ଆପଣଙ୍କ ପାଇଁ ‘ଫ୍ରିଲାନସିଙ୍ଗ’ ଆଣିଛି ସୁବର୍ଣ୍ଣ ସୁଯୋଗ, ନିଜ ଇଚ୍ଛା ଅନୁସାରେ କରନ୍ତୁ କାମ

ଆଜିର ଦିନରେ ବେକାରୀ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦେଶରେ କ୍ରମାଗତ ଭାବେ ଜନସଂଖ୍ୟା ବୃଦ୍ଧି କାରଣରୁ ବହୁ ଯୁବପିଢିଙ୍କୁ ନିଜ ଯୋଗ୍ୟତା ଅନୁଯାୟୀ ଭଲ ଚାକିରୀ ଖଣ୍ଡେ ମିଳିପାରୁ ନାହିଁ । ଏହା ସହ ଯେତେବେଳେ କର୍ମ ନିଯୁକ୍ତିର କଥା ଉଠେ ଆମ ସାମ୍ନାରେ ବିଶେଷ ଭାବେ ୨ଟି ବିକଳ୍ପ ହିଁ ଦେଖାଦେଇଥାଏ । ଚାକିରୀ କର ନଚେତ ଅନ୍ୟ କିଛି ବ୍ୟବସାୟ କର । ଯଦି ଆପଣଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣରେ ପଇସା ଅଛି ତେବେ ବ୍ୟବସାୟ କରି ପାରନ୍ତି ଆଉ ଯଦି ପଇସାର ଅଭାବ ଅଛି ତେବେ ଚାକିରୀ ଛଡା ଆପଣଙ୍କ ନିକଟରେ ଆଉ କିଛି ହେଲେ ବିକଳ୍ପ ନାହିଁ । କିନ୍ତୁ ଏ ଦୁଇଟି ମୁଖ୍ୟ ବିକଳ୍ପକୁ ଛାଡି ଆପଣଙ୍କ ନିକଟରେ ଆଉ ଏକ ନୂଆ ବିକଳ୍ପ ଅଛି । ଯାହାକୁ ‘ଫ୍ରିଲାନସିଙ୍ଗ’  କୁହାଯାଏ । ଏହା ବଳରେ ଆପଣଙ୍କୁ କାହା ଅଧୀନରେ ବା ନିର୍ଦ୍ଧିଷ୍ଟ କୌଣସି ସମୟ ସୀମା ମଧ୍ୟରେ ରହି କାମ କରିବାକୁ ପଡିବ ନାହିଁ । ଏହା ସାହାଯ୍ୟରେ ବ୍ୟକ୍ତି ନିଜ ଇଚ୍ଛା,ସମୟ,ଓ ସୁବିଧା ଅନୁସାରେ କେଉଁଠାରେ ବି କାମ କରିପାରିବେ । ଏଥିପାଇଁ ଆପଣଙ୍କର ବିଶେଷ କିଛି ଯୋଗ୍ୟତା ନିହାତି ଥିବା ଆବଶ୍ୟକ ।

ସୃଜନଶିଳତା ରହିବା ନିହାତି ଆବଶ୍ୟକ: 

ନିଜ କାର୍ଯ୍ୟ କ୍ଷେତ୍ର ପରିସରରେ ଆପଣଙ୍କର ନେଟୱର୍କିଙ୍ଗ ବା ସମାଜିକ ସମ୍ପର୍କ ଭଲ ରହିବା ନିହାତି ଆବଶ୍ୟକ । ଅଥବା ଆପଣଙ୍କର ନେଟୱର୍କିଙ୍ଗ ବଢାଇବାର ଯୋଗ୍ୟତା ନିହାତି ରହିବା ଆବଶ୍ୟକ । ଏହା ସହ ଯେଉଁ କ୍ଷେତ୍ରରେ ଆପଣ କାମ କରିବାକୁ ଚାହୁଁଛନ୍ତି ସେ କ୍ଷେତ୍ରରେ ଆପଣଙ୍କର ଗଭୀର ଜ୍ଞାନ ରହିବା ନିହାତି ଦରକାର । ଯଦି ଆପଣ ନିଜ କ୍ରିଏଟିଭିଟି ଦୁନିଆ ସାମ୍ନାକୁ ଆଣିବାକୁ ଚାହୁଁଛନ୍ତି ତେବେ ଏମିତି କରନ୍ତୁ କି ସମସ୍ତେ ଯେମିତି ଆପଣଙ୍କୁ ନିଜ ଆଦର୍ଶ ବନେଇ ପାରିବେ । ଏହା ଦ୍ୱାରା ଆପଣ ନିଜର ଏକ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରିବେ ।

ଘରୁ ଆରମ୍ଭ କରିହେବ କାମ: 

ଫ୍ରିଲିସିଂ ଦ୍ୱାରା ଆପଣ ନିଜ ସ୍ୱାଧୀନ ଭାବେ କେଉଁଠି ବି ବସି କାମ କରିପାରିବେ । ଆପଣ ଯଦି ଚାହିଁବେ ନିଜ ବ୍ୟବସାୟକୁ ନିଜ ଘରୁ ମଧ୍ୟ ଆରମ୍ଭ କରିପାରିବେ । ନିଜ ସାଙ୍ଗସାଥି ତଥା ଏକ ଭଲ ୱେବସାଇଟର ସାହାଯ୍ୟ ମଧ୍ୟ ନେଇପାରିବେ ।

ଏହା ସହ ପଢନ୍ତୁ: ମଧୁମେହରୁ ମୁକ୍ତି ଦେବ ଏହି ୩ଟି ଯୋଗାସନ, ନିୟମିତ ଅଭ୍ୟାସ ଦ୍ୱାରା ନିୟନ୍ତ୍ରିତ ରହିବ ବ୍ଲଡ୍‌ ସୁଗାର

ମିଳିପାରିବ କର୍ମ ନିଯୁକ୍ତି:

ଏମିତିରେ ତ ବର୍ତ୍ତମାନ ଉଭୟ ଅନଲାଇନ ଓ ଅଫଲାଇନ ଚାକିରିର ଚାହିଦା ରହିଅଛି । କିନ୍ତୁ ଆଜିର ଯୁବପିଢ଼ି ଅଧିକ ମାତ୍ରାରେ ଅନ ଲାଇନ ଚାକିରୀକୁ ହିଁ ପ୍ରାଧାନ୍ୟ ଦେଉଛନ୍ତି । ଭଲ ଦରମାରେ ବିଭିନ୍ନ ସୋସିଆଲ ମିଡ଼ିଆ ସାଇଟ, ସର୍ଭେ, ଆଇଟି, କ୍ରିଏଟିଭ ଜବ ଓ ବିଜନେସ ମାର୍କେଟିଙ୍ଗ କ୍ଷେତ୍ରରେ ବହୁ ନିଯୁକ୍ତି ମାନ ଉପଲବ୍ଧ ହେଉଅଛି । ଏହା ସହ ଫେସନ ଦିଯାଇନିଂ, କ୍ଲାଉଡ଼ କମ୍ପୂଟିଙ୍ଗ, ୱେବ ସାଇଟ ଡ଼ିଜାଇନିଂ, ଈଂଟରିୟର ଡ଼ିଜାଇନିଂ, କ୍ରିଏଟିଭ ରାଇଟିଙ୍ଗ ବ୍ୟତୀତ ଗ୍ରାଫିକ ଡ଼ିଜାଇନିଂ କ୍ଷେତ୍ରରେ ଆପଣ ନିଜ କ୍ରିଏଟିଭିଟି ଦେଖାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.