ଶୀତଦିନେ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ହେଉଛି କି? ଆପଣାନ୍ତୁ ଏହି ଟିପ୍ସ

ଆସିଗଲାଣି ଶୀତଦିନ। ଏହି ସମୟରେ ଅନେକ ସମସ୍ୟା ଉପୁଜେ। ହେଲେ ଅଧିକାଂଶ ଲୋକଙ୍କ ମଧ୍ୟରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ବେଶୀ ଦେଖିବାକୁ ମିଳେ। ଶୀତ ଦିନରେ ଧିର ଜୀବନଶୈଳୀ ବା ମାନ୍ଦା ଜୀବନଶୈଳୀ କାରଣରୁ ଏହିସବୁ ରୋଗ ହୋଇଥାଏ । ଏହା ସାଙ୍ଗକୁ ଶରୀରରେ ପେରିଫେରାଲ୍ ଅଞ୍ଚଳକୁ ରକ୍ତ ଯୋଗାଣ କମ୍ କମ୍ ହେବା କାରଣରୁ ମଧ୍ୟ ଗଣ୍ଠି ଏବଂ ଜଏଣ୍ଟ ପେନ୍ ଅଧିକ ହୋଇଥାଏ । ଏପରିକି ଆପଣଙ୍କ ହାର୍ଟ, ଫୁସଫୁସ୍‌, ଏବଂ ପାଚକତନ୍ତ୍ରରେ ମଧ୍ୟ ସମସ୍ୟା ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ଶୀତଦିନରେ ଏହି ସବୁ ସମସ୍ୟାରୁ କିପରି ଉପଶମ ପାଇବା

ସାଧାରଣତଃ ଶୀତଦିନରେ ରକ୍ତ ସଞ୍ଚାଳନ ଜମାଟ ବାନ୍ଧିଥାଏ, ଯେଉଁ କାରଣରୁ ଗଣ୍ଠିରେ ଥିବା ରକ୍ତବାହୀଗୁଡିକ ସଂକୁଚିତ ହୋଇଯାଏ । ଏପରି ପରିସ୍ଥିତିରେ ଯେତେବେଳେ ଆପଣ ସକ୍ରିୟ ଥାଆନ୍ତି କିମ୍ବା ଚାଲିବା ସମୟରେ ଆପଣଙ୍କ ଗୋଡର ଗଣ୍ଠି ଉପରେ ଚାପ ପଡେ ଏହା ଦ୍ୱାରା ଅଧିକ ଯନ୍ତ୍ରଣା ହୋଇଥାଏ । ଏହା ହାଡ ଯନ୍ତ୍ରଣା ବଢ଼ାଇବା ସହ ଗଣ୍ଠି ଯନ୍ତ୍ରଣାକୁ ମଧ୍ୟ ବଢ଼ାଇଥାଏ ।

ଶୀତଦିନେ କିପରି ରୋକିବେ ଗଣ୍ଠି ଯନ୍ତ୍ରଣା

୧. ବ୍ୟାୟାମ୍‌ କରନ୍ତୁ : ଶୀତଦିନେ ସକାଳୁ ସକାଳୁ ବ୍ୟାୟାମ କରିବା ଦ୍ୱାରା ଗଣ୍ଠି ସମସ୍ୟା ଶୀଘ୍ର ହ୍ରାସ ହୋଇଥାଏ । କାରଣ ବ୍ୟାୟାମ କରିବା ଯୋଗୁଁ ଶରୀରରେ ରକ୍ତ ସଞ୍ଚାଳନ ହୋଇଥାଏ । ଏହା ସହ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିଥାଏ ।

୨. ଗରମ ପାଣିରେ ଗାଧୋଇବା : ଶୀତଦିନରେ ସାଧାରଣ ଭାବେ ସମସ୍ତେ ଗରମ ପାଣିରେ ଗାଧୋଇଥାନ୍ତି । ଖାଲି ଏତିକି ନୁହେଁ, ଗରମ ପାଣିରେ ସବୁ କାର୍ଯ୍ୟ କରିଥାନ୍ତି । ଯେମିତିକି ସକାଳୁ ଉଠିବା ପରେ ଗରମ ପାଣିରେ ମୁହଁ ଧୋଇବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପୂର୍ବରୁ ମଧ୍ୟ ଗରମ ପାଣିରେ ଗୋଡ, ହାତ ଧୋଇହୋଇଥାନ୍ତି । ଏହା ସବୁ କାର୍ଯ୍ୟ କଲେ ଗଣ୍ଠି ଯନ୍ତ୍ରଣା କମ୍ ହୋଇଥାଏ । ଏପରି କରିବା ଦ୍ୱାରା ରକ୍ତ ପ୍ରବାହରେ ଉନ୍ନତି ଆଣିବା ସହ ଗଣ୍ଠି ସମ୍ବନ୍ଧୀୟ ସମସ୍ୟାକୁ କମ୍‌ କରେ ।

୩. ଆଣ୍ଟି-ଇନଫ୍ଲାମେଟୋରୀ ଜିନିଷ ଖାଆନ୍ତୁ : ହଳଦୀ, ଅଦା, ଲବଙ୍ଗ, ଘିଅ ଏବଂ ବ୍ଲାକ୍‌ ପେପର ଭଳି ଆଣ୍ଟି-ଇନଫ୍ଲାମେଟୋରୀ ଜିନିଷ ଖାଇବା ଦ୍ୱାରା ଗଣ୍ଠି ସମସ୍ୟା ଦୂର ହୋଇଥାଏ । ଏହି ଜିନିଷଗୁଡିକ ଆନାଲେଜିକ୍‌ ଭଳି କାମ କରେ ଏବଂ ଗଣ୍ଠି ଯନ୍ତ୍ରଣା ସମସ୍ୟାକୁ କମ୍‌ କରେ । ଯଦି ଆପଣ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତେବେ ଶୀତଦିନେ ଏହି ସବୁ ଜିନିଷକୁ ଅନୁସରଣ କରିବା ନିହାତି ଆବଶ୍ୟକ ।

You might also like