ବଜାରର ନକଲି ଘିଅ ପ୍ରତି ରୁହନ୍ତୁ ସତର୍କ , ଜାଣିବା ପାଇଁ ଆପଣାନ୍ତୁ ଏହି ସହଜ ଘରୋଇ ଟିପ୍ସ

ଘରେ  ଦେଶୀ ଖାଇବା ତିଆରି ହେବା ମାତ୍ରକେ ଘିଅର ଛୁଙ୍କ ଦିଆଯାଏ । ବିଶ୍ୱାସ ରହିଛି ଯେ, ଏହାଦ୍ୱାରା ଶରୀରରେ ସବୁ ରୋଗରୁ ମୁକ୍ତି ମିଳେ । କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଘିଅକୁ ଘରେ ପ୍ରସ୍ତୁତ କରିବା ପାଇଁ କାହାରି ପାଖେ ସମୟ ନାହିଁ । ତେଣୁ ଏହାର ବ୍ୟବହାର ପାଇଁ ବଜାରରୁ କିଣିକି ଆଣିବାକୁ ପଡୁଛି । କିନ୍ତୁ ଏହି ଘିଅ ଶୁଦ୍ଧ ବୋଲି ଭାବିବା ବୋକାମି ହୋଇଥାଏ । କାରଣ ବାହାରେ ଏମିତି ଅନେକ ଜିନିଷ ରହିଛି ଯେଉଁଥିରେ ନକଲି ଦ୍ରବ୍ୟ ମିଶାଯାଉଛି ।

ଶରୀରରୁ ସୁସ୍ଥ ରଖିବାକୁ ଯାଇ ଆମେ ଅପରପକ୍ଷରେ ଶରୀରରୁ ଅସୁସ୍ଥ କରିଦେଇଥାଉ । ତେବେ ଶୁଦ୍ଧ ଘିଅକୁ ଜାଣିବା ପାଇଁ ଆମେ  ଆପଣଙ୍କ ପାଇଁ କିଛି ଘରୋଇ ଟିପ୍ସ ନେଇକି ଆସିଛୁ । ଯାହାଦ୍ୱାରା ଆପଣ ନକଲି ଘିଅକୁ ସହଜରେ ଜାଣିପାରିବେ ।

– ମାର୍କେଟରୁ ଆଣୁଥିବା ଘିଅକୁ ୪ ରୁ ୫ ଚାମଚ ବାହାର କରି ଗରମ କରନ୍ତୁ । ଏହାକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଅଲଗା ରଖନ୍ତୁ । ଯଦି ଏହାପରେ ବି ଘିଅର ଦାନା ସହ ଏହାର ମହକ ଜଣାପଡୁଛି ତେବେ ଏହା ଅସଲି ଘିଅ ବୋଲି ଜାଣନ୍ତୁ ।

9
pc: Hindustan

– ଅସଲି ଘିଅ ଜାଣିବା ପାଇଁ ଆପଣ ଲୁଣର ବ୍ୟବହାର ମଧ୍ୟ କରିପାରିବେ । ୨ ଚାମଚ ଘିଅରେ ୧/୨ ଚାମଚ ଲୁଣ ପକାଇ ଏଥିରେ ହାଇଡ୍ରୋକ୍ଲୋରାଇଡ ଏସିଡ ମିଶାନ୍ତୁ । ଏହାକୁ ୨୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଏହାପରେ ଯଦି ଘିଅର ରଙ୍ଗ ପରିବର୍ତ୍ତନ ହୋଇଥାଏ, ତେବେ ଜାଣନ୍ତୁ ଏହା ନକଲି ଘିଅ ।

– ଏକ ଗ୍ଲାସ ପାଣିରେ ୧ ଚାମଚ ଘିଅ ପକାନ୍ତୁ ।ଏହା ଯଦି ପାଣି ଉପରେ ଭାସେ ତେବେ ଜାଣିବେ ଘିଅ ଅସଲି । କାରଣ ନକଲି ଘିଅ ପାଣି ତଳେ ବସିଯାଇଥାଏ ।

ଏହି ଟିପ୍ସକୁ ଆପଣ ମଧ୍ୟ ଆପଣଙ୍କ ଘରେ ଟ୍ରାଏ କରନ୍ତୁ । ଅସଲି ଓ ନକଲି ଘିଅ ସଂପର୍କରେ ସଜାଗ ରୁହନ୍ତୁ । କାରଣ ଏହି ନକଲି ଜିନିଷ ଶରୀର ପାଇଁ ହୋଇଥାଏ । ବେଶ କ୍ଷତିକାରକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.