କିଡନୀ ରୋଗ ହେବା ପୂର୍ବରୁ ଶରୀରକୁ ଦେଇଥାଏ ଏହି ୧୫ଟି ସଂକେତ, କଣ ଆପଣଙ୍କ ଠାରେ ଦେଖାଯାଉଛି କି ଏହି ସବୁ ଲକ୍ଷଣ

ଯଦି ଆପଣଙ୍କ ଶରୀର ମଧ୍ୟ ଆପଣଙ୍କୁ କିଛି ସଂକେତ ଦେଉଛି ତେବେ ଏହାକୁ ବିଲକୁଲ ବି ଅଣଦେଖା କରନ୍ତୁ ନାହିଁ। ଆପଣଙ୍କର ଏହି ଅଣଦେଖା ଆପଣଙ୍କୁ ବହୁତ ମହଙ୍ଗା ପଡିପାରେ। କିଡନୀ ମାମଲାରେ ତ ଆପଣଙ୍କୁ ଅଧିକ ସାବଧାନ ରହିବାକୁ ପଡିବ। କାରଣ କିଡନୀ ପ୍ରାରମ୍ଭିକ ଷ୍ଟେଜରେ ଜଣା ନପଡିଲେ ଏହା ଜୀବନକୁ ମଧ୍ୟ ନେଇ ଯାଇପାରେ। ମହିଳାଙ୍କୁ ସ୍ବତନ୍ତ୍ର ଭାବରେ ଧ୍ୟାନ ରଖିବାକୁ ହେବ। କାରଣ ରିପୋର୍ଟ ଅନୁଯାୟୀ ମହିଳାଙ୍କ ଠାରେ ସବୁଠୁ ଅଧିକ ଏହି ରୋଗ ଦେଖାଯାଇଥାଏ। କିଡନୀ ରୋଗ ହେବା ପୂର୍ବରୁ ଏହା ଆମ ଶରୀରରେ ଅନେକ ସଂକେତ ଦେଇଥାଏ। ଆମକୁ କେବଳ ଏହି ସବୁ ସଂକେତକୁ ଚିହ୍ନିବାକୁ ହେବ। ଆସନ୍ତୁ ଜାଣିବା ଶରୀରରେ ସେହି ସଂକେତ ବିଷୟରେ ଯାହା ଆପଣଙ୍କୁ କିଡନୀ ରୋଗର ସଂକେତ ଦେଇଥାଏ।

-ସବୁବେଳେ ଦୁର୍ବଳ ଅନୁଭବ ହେବା।

-ଅଧିକ ଥକାପଣ ଲାଗିବା।

-ଶରୀରରେ ଶକ୍ତି କମ୍ ହେବା ଭଳି ଅନୁଭୂତ ହେବା।

-ବାରମ୍ବାର ପରିଶ୍ରା ଲାଗିବା।

-ରାତିରେ ବହୁତ ଥର ପରିଶ୍ରା ଲାଗିବା।

-ଆପଣଙ୍କ ତ୍ବଚା ହଠାତ୍ କୁଣ୍ଡେଇ ହେବା, ଜଳିବା ବା ପୋଡିବା ଭଳି ଅନୁଭୂତ ହେଲେ।

-କିଡନୀ ଶରୀରର ଅପଶିଷ୍ଟକୁ ଛାଣିଥାଏ। ତେବେ ଯାଇ ଶରୀରରେ ପରିଶ୍ରା ତିଆରି ହୋଇଥାଏ।

-ଯଦି କିଡନୀରେ ସମସ୍ୟା ରହିବ ତେବେ ରକ୍ତ ଭଲଭାବେ ଛାଣିହେବ ନାହିଁ।

-ପରିଶ୍ରାରେ ଅନଫିଲ୍ଟର ରକ୍ତ ଆସିବ। ଏମିତିରେ କିଡନୀରେ ସଂକ୍ରମଣ ଏବଂ କିଡନୀରେ ପଥର ମଧ୍ୟ ହୋଇପାରେ।

-କିଡନୀ ସମସ୍ତ ହାନିକାରକ ଟକ୍ସିନକୁ ପରିଶ୍ରା ଜରିଆରେ ବାହାରକୁ ବାହାର କରିଦେଇଥାଏ।

-ଆପଣଙ୍କୁ ନିଦ୍ରା ସମସ୍ୟା ଥିଲେ ବି ଆପଣଙ୍କୁ କିଡନୀ ସମସ୍ୟା ହୋଇପାରେ।

-ଯଦି ଆପଣଙ୍କ ପରିଶ୍ରାରେ ରକ୍ତ ଆସୁଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ।

-ଭୋକ କମ୍ ଲାଗିବା ମଧ୍ୟ କିଡନୀ ରୋଗ ସମସ୍ୟାର ଲକ୍ଷଣ ହୋଇପାରେ।

-କିଡନୀ ଭଲଭାବେ କାମ ନ କଲେ ଶରୀରରୁ ଟକ୍ସିନ ବାହାରି ନଥାଏ ଏବଂ ବ୍ୟକ୍ତିଙ୍କୁ ଭୋକ ଲାଗି ନଥାଏ।

କିଡନୀ ଯେତେବେଳେ ଠିକ ଭାବରେ କାମ କରିନଥାଏ ସେତେବେଳେ ମଣିଷଙ୍କ ଶରୀରରେ ଏହି ସଂକେତ ସବୁ ଦେଖାଯାଇଥାଏ। ଯଦି ଆପଣଙ୍କର ମଧ୍ୟ ଏହିଭଳି ସମସ୍ୟା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରାନ୍ତୁ। କିଡନୀ ଯାଞ୍ଚ କରାନ୍ତୁ।

Pritiparna

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

2 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

16 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

29 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

30 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago