଲେବଲ ୧୩୦-୧୪୦ mg/dl ରହୁଛି ତାହେଲେ ଏହା ସାମାନ୍ୟ ଅଟେ। କିନ୍ତୁ ଏହାଠାରୁ ଅଧିକ ରହିଲେ ଜାଣିବେ ଯେ ଆପଣଙ୍କ ଠାରେ ମଧୁମେହ ରୋଗର ସମସ୍ୟା ରହିଛି। ଖାଦ୍ୟ ଖାଇବାର ଦୁଇ ଘଣ୍ଟା ପରେ ମଧ୍ୟ ଯଦି ଆଣଙ୍କ ସୁଗାର ଲେବଲ ୨୦୦-୪୦୦ mg/dl ରହିଥାଏ ତାହେଲେ ସାବଧାନ ରହିବା ଉଚିତ। ଏହା ହାଇ ଲେବଲ ଉପରେ ରହିଲେ ଆପଣଙ୍କୁ ହାର୍ଟ ଆଟାକ ଏବଂ କିଡନୀ ଫେଲିୟର ଭଳି ସମସ୍ୟା ହୋଇପାରେ।

ବୟସ ହିସାବରେ ସଠିକ ବ୍ଳଡ ସୁଗାର ଲେବଲ କେତେ ରହିବା ଉଚିତ?

୬ ରୁ ୧୨ ବର୍ଷ

ଯଦି ବୟସ କଥା କହିବା ତାହେଲେ ୬-୧୨ ବର୍ଷ ବୟସରେ ଫାଷ୍ଟିଙ୍ଗ ସମୟରେ ବ୍ଲଡ ସୁଗାର ୮୦ ରୁ ୧୮୦ ରହିବା ଉଚିତ। ଏହାପରେ ଲଞ୍ଚ୍‌ କରିବା ପରେ ଏହି ଲେବଲ ୧୪୦ mg/dl ପର୍ଯ୍ୟନ୍ତ ଯାଇପାରେ। ସେହିପରି ରାତିରେ ଖାଦ୍ୟ ଖାଇବା ପରେ ୧୦୦ ରୁ ୧୮୦ mg/dl ପର୍ଯ୍ୟନ୍ତ ବ୍ଲଡ ସୁଗାର ଲେବଲ ରହିଲେ ତାହା ସାମାନ୍ୟ ହୋଇଥାଏ।

୧୩ ରୁ ୧୯ ବର୍ଷ

ଯଦି ଆପଣଙ୍କ ବୟସ ୧୩-୧୯ ବର୍ଷ ତାହେଲେ ଫାଷ୍ଟିଙ୍ଗ ସୁଗାର ଲେବଲ ୭୦ ରୁ ୧୫୦ mg/dl ରହିପାରେ। ଲଞ୍ଚ୍‌ । ମଧ୍ୟାହ୍ନ ଭୋଜନ ପରେ ଏହା ଏବଂ ଡିନର ପରେ ୯୦ ରୁ ୧୫୦ mg/dl ରହିବା ଉଚିତ। ଏହିଭଳି ଭାବେ ୨୦-୨୬ ବର୍ଷ ବୟସର ଲୋକଙ୍କର ଫାଷ୍ଟିଙ୍ଗ ସମୟରେ ୧୦୦ ରୁ ୧୮୦ mg/dl ସୁଗାର ଲେବଲ ହେବା ଉଚିତ। ସେହିପରି ଲଞ୍ଚ ପରେ ପର୍ଯ୍ୟନ୍ତ ଯାଇପାରେ। ଡିନର ପରେ ବ୍ଳଡ ସୁଗାର ଲେବଲ ୧୦୦ ରୁ ୧୪୦ mg/dl ହେବା ଉଚିତ।

୨୭ ରୁ ୩୨ ବର୍ଷ

ଯଦି ଆପଣଙ୍କ ବୟସ ୨୭-୩୨ ବର୍ଷ, ତାହେଲେ ଫାଷ୍ଟିଙ୍ଗ ବ୍ଲଡ ସୁଗାର ଲେବଲ ୧୦୦ ରହିବା ଉଚିତ। ଏହିଭଳି ଭାବେ ଲଞ୍ଚ୍‌ ପରେ ଏହି ଲେବଲ ୯୦-୧୧୦ mg/dl କୁ ଯାଇପାରେ। ଏହାପରେ ଡିନର ପରେ ସୁଗାର ଲେବଲ ୧୦୦ ରୁ ୧୪୦ mg/dl ରହିବା ଉଚିତ। ୩୩ ରୁ ୪୦ ବର୍ଷ ବୟସର ଲୋକଙ୍କର ଫାଷ୍ଟିଙ୍ଗ ସୁଗାର ଲେବଲ ୧୪୦ mg/dl ରୁ କମ୍‌ ହେବା ଉଚିତ। ଲଞ୍ଚ୍‌ ପରେ ସୁଗାର ଲେବଲ ୧୬୦ mg/dl ରୁ କମ୍‌ ହେବା ଉଚିତ। ସେହିପରି ଡିନର ପରେ ସୁଗାର ସ୍ତର ୯୦ ରୁ ୧୫୦ mg/dl ରହିବା ଉଚିତ।

୪୦ ବର୍ଷରୁ ଅଧିକ ବୟସ

ଆପଣଙ୍କ ବୟସ ଯଦି ୪୦-୪୫ ବର୍ଷ ବୟସର। ତାହେଲେ ଫାଷ୍ଟିଙ୍ଗ ବ୍ଳଡ ସୁଗାର ଲେବଲ ୯୦ ରୁ ୧୩୦ mg/dl ହୋଇପାରେ। ଲଞ୍ଚ୍‌ ପରେ ସୁଗାର ଲେବଲ ୧୪୦ mg/dl ରୁ କମ୍‌ ହେବା ଉଚିତ। ସେହିପରି ଡିନର ପରେ ୧୫୦ ବ୍ଲଡ ସୁଗାର ଲେବଲ ରହିବା ସାମାନ୍ୟ ଶ୍ରେଣୀରେ ଆସିଥାଏ। ଏହିଭଳି ଭାବେ ୫୦-୬୦ ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ଫାଷ୍ଟିଙ୍ଗ ସୁଗାର ଲେବଲ ୯୦ ରୁ ୧୩୦ mg/dl ରହିବା ଉଚିତ। ଲଞ୍ଚ୍‌ ପରେ ରୁ କମ୍‌ ସୁଗାର ଲେବଲ ରହିବା ଉଚିତ ଏବଂ ଡିନର ପରେ ୧୫୦ mg/dl ବ୍ଲଡ ସୁଗାର ଲେବଲ ସାମାନ୍ୟ ବୋଲି ଧରାଯାଏ।

ନୋଟ୍‌ : ଏଠାରେ ଦିଆଯାଇଥିବା ସୂଚନା ସାମାନ୍ୟ ସୂଚନା ଉପରେ ଆଧାରିତ। ଏହାକୁ ଆପଣେଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

15 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago