ପାଣି, ଉଚ୍ଚସ୍ଥାନ, ଅନ୍ଧାର ଭଳି ଫୋବିଆ ରହିଛି କି , କଣ ଏହାର କାରଣ ଜାଣନ୍ତୁ ….

ଆପଣ ଦେଖିଥିବେ କି ଅନେକ ଲୋକଙ୍କୁ କେତେ କଣ କାରଣ ପାଇଁ ଭୟ ଲାଗେ । ଆଉ ଭୟର ପ୍ରଭାବ ସେମାନଙ୍କ ଉପରେ କିପରି ପଡିଥାଏ ତାହା ବି ଆପଣ ଦେଖିଥିବେ । ଆଉ ସେହି ସବୁ କାରଣ ମଧ୍ୟରୁ ବିଶେଷ ଭାବରେ ଦେଖିବାକୁ ପାଇଥିବେ କି ଲୋକେ ବେଶି ଅନ୍ଧାର, ଉଚ୍ଚ ସ୍ଥାନ ଓ ପାଣିକୁ ଡରିଥାନ୍ତି । କିନ୍ତୁ କେବେ ଭାବିଛନ୍ତି କି ତାହା କାହିଁକି ହୋଇଥାଏ । ନାଁ ଏହା ଭାବିବା ଗୋଟେ ବେକାର କଥା ବୋଲି ଆପଣ କହିବେ । ଆପଣଙ୍କ ମଧ୍ୟରେ ଏମିତି ବହୁତ ଲୋକେ ଥିବେ ଯେଉଁମାନେ ଟେକନିକାଲି ଜାଣିବାକୁ ଚାହୁଁଥିବେ କି ପ୍ରକୃତରେ ଏମିତି କାହିଁକି ହୋଇଥାଏ । କଣ ପାଇଁ ଏମିତି ହୋଇଥାଏ ।

ଦର୍ଶକବନ୍ଧୁ ସବୁକଥାର କିଛି ନା କିଛି ସାଇଣ୍ଟିଫିକ କାରଣ ରହିଛି । କିଛି ଦିନ ହେବ ବୈଜ୍ଞାନିକମାନେ ଏହା ଉପରେ ଅନୁସନ୍ଧାନ କରିବାରୁ ଏହାର କାରଣ ଜଣା ପଡିଥିଲା । ଏକ ରିପୋର୍ଟ ଅନୁସାରେ ଡର କାହିଁକି ଲାଗିଥାଏ ଓ ମଣିଷକୁ କାହିଁକି ଏତେ ପରିମାଣରେ ଭୟଭୀତ କରିପାରେ ତାହା ଜାଣିବା ପାଇଁ ବୈଜ୍ଞାନିକମାନେ ମିନିସ୍କୋପ ନାମର ଏକ ଡିଭାଇସର ପ୍ରୟୋଗ କଲେ । ଏହି ଡିଭାଇସ ବ୍ରେନ ମଧ୍ୟରେ ଥିବା ୟୁରାନ୍ସର ଗତିବିଧିର ପତ୍ତା ଲଗାଇଥାଏ । ଆଉ ଏହି ରିସର୍ଚ୍ଚ ସମୟରେ ଜାଣିବାକୁ ମିଳିଥିଲା କି ଏଭଳି ଭୟର ଅସଲ କାରଣ ସବୁ କଣ ।

ପ୍ରଥମେ ମୂଷା ଉପରେ ଏହାର ପ୍ରୟୋଗ କରାଯାଇଥିଲା । ଆଉ ଯେତେବେଳେ ମୂଷାର ବ୍ରେନକୁ ମିନିସ୍କୋପରେ ଯୋଡା ଯାଇଥିଲା । ତେବେ ତାଙ୍କ ବ୍ରେନରେ ଅନେକ ପରିବର୍ତ୍ତନ ଦେଖାଗଲା । ମିନସ୍କୋପରେ କନେକ୍ଟ କରିବା ପରେ ମୂଷାକୁ ସେହି ସବୁ ଫୋବିଆ ସହ ସମ୍ପର୍କରେ ଅଣାଗଲା ଯାହାକୁ ସେମାନେ ବହୁତ ଭୟ କରିଥାନ୍ତି । ଯେମିତିକି ସେମାନଙ୍କ ପାଦରେ କରେଣ୍ଟର ଝଟକା ଦିଆଯିବା । କିଛି ଅଜିବ ଶବ୍ଦ ଶୁଣାଇବାର ପରିବେଶ ଉତ୍ପ୍ନନ୍ନ କରିବା ଭଳି ଏସବୁ ସମ୍ପର୍କରେ ମୂଷାକୁ ଆଣିବା ।

ରିସର୍ଚ୍ଚ କହୁଛି କି ଯେବେ ଏମିତି ହେଲା ତେବେ ମୂଷାର ବ୍ରେନରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଲା । ବୈଜ୍ଞାନିକଙ୍କର କହିବା କଥା ବ୍ରେନରେ ଦୁଇଟି ଏଭଳି ସର୍କିଟ ମିଳିଛି ଯାହା ଭୟ ସୃଷ୍ଟି କରିବାର କାମ କରିଥାଏ । ସେମାନଙ୍କର କହିବା କଥା କି କ୍ୟାଲ୍ସିଟୋନିନ ଜିନ ରିଲେଟେଡ ପେପ୍ଟାଇଡ ନ୍ୟୁରାନ୍ସ ବ୍ରେନର ଆମିଗଡାଲା ଭାଗ ସହ ମିଶି ଏହି ଡର ସୃଷ୍ଟି କରନ୍ତି ।

ରିସର୍ଚ୍ଚ ସମୟରେ ସାମନାକୁ ଆସିଥିଲା କି ଏହିଭଳି ନ୍ୟୁରାନ୍ସର ଗତିବିଧି ସେତେବେଳେ ବଢିଲା ଯେବେ ମୂଷାକୁ ଡରାଗଲା । ଯେମିତିକି ମୂଷା ଯେଉଁସବୁ ମୁଖ୍ୟ କାରଣ ପାଇଁ ଡରିଥାନ୍ତି । ଆଉ ସେହି ସମୟରେ ମିନିସ୍କୋପ ସାହାଯ୍ୟରେ ସେମାନଙ୍କ ନ୍ୟୁରାନ୍ସର ଲେବଲ ଚେକ କରାଗଲା । ଯାହା ବଢିଥିବାର ଦେଖିବାକୁ ମିଳିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.