ମସ୍ତିଷ୍କକୁ ସୁସ୍ଥ ଏବଂ ଭଲ ନିଦ ପାଇଁ ରାତିରେ ପିଅନ୍ତୁ କାଜୁ କ୍ଷୀର ଡ୍ରିଙ୍କ, ମିଳିବ ଅନେକ ଫାଇଦା

ଶରୀରକୁ ସୁସ୍ଥ ରଖିବା ସହିତ ମସ୍ତିଷ୍କକୁ ମଧ୍ୟ ସୁସ୍ଥ ଏବଂ ଶାନ୍ତ ରଖିବା ନିତାନ୍ତ ଜରୁରୀ। ଆଉ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ରାତିରେ ସଠିକ୍‌ ନିଦ ନିହାତି ଦରକାର। ରାତିରେ ଭଲଭାବେ ଶୋଇଲେ ହିଁ ତା’ ପରଦିନ ଆମକୁ ସତେଜ ଏବଂ ଫୂର୍ତ୍ତି ଲାଗିଥାଏ। କାମ କରିବାକୁ ମନ ହୋଇଥାଏ। ଆଉ ଯଦି ଆପଣ ରାତିରେ ଠିକ୍‌ରେ ନ ଶୋଇଥାନ୍ତି, ସେମାନଙ୍କୁ ଚିଡଚିଡା ଲାଗିବା ସହିତ ମନ ଭଲ ଲାଗିନଥାଏ। କିନ୍ତୁ ରାତିରେ ସବୁ ମଣିଷ ଭଲ ନିଦରେ ଶୋଇନଥାଏ। ଅନେକ ଲୋକ ନିଜ ସମସ୍ୟା ଯୋଗୁଁ ଭଲ ନିଦରେ ଶୋଇପାରନ୍ତି ନାହିଁ।

ରାତିରେ ସଠିକ୍‌ ଭାବେ ନ ଶୋଇବା ଯୋଗୁଁ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଭୋଗିବାକୁ ପଡିଥାଏ। ଏମିତିରେ ଡାକ୍ତରଙ୍କ ପରାମର୍ଶ ନେବା ସହିତ ଘରୋଇ ଉପଚାର ଆପଣାଇପାରିବେ। ରାତିରେ ଭଲ ନିଦ ପାଇଁ ଆପଣ କାଜୁ କ୍ଷୀର ପିଇପାରିବେ। ଯାହା ମସ୍ତିଷ୍କ ଉପରେ ଭଲ ପ୍ରଭାବ ପକାଏ।

କାଜୁକୁ କ୍ଷୀରରେ ଭିଜାଇ ଏହାକୁ ପେଷ୍ଟ କରିଦିଅନ୍ତୁ। ଏବେ ଏକ ଗ୍ଲାସ କ୍ଷୀର ଏହାକୁ ମିଶାଇ ଅଳ୍ପ ଚିନି ମଧ୍ୟ ମିଶାଇ ଦିଅନ୍ତୁ। ଏହାକୁ କିଛି ସମୟ ଫୁଟାଇ ଦିଅନ୍ତୁ। ଏହାକୁ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏ। ଭଲ ନିଦ ଆସିବା ସହିତ ସତେଜତା ଦେଇଥାଏ।

କାଜୁ ସମେତ ଶୁଖିଲା ଖୁଆ ମଧ୍ୟ ନିଦ ପାଇଁ ବେଶ୍‌ ଫାଇଦାଯୁକ୍ତ। ଏଥିରେ ଥିବା ମେଲାଟୋନିନ ସହିତ ମ୍ୟାଗ୍ନେସିୟମ ଏବଂ ଜିଙ୍କ ଭଳି ମିନେରାଲ ଭରି ରହିଥାଏ। ଯାହା ଶାରୀରିକ କାର୍ଯ୍ୟ ପାଇଁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ।

ରିପୋର୍ଟ ଅନୁଯାୟୀ, ମେଲାଟୋନିନ, ମ୍ୟାଗ୍ନେସିୟମ ଏବଂ ଜିଙ୍କ ଅନିଦ୍ରା ସମସ୍ୟାକୁ ଦୂର କରିବାରେ ସହାୟକ ହୁଏ। ତେଣୁ ଭଲ ନିଦ ପାଇଁ କାଜୁ ଖାଇବା ଉଚିତ।

ପ୍ରାଚୀନ କାଳରେ ଲୋକ ଶୋଇବା ସମୟରେ କ୍ଷୀର ପିଇଥାନ୍ତି। ରାତିରେ କ୍ଷୀର ପିଇ ଶୋଇଲେ ଭଲ ନିଦ ହୋଇଥାଏ। ଏଥିରେ ଥିବା ଟ୍ରିପ୍ଟୋଫେନ କାରଣରୁ ବୟସ୍କ ଲୋକଙ୍କୁ ଭଲ ନିଦ ଆସିଥାଏ। ତେଣୁ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.