ଆପଣଙ୍କ ଜୀବନ ପ୍ରତି ବିପଦ ଆଣିଦିଏ ‘candle light dinner’, ଯିବା ପୂର୍ବରୁ ପଢନ୍ତୁ ଏହି ରିପୋର୍ଟ

ଆଜିକାଲିର ଯୁବପିଢି ପ୍ରେମକୁ ପରିସ୍ଫୁଟ କରିବା ପାଇଁ ବିଭିନ୍ନ ପ୍ରକାର ଉପହାର, ଡେଟ୍‌, ଡିନର କରିବାକୁ ଯାଉଛନ୍ତି। ଯଦି ଆପଣ ନିଜ ମନର ମଣିଷ ସହିତ‘candle light dinner’ କରିବାକୁ ଯାଉଛନ୍ତି, ତେବେ ଆପଣଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଏକ ଗବେଷଣାରୁ ଜଣାପଡିଛି। ଯଦି ଆପଣ ସପ୍ତାହକୁ ୪ କିମ୍ବା ୫ ଥର‘candle light dinner’ କରିବାକୁ ଯାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଏହି ଡିନର କରିବା ଆପଣଙ୍କ ସ୍ୱାସ୍ଥ୍ୟକୁ ହାନି ପହଞ୍ଚାଇଥାଏ। ଆସନ୍ତୁ ଜାଣିବା କିପରି ଏହା ଆମ ଶରୀରକୁ କ୍ଷତି ପହଞ୍ଚାଏ…

ଯଦି ଆପଣ ପାର୍ଟନରଙ୍କ ସହିତ‘candle light dinner’ କରିବାକୁ ଯାଉଥାନ୍ତି, ତେବେ ପ୍ରଦୂଷଣ ସହିତ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତି ପହଞ୍ଚାଇଥାଏ। କ୍ୟାଣ୍ଡେଲ ବା ମହମବତୀ ତିଆରି କରିବା ପାଇଁ ବ୍ୟବହୃତ ହେଉଥିବା ପାରାଫିନ ଓ୍ଵାକ୍ସର ଧୂଆଁ ଶରୀରକୁ ହାନି କରେ। ଏହାଛଡା ବାୟୁ ପ୍ରଦୂଷଣ ମଧ୍ୟ ହୁଏ। ଯଦି ଆପଣ କୌଣସି ବନ୍ଦ ରୁମ୍‌ ଭିତରେ ଏପରି ଡିନର କରନ୍ତି, ତେବେ ଏହାର ଧୂଆଁ ଆପଣଙ୍କ ନିଶ୍ୱାସ ପ୍ରଶ୍ୱାସ ଯାଇ ଫୁସଫୁସକୁ କ୍ଷତି କରିବା ଫଳରେ ଆଜ୍‌ମା ଅସୁବିଧା ଦେଖାଦିଏ। ତେବେ ଆପଣ ଖୋଲା ସ୍ଥାନରେ ଏପରି ଡିନର କରିପାରିବେ।

ମହମରେ ଥିବା ପାରାଫିନ ଓ୍ଵାକ୍ସରେ ୨୦ଟି ବିଷାକ୍ତ ତତ୍ତ୍ୱ ରହିଥାଏ। ଏଥିରେ ଏସିଟୋନ, ସାୟଲେନ, ଫିନୋଲ, କ୍ରିସୋଲ ରହିଥାଏ। ଯଦି ଆପଣ ଘରେ ଅଧିକ ମାତ୍ରାରେ ମହମବତୀ ଲଗାନ୍ତି, ତେବେ ଏହାର ଧୂଆ କିଡନୀ ଉପରେ ଖରାପ ପ୍ରଭାବ ମଧ୍ୟ ପକାଏ। ପାରାଫିନ ଧୂଆରେ କିଡନୀ, ମସ୍ତିଷ୍କ, ଫୁସଫୁସ, ଲିଭର ସହିତ ହରମୋନ ମଧ୍ୟ ଅସନ୍ତୁଳନ ହେବାକୁ ଲାଗିଥାଏ।

ଏପରି ଧୂଆଁ ଗର୍ଭବତୀ ମହିଳାମାନଙ୍କ ପାଇଁ ବିପଦପୂର୍ଣ୍ଣ ହୋଇଥାଏ। ଏହାର ଧୂଆଁ ଦ୍ୱାରା ପିଲା ଏବଂ ମାକୁ କ୍ଷତି ପହଞ୍ଚାଏ। ଗବେଷଣା ଅନୁଯାୟୀ, ସିଗାରେଟରୁ ବାହାରୁଥିବା ଧୂଆଁ ଏବଂ ମହମବତୀରୁ ବାହାରୁଥିବା ଧୂଆଁରେ ଏକ ପ୍ରକାର ଟକ୍ସିନ ମିଳିଥାଏ। ଯାହା ଶରୀର ପାଇଁ କ୍ଷତିକାରକ। ମହମବତୀ ଧୂଆଁରେ ଫୁସଫୁସକୁ ୪୫ ପ୍ରତିଶତ କ୍ଷତି ପହଞ୍ଚିଥାଏ।

Swagatika

Recent Posts

ମଧ୍ୟପ୍ରଦେଶ : ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା…

3 mins ago

ହାଇ କୋଲେଷ୍ଟ୍ରଲରେ ଚିନି ଏବଂ ଗୁଡ ମଧ୍ୟରୁ କେଉଁ ମିଠା ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ…

11 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

48 mins ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

50 mins ago

ଅଦ୍ୱିତୀୟ କାରିଗର ହରେକୃଷ୍ଣ ମହାରଣା, ଯାହାଙ୍କ ହାତର ସ୍ପର୍ଶରେ ମାଟି ମୂର୍ତ୍ତି ପାଉଛି ଜୀବନ୍ତ ରୂପ

ଆନନ୍ଦପୁର(କେନ୍ୟୁଜ୍): ମୂର୍ତ୍ତି ତିଆରିରେ ଲାଗିଛନ୍ତି କାରିଗର । ନିଜର ହାତର ସ୍ପର୍ଶରେ ମାଟିର ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ ।…

54 mins ago

କଣ ଭଲ ଫିଚର୍ସ ଜବରଦସ୍ତ ଲୁକ୍‌ ଥିବା ଫୋନ୍‌ କିଣିବାକୁ ଚାହୁଁଛନ୍ତି କି, ତାହେଲେ ଆସୁଛି OnePlus Ace 3 Pro

ଆସୁଛି ଓ୍ଵାନ୍‌ ପ୍ଲସର ଧମାକେଦାର ଫୋନ୍‌ । ଯଦି ଆପଣ ଓ୍ଵାନପ୍ଲସ୍‌ ଲଭର୍‌ ତାହେଲେ ଆପଣଙ୍କ ପାଇଁ ଖୁସି ଖବର…

1 hour ago