ଲାଇଫ୍ ଷ୍ଟାଇଲ୍

ଆୟରନ ଓ କ୍ୟାଲ୍‌ସିୟମର ଅଭାବ ଦୂର କରିବ ସିଝା ଅଣ୍ଡା, କିନ୍ତୁ ହଳଦିଆ ଭାଗକୁ ନେଇ ଆପଣାନ୍ତୁ ଏହି ସାବଧାନତା

ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅଣ୍ଡା ବହୁତ ପୌଷ୍ଟିକ। ଏହାକୁ ପ୍ରତିଦିନ ସେବନ କରାଯାଇ ପାରିବ। ଆମ୍‌ଲେଟ କି ଫ୍ରାଏ ବଦଳରେ ସିଝା ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଅଧିକ ଫାଇଦା ପହଞ୍ଚାଇଥାଏ। ଏକ ଦେଶୀ ସିଝା ଅଣ୍ଡାରେ ୬ ଗ୍ରାମ ପ୍ରୋଟିନ୍‌ ରହିଥାଏ। ଆସନ୍ତୁ ଜାଣିବା ସିଝା ଅଣ୍ଡା ଖାଇବା ଦ୍ୱାରା ସ୍ୱାସ୍ଥ୍ୟକୁ କି କି ପ୍ରକାର ଲାଭ ମିଳିଥାଏ।

-ଯେଉଁ ଲୋକ ପ୍ରୋଟିନ୍‌ ଅଭାବଜନିତ ସମସ୍ୟାରେ ପୀଡ଼ିତ, ସେମାନେ ସିଝା ଅଣ୍ଡା ପ୍ରତିଦିନ ସେବନ କରିବା ଉଚିତ।

-ସିଝା ଅଣ୍ଡାର ହଳଦିଆ ଭାଗ ସେବନ କରିବା ଦ୍ୱାରା ଶରୀରରେ, ଖାସ୍‌ କରି ପିଲା ଏବଂ ବୃଦ୍ଧବୃଦ୍ଧାଙ୍କ ଶରୀରରେ ଆୟରନର ଅଭାବ ଦୂର ହୋଇଯାଇଥାଏ।

-ସିଝା ଅଣ୍ଡା ଆଖି ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ନିୟମିତ ରୂପେ ସିଝା ଅଣ୍ଡା ଖାଇଲେ ଏଥିରେ ମହଜୁଦ କ୍ୟାରୋଟିନାୟଡ୍‌ସ ଆଖିର ମାଂସପେଶୀକୁ ମଜଭୁତ କରିଥାଏ। ଆଣ୍ଟି ଅକ୍ସିଡେଣ୍ଟସ୍‌ ରେଟିନାକୁ ମଜଭୁତ ରଖିଥାଏ, ଯଦ୍ଦ୍ଵାରା ମୋତିଆବିନ୍ଦୁର ଆଶଙ୍କା କମ୍‌ ହୋଇଯାଇଥାଏ।

-ସିଝା ଅଣ୍ଡା ଖାଇଲେ କ୍ୟାଲସିୟମ୍‌ ଅଭାବ ମଧ୍ୟ ପୂର୍ଣ୍ଣ ହୋଇଥାଏ। ଯେଉଁ ପିଲାମାନେ ମାଟି ଖାଇଥାଆନ୍ତି, ଯେଉଁ ଲୋକଙ୍କର ଗଣ୍ଠି ଯନ୍ତ୍ରଣା ସମସ୍ୟା ରହିଥାଏ କିମ୍ବା ଯେଉଁମାନଙ୍କର ହାଡ଼ ଦୁର୍ବଳ, ସେମାନଙ୍କ ପାଇଁ ସିଝା ଅଣ୍ଡା ବେଶ୍‌ ଲାଭଦାୟକ ରହିବ।

-ଅଣ୍ଡାରେ କୋଲିନ୍‌ ତତ୍ତ୍ୱ ମିଳିଥାଏ। ଏହାକୁ ସିଝାଇ ଖାଇଲେ ଏଥିରେ ଥିବା ଭିଟାମିନ ବ୍ରେନ୍‌କୁ ଆକ୍ଟିଭ୍‌ ରଖିଥାଏ ଏବଂ ମାନସିକ ଚିନ୍ତା ଦୂର କରିଥାଏ। ପିଲାମାନେ ପ୍ରତିଦିନ ସିଝା ଅଣ୍ଡା ଖାଇବା ଉଚିତ। କାରଣ, ଏହା ସ୍ମରଣ ଶକ୍ତି ବୃଦ୍ଧି କରିଥାଏ।

କେଉଁମାନେ ଅଳ୍ପ ମାତ୍ରାରେ ଖାଇପାରିବେ ସିଝା ଅଣ୍ଡା

-The Center for Disease Control and Prevention ନିଜର ଏକ ରିସର୍ଚ୍ଚରେ କହିଛି ଯେ ହୃଦୟ ରୋଗରେ ପୀଡ଼ିତ ବ୍ୟକ୍ତି ଏବଂ ଡାଇବେଟିସ୍‌ ରୋଗୀଙ୍କୁ ଅଣ୍ଡାର ହଳଦିଆ ଭାଗକୁ ସୀମିତ ମାତ୍ରାରେ ସେବନ କରିବା ଉଚିତ। କାହିଁକିନା, ଏହାକୁ ଅଧିକ ମାତ୍ରାରେ ସେବନ କଲେ କୋଲେଷ୍ଟ୍ରୋଲ ଓ ହୃଦୟ ରୋଗ ବଢ଼ି ଯାଇପାରେ।

-ଯେଉଁ ଲୋକ ଓଜନ ହ୍ରାସ ମିଶନରେ ଲାଗିଛନ୍ତି, ସେମାନେ ଅଣ୍ଡାର ହଳଦିଆ ଅଂଶକୁ ଅଧିକ ମାତ୍ରାରେ ସେବନ କରିବା ଉଚିତ ନୁହେଁ। ଧଳା ଭାଗ ତୁଳନାରେ ହଳଦିଆ ଭାଗରେ ୫ ଗୁଣା ଅଧିକ ପ୍ରୋଟିନ୍‌ ରହିଥାଏ।

Roshni

Recent Posts

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

3 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

17 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

53 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

55 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

59 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

1 hour ago