ଲାଇଫ୍ ଷ୍ଟାଇଲ୍

ଏବେ ମାନସିକ ବେମାରୀ ଓ ବ୍ଲଡ଼ ପ୍ରେସର ସହିତ ଅନେକ ରୋଗରୁ ବଞ୍ଚାଇବ ଗାଈ ଗୋବରରୁ ନିର୍ମିତ ଏହି ଚପଲ

ବଜାରକୁ ଆସିଛି ଗୋବରରୁ ନିର୍ମିତ ଚପଲ ଯାହାକୁ ପିନ୍ଧିବା ଦ୍ବାରା ଏବେ ମାନସିକ ରୋଗ ଏବଂ ରକ୍ତଚାପ ସମସ୍ୟାରୁ ମୁକ୍ତି ମିଳିବ। ଶିବରାତ୍ରି ଅବସରରେ ସରକାରୀ ପ୍ରଦର୍ଶନୀର ପଶୁପାଳନ ବିଭାଗର ଷ୍ଟୋଲରେ ଏହି ବିଶେଷ ଚପଲକୁ ପ୍ରଦର୍ଶିତ କରାଯାଇଛି । ଏହାକୁ ବୈଦିକ ଚରଣ ପାଦୁକା ନାଁ ଦିଆଯାଇଛି। ବିଶ୍ବରେ ଗୋବରରେ ହୋଇଥିବା ଏହା ପ୍ରଥମ ଚରଣ ପାଦୁକା । ଯାହାକୁ ପିନ୍ଧିଲେ ବ୍ୟକ୍ତିଙ୍କ ରକ୍ତଚାପ ନିୟନ୍ତ୍ରଣରେ ରହିବ। ମାଂସପେଶୀ ସଙ୍କୋଚନରୁ ମୁକ୍ତି ଏବଂ ମାନସିକ ରୋଗରୁ ମୁକ୍ତି ମିଳିବା ସହିତ ଦୁଶ୍ଚିନ୍ତା, ଚିଡ଼ଚିଡ଼ାପଣରେ ମଧ୍ୟ ଗୋବରରେ ହୋଇଥିବା ଏହି ପାଦୁକା ଲାଭଦାୟକ ସାବ୍ୟସ୍ତ ହେବ। ଏହା ପଛରେ ବୈଜ୍ଞାନିକ ଯୁକ୍ତି ଦିଆଯାଇଛି ଯେ ଗୋବରରେ ଜୀବାଣୁନାଶକ ଏବଂ ବିଷ ନାଶ କରୁଥିବା ଶକ୍ତି ରହିଛି। ଆଧୁନିକ ବିଜ୍ଞାନରେ ମଧ୍ୟ ଗୋବରର ଏହି ଗୁଣ ବିଷୟରେ କୁହାଯାଇଛି।

ସାଧାରଣତଃ ବିଷାକ୍ତ ଭାଇରସ ଗୁଡିକ ଗୋବର ଦ୍ୱାରା ନଷ୍ଟ ହୋଇଯାଇଥାଏ । ଏହି ଗୁଣ କାରଣରୁ କିଛି ବର୍ଷ ତଳେ ପୂର୍ବ ଇଟାଲୀର ବୈଜ୍ଞାନିକମାନେ ଅନୁଧ୍ୟାନ କରି କହିଥିଲେ ଯେ ଟିବି ସେନିଟୋରିୟମରେ ଅତି କମରେ ଗୋବରର କିଛି ଲେପ ରଖାଗଲେ ଭାଇରସ୍ ଖୁବ୍ ଶୀଘ୍ର ନଷ୍ଟ ହୋଇଯାଇଥାଏ। ଏହି ଗୋବରର ପାଦୁକା ପିନ୍ଧୁଥିବା ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାରର ଲାଭ ମିଳିଥାଏ । ଅନେକ ରୋଗରୁ ମୁକ୍ତି ମିଳିଥାଏ । ଚରଣ ପାଦୁକାକୁ ପ୍ରସ୍ତୁତ କରିବା ପାଇଁ ଗୋବରକୁ ଛାଣି ଏଥିରେ ପ୍ରାକୃତିକ ତେଲକୁ ମିଶାଯାଇଛି । ଶୁଖିଲା ପରେ ଏହି ତେଲ ମିଶ୍ରିତ ଗୋବରକୁ ମେସିନରେ ପ୍ରେସ୍ କରି ଚରଣ ପାଦୁକାର ଆକାର ଦିଆଯାଇଛି। ଏଥିରେ ଏଚଡ଼ିଏମ ବୋର୍ଡକୁ ପାଦୁକାର ତଳ ଭାଗରେ ବ୍ୟବହାର କରାଯାଇଛି ।

ଗୋବରରେ ନିର୍ମିତ ବୈଦିକ ଚରଣ ପାଦୁକାର ଚାହିଦାକୁ ଧ୍ୟାନରେ ରଖି ଏହାର ବଜାର ମୂଲ୍ୟ ୭୦୦ଟଙ୍କା ରଖାଯାଇଛି କିନ୍ତୁ ଷ୍ଟଲରେ ଏହାକୁ ସାମ୍ପଲ ହିସାବରେ ରଖାଯାଇଛି । ଅଧିକ ଚାହିଦା ବଢ଼ିଲେ ଏହାକୁ ବଜାରକୁ ଛଡ଼ାଯିବ।

KNews Bureau

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାମ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

1 min ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

3 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

7 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

8 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

13 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

22 mins ago