ଫ୍ରାଏଡ କୋବି ଖାଇ ଖାଇ ହୋଇଗଲେଣିକି ବୋର, ଆଜିହିଁ ଟ୍ରାଏ କରନ୍ତୁ କଲିଫ୍ଲାୱାର ଚିଜ୍

ସାଧାରଣତଃ ଶୀତଦିନେ ଆମପାଖରେ ଅନେକ ପ୍ରକାର ପରିବାର ଅପ୍ସନ ରହିଥାଏ । ଏହିସବୁ ପରିବା ମଧ୍ୟରେ ଗୋଟିଏ ହେଉଛି କୋବି ଯାହାକୁ ଅନେକ ଲୋକ ପସନ୍ଦ କରିଥାନ୍ତି କିନ୍ତୁ ଗୋଟିଏ ପ୍ରକାରର ସ୍ୱାଦ ମଧ୍ୟ ସମସ୍ତଙ୍କୁ ପସନ୍ଦ ନୁହେଁ । କୋବିରେ ଗୋଟିଏ ପ୍ରକାରର ଆଇଟମ ପ୍ରସ୍ତୁତ କରି କରି ଆପଣ ବୋର ହୋଇଗଲେଣି କି ? ତାହେଲେ ଆଜି ଆମେ ଆପଣଙ୍କ ପାଇଁ ଆଣି ଦେଇଛୁ କୋବିରେ ପ୍ରସ୍ତୁତ ଏକ ଭିନ୍ନ ପ୍ରକାରର ଡ଼ିସ । ଯାହାକୁ ଖାଇବା ପରେ ଆପଣ ନିଶ୍ଚିତ ଏହାକୁ ବାରମ୍ବାର ଖାଇବାକୁ ଇଛା କରିବେ । ତାହେଲେ ଡେରି କାହିଁକି ଆଜିହିଁ ଘରେ ପ୍ରସ୍ତୁତ କରନ୍ତୁ କଲିଫ୍ଲାୱାର ଚିଜ୍ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକୀୟ ସାମଗ୍ରୀ

ଫୁଲକୋବି ୧ଟି, ବଟର ୫୦ଗ୍ରାମ, ଲଙ୍କା ପାଉଡର ଅଧା ଚାମଚ, କ୍ଷୀର ଅଧା ଲିଟର, ଗ୍ରେଟ କରିଥିବା ଚିଜ୍ ଅଧାକପ, ଜିରା ଅଳ୍ପ, ହ୍ୱାଇଟ ଚିଲି ପାଉଡର ଅଳ୍ପ, କଞ୍ଚାଲଙ୍କା ଗୋଟିଏ ଓ ଲୁଣ ସ୍ୱାଦାନୁସାରେ ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଓ଼ଭେନକୁ 180ଡିଗ୍ରୀରେ ପ୍ରିହିଟ କରିଦିଅନ୍ତୁ । ତାପରେ ଫୁଲକୋବିକୁ କାଟି ପାଣିରେ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ସିଝାଇ ଦିଅନ୍ତୁ ଏବଂ ତାକୁ ପାଣିରୁ କାଢି ରଖିଦିଅନ୍ତୁ । ଏହାପରେ ସସ ପ୍ରସ୍ତୁତ କରିବା ପାଇଁ ଗୋଟିଏ ପ୍ୟାନରେ ବଟର, ଜିରା ଓ ଲଙ୍କାଗୁଣ୍ଡ ପକାଇ ଟିକିଏ ଭାଜନ୍ତୁ । ତାପରେ ସେଥିରେ କ୍ଷୀର ଓ ଅଟା ପକାଇ କିଛିସମୟ ପର୍ଯ୍ୟନ୍ତ ଗୋଳାନ୍ତୁ । ତାପରେ ଏଥିରେ ଲୁଣ ଓ ହ୍ୱାଇଟ ଚିଲି ପାଉଡର ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ ଏବଂ ଶେଷରେ ସେଥିରେ ଚିଜ ପକାଇ ଗୋଟେ ମିନିଟ ପର୍ଯ୍ୟନ୍ତ ସିଝିବାକୁ ଛାଡ଼ିଦିଅନ୍ତୁ । ତାପରେ ବେକିଙ୍ଗ ଟ୍ରେରେ ଟିକିଏ ସସ ପକାଇ ତା ଉପରେ ଫୁଲକୋବି ଗୁଡିକ ଗୋଟି ଗୋଟି କରି ରଖିଦିଅନ୍ତୁ ଆଉ ତାଉପରେ ବଳକା ସସ, ଚିଜ୍ ଓ କଟା କଞ୍ଚାଲଙ୍କା ପକାଇ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ବେକ କରିଦିଅନ୍ତୁ । ତାପରେ ଏହାକୁ ଏକ ପ୍ଲେଟରେ କାଢି ଗରମ ଗରମ ସର୍ଭ କରନ୍ତୁ କଲିଫ୍ଲାୱାର ଚିଜ୍ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago