ମାତ୍ର ଅଳ୍ପ ଦିନ ପର୍ଯ୍ୟନ୍ତ ଏହି ଜିନିଷ ଲଗାଇ ଆପଣଙ୍କ ଆଇବ୍ରୋକୁ କରନ୍ତୁ ମୋଟା ଓ ଘନ, ଫଲୋ କରନ୍ତୁ ଟିପ୍ସ

ସୁନ୍ଦର ଦେଖାଯିବା ପାଇଁ ଆପଣଙ୍କ ନାକ, ଆଖି ଓ ଓଠ ମଧ୍ୟ ସୁନ୍ଦର ଦେଖାଯିବା ଉଚିତ। ଅନେକ ମହିଳାଙ୍କର ଆଇବ୍ରୋ ପତଳା ହୋଇଥିବାରୁ ତାହା ତାଙ୍କ ଚେହେରାକୁ ଖରାପ କରି ଦେଇଥାଏ। ଯଦି ଆପଣଙ୍କ ଆଇବ୍ରୋ ବହୁତ ଅଧିକ ପତଳା ଅଛି କିମ୍ବା ଆଇବ୍ରୋରେ କମ୍‌ କେଶ ଅଛି, ତା’ହେଲେ ଏହାକୁ ମୋଟା ତଥା ଘନ କରିବା ପାଇଁ କେତେକ ଘରୋଇ ଉପାୟ ଆପଣାଇ ପାରିବେ। ଆଜି ଆମେ କିଛି ଟିପ୍ସ ବିଷୟରେ କହିବାକୁ ଯାଉଛୁ।

ଏଲୋଭେରା: ଯଦି ଆପଣ ଏଲୋଭେରା ପତ୍ରକୁ ଛେଲି ତା’ ରସକୁ ନିଜ ପତଳା ଆଇବ୍ରୋ ଉପରେ ଲଗାଇବେ, ତା’ହେଲେ ଅଳ୍ପ ଦିନ ଭିତରେ ଆଇବ୍ରୋ ଘନ ହେଉଥିବାର ନଜର ଆସିବ। କାରଣ, ଏହା କେଶ ପାଇଁ ବହୁତ ଭଲ ହୋଇଥାଏ।

କ୍ଷୀର: କଞ୍ଚା କ୍ଷୀର ବି ଆଇବ୍ରୋ ବଢ଼ାଇବା କାମରେ ଆସିଥାଏ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ କଞ୍ଚା କ୍ଷୀରକୁ ନିଜ ଆଇବ୍ରୋରେ ଲଗାଇ ହାଲୁକା ମସାଜ କରନ୍ତୁ। ଏହାଦ୍ୱାରା କ୍ଷୀରର ପୋଷକ ତତ୍ତ୍ୱ ଆପଣଙ୍କ ଆଇବ୍ରୋ ଆଖପାଖର ତ୍ୱଚା ଭିତରେ ପଶିବ, ଯାହାଫଳରେ କି, ଆଇବ୍ରୋର କେଶ ଆପେ ବଢ଼ିବାକୁ ଲାଗିବ।

ଅଲିଭ୍‌ ଅଏଲ୍‌: ଏହି ତେଲରେ ଯଦି ଆପଣ ମହୁ ମିଶାଇ ୨ ମିନିଟ୍‌ ପାଇଁ ଆଇବ୍ରୋରେ ମସାଜ କରିବେ, ତ ବହୁତ ଫାଇଦା ମିଳିବ। ମସାଜ କରିବା ପରେ ଏହାକୁ ପାଣିରେ ଧୋଇ ଦେବେ। ଦେଖିବେ, ଆପଣଙ୍କ ଆଇବ୍ରୋ କିଛି ଦିନ ଭିତରେ ଘନ ହୋଇଯିବ।

ପିଆଜ ରସ: ପିଆଜ ରସରେ ସଲ୍‌ଫର, ସେଲେନିୟମ୍‌, ଭିଟାମିନ ବି ଏବଂ ସି ରହିଥାଏ, ଯାହାକି କେଶ ବୃଦ୍ଧି ପାଇଁ ସହାୟକ ହୋଇଥାଏ। ଏଥିରେ ଆପଣ ଭିଟାମିନ୍‌ ଇ ଅଏଲ୍‌ କ୍ୟାପସୁଲ ମିଶାଇ ଲଗାଇ ପାରିବେ।

Leave A Reply

Your email address will not be published.