କେବଳ ଶାଗ ନୁହେଁ ଆଖି ପାଇଁ ଭଲ ବାଇଗଣ

ଆଖି ସମସ୍ୟା ବା ଦୃଷ୍ଟି ଶକ୍ତି ପାଇଁ କେବଳ ଶାଗ ନୁହେଁ। ବାଇଗଣ ମଧ୍ୟ ଲାଭଦାୟକ। ଅନେକ ସମୟରେ କମ୍ ବୟସରୁ ମଧ୍ୟ ଆଖିର ଦୃଷ୍ଟି ଶକ୍ତି କମିଯାଏ। ଯାହାର କାରଣ ଖାଦ୍ୟ ପେୟ ମଧ୍ୟ ହୋଇଥାଏ। ତେବେ ଆପଣଙ୍କ ଦୃଷ୍ଟି ଶକ୍ତି ପାଇଁ ଆପଣଙ୍କୁ ନିଜର ଖାଦ୍ୟ ପେୟ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ।

brinjal
picture credit – krishi jagran

ଅନେକ ସମୟରେ କିଛି ଲୋକେ ସବୁଜ ପନିପରିବା ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ। କିନ୍ତୁ ନିଜର ଭଲ ସ୍ବାସ୍ଥ୍ୟ ପାଇଁ ସବୁବେଳେ ସତେଜ ଓ ସବୁଜ ପନିପରିବା ଖାଇବା ଦରକାର୍। ସେଥି ମଧ୍ୟରୁ ବାଇଗଣର ଅନେକ ଉପକାର ରହିଛି। ଦୃଷ୍ଟି ଶକ୍ତି ପାଇଁ କେବଳ ଶାଗ ନୁହେଁ ବାଇଗଣ ମଧ୍ୟ ଖାଇବା ଉଚିତ୍। କାରଣ ଏଥିରେ ଦୃଷ୍ଟି ଶକ୍ତି ବଢାଇବାର ଗୁଣ ରହିଛି। ଆଖି ଭିଜନ ପାଇଁ ମଧ୍ୟ ଏହା ଲାଭକାରୀ। କେବଳ ଆଖି ନୁହେଁ ଏହା ହାର୍ଟ ଜନିତ ରୋଗ, ବ୍ଲଡ କୋଲେଷ୍ଟ୍ରଲ, କ୍ୟାନ୍ସର, କଗ୍ନିଟିଭ ଫକ୍ସନ୍, ଓଜନ୍ ହ୍ରାସ କରିବାରେ ସାହାଯ୍ୟ କରେ ବାଇଗଣ।

ଏଥିରେ ଥିବା କପର୍, ଫାଇବର, ମାଙ୍ଗାନିଜ, ବି-୬, ଥିଆମିନ ଭଳି ପୋଷକ ତତ୍ତ୍ଵ ରହିଛି। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୂର ପରିମାଣରେ ରହିଛି। ଯାହା ରେଟିନାକୁ ସୁରକ୍ଷା ପ୍ରଦାନ କରିଥାଏ। ତେଣୁ ବାଇଗଣ ମଧ୍ୟ ନିୟମିତ ଖାଇବା ଦରକାର ଆଖି ଜନିତ ରୋଗ ଦୂର କରିବା ପାଇଁ।

Leave A Reply

Your email address will not be published.