ଚା’ ସହ ମିଠା ବିସ୍କୁଟ ଖାଇବା ଆଦତ ଆପଣଙ୍କର ଅଛି କି ? ବଦଳାନ୍ତୁ ଅଭ୍ୟାସ ନଚେତ୍‌ ପସ୍ତାଇବେ

ଚା’ ସହ ବିସ୍କୁଟ ପ୍ରାୟତଃ ସମସ୍ତେ ଖାଆନ୍ତି । ଯଦି ଆପଣ ବି ଚା’ ସହ ବିସ୍କୁଟ ଖାଉଛନ୍ତି ତେବେ ଆପଣ ଏହାର ହାନିକାରକ ତଥ୍ୟ ବିଷୟରେ ଜରୁର ଜାଣିବା ଉଚିତ୍‌ । ଅଧିକାଂଶ ଲୋକଙ୍କ ପାଇଁ ଚା’ ସହ ବିସ୍କୁଟ ଖାଇବା ଏକ ଅଭ୍ୟାସ । ହେଲେ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରିପାରେ । ଆସନ୍ତୁ ଜାଣିବା କ’ଣ ଏହାର କାରଣ ହୋଇପାରେ ।

ବିସ୍କୁଟରେ ଥିବା ହାଇଡ୍ରୋଜେନେଟେଡ ଫ୍ୟାଟ୍ସ ମାତ୍ରା ରହିଥାଏ । ବିସ୍କୁଟ ଫ୍ୟାଟ ଫ୍ରି ହୋଇ ନଥାଏ । ତେଣୁ ଯଦି ଆପଣ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଆନ୍ତି ତେବେ ଏହାଦ୍ୱାରା ଆପଣ ମୋଟା ହୋଇପାରନ୍ତି । ଆପଣଙ୍କ ଚର୍ମ ସମ୍ପର୍କିତ ସମସ୍ୟା ବଢ଼ିପାରେ ।

tea-
p.c : zeenews.india.com

ଦୀର୍ଘ ଦିନ ଧରି ଚା’ ସହ ମିଠା ବିସ୍କୁଟ ଖାଇବା ଦ୍ୱାରା ବ୍ଲଡ ସୁଗାର ଲେବଲ ବଢ଼ିପାରେ । ଏଥିରେ ସୋଡିୟମ ମାତ୍ରା ମଧ୍ୟ ଅଧିକ ଥାଏ । ଡାଇବେଟିଜ ଓ ଥାଏରୟଡ ରୋଗୀଙ୍କ ପାଇଁ ବିସ୍କୁଟ ଖାଇବା ଉଚିତ ନୁହେଁ ।
ବିସ୍କୁଟରେ ଅଧିକ ଶୁଗାର ରହିବା କାରଣରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ୍‌ କରିଥାଏ ।

biscuit
p.c : zeenews.india.com

ବିସ୍କୁଟ ରିଫାଇନ୍ଡ ଅଟାରେ ତିଆରି ହୋଇଥାଏ । ଏଥିରେ ଫାଇବର ମାତ୍ରା ନଥିବାରୁ ଏହାକୁ ଖାଇବା ଦ୍ୱାରା କୋଷ୍ଠ କାଠିନ୍ୟ ସମସ୍ୟା ବଢ଼ିଥାଏ । ବିସ୍କୁଟରେ ବିଏଚଏ ଓ ବିଏଚଟି ନାମକ ଦୁଇଟି ପ୍ରିଜରଭେଟିଭ ପକାଯାଇଥାଏ । ଯାହାକି ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇଥାଏ ।

ବିସ୍କୁଟରେ ଶୁଗାର ମାତ୍ରା ଅଧିକ ଥିବାରୁ ଏହା ଦାନ୍ତ ପାଇଁ ଖରାପ ହୋଇଥାଏ । ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଦାନ୍ତର ଏନାମଲେ ଖରାପ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.