ଜଲଦି ବଦଳାନ୍ତୁ ଏହି ଅଭ୍ୟାସ, ନଚେତ ଆପଣଙ୍କୁ ମଧ୍ୟ ହୋଇପାରେ ଡାଇବେଟିସ୍

ଯେଉଁମାନଙ୍କୁ ଡାଇବେଟିସ ହୋଇଛି ସେମାନେ ଏହା ପ୍ରାର୍ଥନା କରନ୍ତି ଯେ, କେଉଁ ଶତ୍ରୁକୁ ମଧ୍ୟ ଏହି ରୋଗ ନ ହେଉ । ଏହି ରୋଗ ପାଇଁ କିଡନୀ ଖରାପ ହେବା ସହ ହାର୍ଟ ଆଟାକର ଭୟ ମଧ୍ୟ ରହିଥାଏ । ଯଦି ଆପଣ ଚାହୁଁଛନ୍ତି ଡାଇବେଟିସ୍ ନହେବା ପାଇଁ ତେବେ ଦୈନିକ ଲାଇଫ ଷ୍ଟାଇଲକୁ ପରିବର୍ତ୍ତନ କରିଦିଅନ୍ତୁ ।

ଡାଇବେଟିସ୍ ଦୁନିଆର ପ୍ରତ୍ୟେକ ଲୋକଙ୍କୁ ନିଜର ଶିକାର ବନାଉଛି । ଭାରତକୁ ମଧୁମେହ ରୋଗର ରାଜଧାନୀ କୁହାଯାଉଛି । କାରଣ ଏଠାରେ ଅଧିକାଂଶ ଲୋକଙ୍କୁ ଡାଇବେଟିସ ହୋଇଥାଏ । ହେଲେ ଏହି ରୋଗ ଜୀବନରେ ଥରେ ହେବା ମାତ୍ରେ ମରିବା ପର୍ଯ୍ୟନ୍ତ ପିଛା ଛାଡେ ନାହିଁ । ଯେଉଁମାନଙ୍କୁ ଡାଇବେଟିସ ହୋଇଛି ସେମାନେ ଏହା ପ୍ରାର୍ଥନା କରନ୍ତି ଯେ, କେଉଁ ଶତ୍ରୁକୁ ମଧ୍ୟ ଏହି ରୋଗ ନ ହେଉ । ଏହି ରୋଗ ପାଇଁ କିଡନୀ ଖରାପ ହେବା ସହ ହାର୍ଟ ଆଟାକର ଭୟ ମଧ୍ୟ ରହିଥାଏ । ଯଦି ଆପଣ ଚାହୁଁଛନ୍ତି ଡାଇବେଟିସ୍ ନହେବା ପାଇଁ ତେବେ ଦୈନିକ ଲାଇଫ ଷ୍ଟାଇଲକୁ ପରିବର୍ତ୍ତନ କରିଦିଅନ୍ତୁ ।

ମଧୁମେହ ବଂଶଗତ କାରଣ ପାଇଁ ହୋଇପାରେ, ହେଲେ ଖାସକରି ଆମ ଜୀବନ ଶେଳୀରେ ଥିବା ଖାଦ୍ୟ ପାନୀୟ ପାଇଁ ହୋଇଥାଏ । ସେଥିପାଇଁ ନିଜ ଖରାପ ଅଭ୍ୟାସକୁ ବଦଳାନ୍ତୁ ନଚେତ ଆପଣଙ୍କୁ ମଧ୍ୟ ହୋଇପାରେ ମଧୁମେହ ରୋଗ ।

ଦିନକୁ ୭ରୁ ୮ଘଣ୍ଟା ଶୋଇବା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ । ଏହା ନ କରିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଏହା ମଧ୍ୟରୁ ଡାଇବେଟିସ ରୋଗ ଅନ୍ୟତମ । ନିଦ କମ ହେଲେ ଭୋକ କମ ହୋଇଥାଏ ଏବଂ ଗ୍ଲୁକୋଜକୁ ନିୟନ୍ତ୍ରଣ କରୁଥିବା ହର୍ମୋନ କମ ହୋଇଥାଏ । ଏହାଦ୍ୱାରା ଶରୀର ମୋଟା ହୋଇ ଡାଇବେଟିସ ଜନ୍ମ ନେଇଥାଏ ।

ଆଜିକାଲି ସ୍କୁଲ, କଲେଜ ଏବଂ ଅଫିସ ଶିଘ୍ର ପହଁଚିବା ପାଇଁ କିଛି ଲୋକ ସକାଳ ଖାଦ୍ୟକୁ ଖାଉ ନାହାନ୍ତି । ଏହା ଆମ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ । ଭୁଲରେ ଏହାକୁ କରନ୍ତୁ ନାହିଁ ନଚେତ ଆପଣ ମଧ୍ୟ ଏହି ଡାଇବେଟିସ୍ ର ଶିକାର ହୋଇପାରନ୍ତି । ଜଳଖିଆ ନ ଖାଇଲେ ଆପଣଙ୍କ ଲଂଚ ପର୍ଯ୍ୟନ୍ତ ପେଟ ଖାଲି ରହୁଛି । ଏହାଦ୍ୱାରା ବ୍ଲଡ ସୁଗାର ଏବଂ ଇନ୍ସୁଲିନ ଲେବୁଲ ସ୍ତର ସ୍ଥାୟୀ ହୋଇ ରହେ ନାହିଁ ।

ଯଦି ରାତିରେ ଓଜନଦାର ଜିନିଷ ଖାଉଛନ୍ତି ଏବଂ ଖାଦ୍ୟ ଖାଇସାରିବା ପରେ ଅନ୍ୟ କିଛି ଖାଉଛନ୍ତି ତେବେ ଏହି ଅଭ୍ୟାସକୁ ତୁରନ୍ତ ଠିକ କରନ୍ତୁ । ହେଲଥ ଏକ୍ସପର୍ଟ ମାନେ କୁହନ୍ତି ଯେ, ଡାଏଟ ପ୍ୟାଟର୍ଣ୍ଣ ବ୍ଲଡ ସୁଗାର ସ୍ପାଇକ୍ସ କରିପାରେ । ଏହାଦ୍ୱାରା ଇନସୁଲିନର ସିକ୍ରିସନ ରହିଯାଇଥାଏ । ଯଦି ଆପଣଙ୍କୁ ରାତ୍ରୀ ଭୋଜନ ପରେ ଅନହେଲଦୀ ଚିପ୍ସ ବା ସ୍ନାକ୍ସ ଆଦି ଖାଇବାକୁ ଇଚ୍ଛା ହେଉଛି ତେବେ ଏହା ପରିବର୍ତ୍ତେ ଡ୍ରାଏ ଫ୍ରୁଟ୍ସ ଖାଆନ୍ତୁ ।

Leave A Reply

Your email address will not be published.