ନୂଆ ବର୍ଷ ପୂର୍ବରୁ ଘରକୁ ଆଣନ୍ତୁ ଏହି ସବୁ ଜିନିଷ, ନିଶ୍ଚିତ ରୂପେ ବଢିବ ସୁଖସମୃଦ୍ଧି

୨୦୨୧ ବର୍ଷର ଶେଷ ମାସ ଆରମ୍ଭ ହୋଇଗଲାଣି ।  ବର୍ତ୍ତମାନ ସମୟରେ କରୋନା ଭାଇରସକୁ ନେଇ କିମ୍ବା ପେଟ୍ରୋଲ ଦରକୁ ନେଇ ଅଥବା କୃଷକ ଆନ୍ଦୋଳନକୁ ନେଇ ଦେଶରେ ଏକ ପ୍ରକାର ହଟ୍ଟଗୋଳ ପରିସ୍ଥିତି ଜାରିରହିଛି ।  ଏହା ସହ ଲୋକଙ୍କୁ ଦୁର୍ବଳ ଆର୍ଥିକ ସ୍ଥିତିର ବି ସାମ୍ନା କରିବାକୁ ପଡୁଛି ।  ଦେଶର ପ୍ରତିଟି ନାଗରିକ ଆସନ୍ତା ବର୍ଷ ଯେମିତି ସେମାନଙ୍କ ପାଇଁ କିଛି ଶୁଭ ଖବର ନେଇ ଆସୁ ସେନେଇ ଆଶାବାଦୀ ଅଛନ୍ତି ।  ବାସ୍ତୁ ଅନୁଯାୟୀ ଯଦି ନୂଆ ବର୍ଷ ପୂର୍ବରୁ ଘରକୁ କିଛି ନୂଆ ଜିନିଷ ଆଣନ୍ତି ତେବେ ଘରକୁ ପ୍ରଚୁର ସୁଖ, ସମୃଦ୍ଧି ଆଣିବ ।  ତେବେ ଆସନ୍ତୁ ସେଉପରେ ଏକ ନଜର ପକାଇବା ।

ମୟୁର ପର:

ଶ୍ରୀ କୃଷ୍ଣଙ୍କ ଅତି ପ୍ରିୟ ମୟୁର ପର ଘରକୁ ଆଣିଲେ ଘରେ ସୁଖ, ସମୃଦ୍ଧି ବୃଦ୍ଧି ହେଉଥିବା ନେଇ ବିଶ୍ୱାସ କରାଯାଏ ।  ପରିବାର ଲୋକଙ୍କ ମନରେ ହସ ଖେଳିଯାଏ ।  ଯଦି ଆପଣ ବି ଚାହୁଁଛନ୍ତି ଆପଣଙ୍କ ଘର ପରିବାରରେ ସମାନ ସ୍ଥିତି ଦେଖାଦେଉ ତେବେ ଆଜି ହିଁ ବଜାରରୁ ଗୋଟିଏ ରୁ ଟି ମୟୁର ପର ଆଣନ୍ତୁ ଓ ତାହାକୁ ଶ୍ରୀକୃଷ୍ଣଙ୍କ ମୁଣ୍ଡ ଉପରେ ଲଗାଇ ଦିଅନ୍ତୁ ।  ଯଦି ଚାହିଁବେ ଏହାକୁ କୌଣସି କାନ୍ଥରେ ଟାଙ୍ଗି ପାରିବେ ।

ଗୋମତୀ ଚକ୍ର: 

ବିଶ୍ୱାସ କରାଯାଏକି ଘରେ ଗୋମତୀ ଚକ୍ର ରଖିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।  ବାସ୍ତୁ ଅନୁଯାୟୀ ଏକ ହଳଦିଆ କପଡାରେ ୧୧ ଟି ଗୋମତୀ ଚକ୍ରକୁ ଗୁଡ଼ାଇ ଏକ ସ୍ଥାନରେ ରଖିଦିଅନ୍ତୁ । ଦେଖିବେ କିଛି ଦିନ ଭିତରେ ଘରର ସ୍ଥିତି ବଦଳିଯିବ ।

gomati chakra

ତୁଳସୀ ଗଛ କିମ୍ବା ମନି ପ୍ଲାଣ୍ଟ:

ନୂଆ ବର୍ଷ ଆରମ୍ଭ ପୂର୍ବରୁ ଘରର ଅଗଣାରେ ଏକ ତୁଳସୀ ଗଛ କିମ୍ବା ଏକ ମନି ପ୍ଲାଣ୍ଟ ରଖନ୍ତୁ ।  ତୁଳସୀକୁ ତ ନୁହେଁ କିନ୍ତୁ ଆପଣ ମନି ପ୍ଲାଣ୍ଟକୁ ଘର ଭିତରେ ଏମିତିକି ବେଡ୍ରୁମରେ ରଖିପାରିବେ । ଏମିତି କରିବା ଦ୍ୱାରା ଘରକୁ ସୁଖ, ସମୃଦ୍ଧି, ଧନ, ସମ୍ପତ୍ତି ଫେରି ଆସିବ ।

ପଦ୍ମ ନାଡ଼:

ମା’ ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ପୂଜା ଘରେ କମଳଗତତେ ଗାରଲ୍ୟାଣ୍ଡ ରଖନ୍ତୁ ।  ଏମିତି କରିବା ଦ୍ୱାରା ଘରେ କେବେବି ଧନର ଅଭାବ ରହିବ ନାହିଁ ।

ଲାଫିଙ୍ଗ ବୁଦ୍ଧ:

କୌଣସି ଏକ ଶୁଭ ମୁହୂର୍ତ୍ତରେ ଦୁଇ ହାତରେ ଏକ ଲା ଫିଙ୍ଗ ବୁଦ୍ଧ ଧରି ଘର ଭିତରକୁ ପ୍ରବେଶ କରନ୍ତୁ ।  ଆଉ ଏହାକୁ ଘରର ଉତ୍ତର-ପୂର୍ବ ଦିଗରେ ରଖନ୍ତୁ ।

laughing buddha

ସ୍ୱସ୍ତିକ ଚିତ୍ର:

ପୁରାଣରେ ସ୍ୱସ୍ତିକକୁ ଭଗବାନ ଗଣେଶ ଓ ମା’ ଲକ୍ଷ୍ମୀଙ୍କ ପ୍ରତୀକ ଭାବେ ଧରାଯାଏ ।  ଏହାକୁ ଘରର ଦୁଆରରେ ଅଙ୍କିବା ଦ୍ୱାରା କିମ୍ବା ଏହାର କୌଣସି ଚିତ୍ର ଟାଙ୍ଗିବା ଦ୍ୱାରା ଘରର ପ୍ରତ୍ୟକ ବ୍ୟକ୍ତିଙ୍କ ମନସ୍କାମନା ପୁର୍ଣ ହୋଇଥାଏ ।  ଯଦି ଆପଣ ଘରକୁ କୌଣସି ଷ୍ଟିକର ଆଣୁନାହାନ୍ତି ତେବେ ନିଜ ହାତରେ ବି ଆଙ୍କି ପାରିବେ ।  ବିଶ୍ୱାସ କରାଯାଏକି ସ୍ୱସ୍ତିକା ଟାଙ୍ଗିବା ଦ୍ୱାରା ଘରେ କୌଣସି ପ୍ରକାରର ନେଗେଟିଭ ଏନର୍ଜି ପ୍ରବେଶ କରିପାରେ ନାହିଁ ।

ଦକ୍ଷିଣ ବର୍ତ୍ତୀ ଶଙ୍ଖ:

ବସ୍ତୁ ଅନୁଯାୟୀ ଦକ୍ଷିଣ ବର୍ତ୍ତୀ ଶଙ୍ଖ ଘରେ ରଖିବା ଖୁବ ଶୁଭପ୍ରଦ ।  କିନ୍ତୁ ନୂଆ ବର୍ଷ ପୂର୍ବରୁ ଏହାକୁ ପୂଜା କରି ଘରର ଥାକ କିମ୍ବା କପବୋର୍ଡ ଭିତରେ ରଖିଦିଅନ୍ତୁ ।  ବିଶ୍ୱାସ କରାଯାଏକି ଘରେ ଶାନ୍ତି ବଢିବା ସହିତ ଈଶ୍ୱରଙ୍କର ଆଶୀର୍ବାଦ ମିଳିଥାଏ ।

Leave A Reply

Your email address will not be published.