ସାଧାରଣ ସଂପର୍କରେ ସମସ୍ତେ ସବୁକିଛି ଭୁଲି ଯାଇଥାନ୍ତି। ଏପରିକି ଦୁନିଆର ସବୁସୁଖ ତାଙ୍କୁ ସାଥି ସାମ୍ନାରେ ଫିକା ଲାଗିଥାଏ। କିନ୍ତୁ ଯେତେବେଳେ ସାଥିଙ୍କୁ ମିଛ କହିବା ବା ଧୋକା ଦେବାର ସମୟ ଆସିଥାଏ ସେତେବେଳେ କିଛି କଥାରେ ନିଶ୍ଚିତ ଧ୍ୟାନ ରଖାଯାଇଥାଏ। ଏହା ଆମେ ନୁହଁ ବରଂ ଏକ ରିସର୍ଚ୍ଚରୁ ଜଣାପଡ଼ିଛି।

ଏକ ମିଡ଼ିଆ ୱେବସାଇଟରେ ଲେଖାଯାଇଥିବା ଖବର ମୁତାବିକ୍, ଦୁନିଆରେ ୫୦ ପ୍ରତିଶତ ମହିଳା ଏବଂ ପୁରୁଷଙ୍କର ଘର ବାହାରେ ମଧ୍ୟ ଅବୈଧ ସଂପର୍କ ରହିଥାଏ। ତେବେ ଆପଣ ଜାଣିଛନ୍ତି କି, ଅବୈଧ ସଂପର୍କ ସ୍ଥାପନ କରିବା ପାଇଁ ଖାସ କରି କେଶର ରଙ୍ଗ ଉପରେ ଧ୍ୟାନ ଦେଇଥାନ୍ତି। ଅର୍ଥାତ ସେମାନେ ସର୍ବଦା ନିଜର ରହିଥିବା ସାଥିଙ୍କ କେଶ ରଙ୍ଗଠାରୁ ବାହାରେ ଥିବା ସାଥିଙ୍କ କେଶ ରଙ୍ଗ ଅଲଗା ଖୋଜିଥାନ୍ତି।
ନିଶ୍ଚିତ ପଢ଼ନ୍ତୁ: ରାତି ଶୋଇବା ସମୟରେ ଭୁଲରେ ମଧ୍ୟ ସାଥିଙ୍କୁ କୁହନ୍ତୁ ନାହିଁ ଏହି କଥା
ଏକ୍ସାଟ୍ରା ମେରେଟିଆଲ ଡ଼େଟିଂ ୱେସାଇଟ AshleyMadison.com ଦ୍ବାରା କରାଯାଇଥିବା ରିସର୍ଚ୍ଚରେ ୨୫୦୦ ମହିଳା ଏବଂ ପୁରୁଷଙ୍କୁ ସାମିଲ କରାଯାଇଥିଲା। ଯେଉଁଥିରେ ପ୍ରାୟ ପ୍ରତ୍ଯେକ ପୁରୁଷ ଅବୈଧ ସଂପର୍କ ପାଇଁ ଗୋରୀ ପ୍ରେମିକା ଖୋଜିଥିବା ବେଳେ ୨୯.୨ ପ୍ରତିଶତ ମହିଳା ଗୋରା ପ୍ରେମିକ ଚାହିଁଛନ୍ତି।
ଏହାଛଡ଼ା କଳାକେଶ ଥିବା ପୁରୁଷଙ୍କୁ ଅବୈଧ ସଂପର୍କ ପାଇଁ ଅଧିକ ପ୍ରଥମିକତା ଦିଆଯାଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ ଅବୈଧ ସଂପର୍କ ପାଇଁ ବିଭାହିତ ମହିଳା ଏବଂ ପୁରୁଷ ରୁପେଲୀ ରଙ୍ଗ କେଶ ଥିବା ସାଥି ଖୋଜିଥାନ୍ତି ।