ନିୟମିତ ରୂପେ କରୁଛନ୍ତି କି ବ୍ୟାୟାମ ତାହେଲେ କରନ୍ତୁ ନାହିଁ ଡାଏଟିଂ, ଶରୀରକୁ ହୋଇପାରେ ଏଭଳି କ୍ଷତି

ସାଧାରଣତଃ ଓଜନ କମ କରିବା ପାଇଁ ନିୟମିତ ରୂପେ ବ୍ୟାୟାମ କରିବା ପାଇଁ କୁହାଯାଇଥାଏ କିନ୍ତୁ ଯଦି ନିୟମିତ ରୂପେ ବ୍ୟାୟାମ କରିବା ସହିତ ଡାଏଟିଂ କରିବା ପାଇଁ ପରାମର୍ଶ ଦିଆଯାଉଛି ତାହେଲେ ହୋଇଯାଆନ୍ତୁ ସାବଧାନ । ଲୋ କ୍ୟାଲେରୀ ଡାଏଟ ସହିତ ଏକ୍ସରସାଇଜ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଗବେଷଣାରୁ ମଧ୍ୟ ଏହା ଜଣାପଡିଛି ତାହେଲେ ଆସନ୍ତୁ ଜାଣିବା କଣ କହୁଛି ରିସର୍ଚ୍ଚ ।

bone health is affected if you mix exercise with low calorie diet

ଜର୍ଣ୍ଣାଲ ଅଫ ବୋନ ଆଣ୍ଡ ମିନେରାଲ ରିସର୍ଚ୍ଚରୁ ଏହା ଜଣାପଡିଛି ଯେ ପ୍ରତିଦିନ ବ୍ୟାୟାମ କରିବା ସହିତ ଯଦି ଆପଣ ଲୋ କ୍ୟାଲେରୀ ଡାଏଟ କରନ୍ତି ତାହେଲେ ଏହାଦ୍ୱାରା ଆପଣଙ୍କ ଶରୀରର ହାଡ଼ ଗୁଡିକ ଦୁର୍ବଳ ହେବାର ସମ୍ଭାବନା ରହିଛି ।

ଏହାସହ ପଢନ୍ତୁ ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ପିଆଜ ଚା ଏବଂ କିପରି କରିବେ ପ୍ରସ୍ତୁତ

ପ୍ରଥମେ କରାଯାଇଥିବା ଗବେଷଣାରୁ ଏହା ଜଣାପଡିଥିଲା ଯେ ସାଧାରଣ କ୍ୟାଲୋରୀ ସହିତ ବ୍ୟାୟାମ କରିବା ଦ୍ୱାରା ହାଡ଼ ଉପରେ ଏହାର କୌଣସି ପ୍ରଭାବ ପଡେନାହିଁ । କିନ୍ତୁ ବର୍ତ୍ତମାନ ଜଣାପଡିଛି ଯେ ଯଦି ଆପଣ ଲୋ କ୍ୟାଲୋରୀ ଡାଏଟ କରୁଛାନ୍ତି ତାହେଲେ ଏହା ଶରୀରର ହାଡ଼ ଉପରେ ଖରାପ ପ୍ରଭାବ ପକାଇଥାଏ ।

exercise

ଗବେଷଣା ସମୟରେ ବିଶେଷଜ୍ଞମାନେ ଦେଖିବାକୁ ପାଇଥିଲେ ଯେ ମୂଷା ମାନଙ୍କ ବୋନ ମ୍ୟାରୋରେ ଯେଉଁ ଫ୍ୟାଟ ରହିଛି ତାହା ମଣିଷ ଶରୀରର ହାଡ଼କୁ ମଧ୍ୟ ଦୁର୍ବଳ କରିଦେଇପାରେ । ଏହା ସହିତ ଦେଖାଯାଇଥିଲା ଯେ ମୂଷା ମାନଙ୍କ ଓଜନ କମ କରିବା ପାଇଁ ଯଦି ସେମାନଙ୍କୁ ୩୦ ପ୍ରତିଶତ କମ କ୍ୟାଲୋରୀ ଦିଆଯାଉଛି ତାହେଲେ ମୂଷା ମାନଙ୍କର ଓଜନ ତ କମ ହୋଇଯାଉଛି ତା ସହିତ ସେମାନଙ୍କର ଅସ୍ଥିମଜ୍ଜାରେ ଫ୍ୟାଟ ବଢିଯାଉଛି । ଏହି ଗବେଷଣାରେ ଏହା ମଧ୍ୟ ଦେଖାଯାଇଥିଲା ଯେ ଶାରୀରିକ ଗତିବିଧି ଦ୍ୱାରା ବୋନ ମ୍ୟାରୋ କମ ହୋଇଯାଇଥାଏ ସତ କିନ୍ତୁ ହାଡ଼ ଗୁଡିକ ଦୁର୍ବଳ ହୋଇଯାଇଥାଏ ।