ଆଜି ଘରେ ବନାନ୍ତୁ ସୁଆଦିଆ ପଟାଟୋ ପ୍ୟାନକେକ୍‌, ବନିଯିବ ମାତ୍ର କେଇ ସେକେଣ୍ଡରେ..

ବେଳେବେଳେ ପିଲାମାନେ ଚିଡଚିଡା ହୋଇଯାଉଥିବ ଆପଣ ଲକ୍ଷ କରିଥିବେ । ସେଥିପାଇଁ ପିଲାମାନଙ୍କ ମନ ଖୁସି କରିବା ପାଇଁ ଯଦି ଆପଣ ତାଙ୍କ ମନ ପସନ୍ଦର ଖାଦ୍ୟ ବନାଇ ଖାଇବାକୁ ଦିଅନ୍ତି ତାହେଲେ ହୁଏତ ସେମାନେ ଘରେ ରହିବି ଟିକିଏ ଖୁସି ଅନୁଭବ କରିପାରନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏମିତି ଏକ ରେସିପି ଯାହାକୁ ଖାଇବା ପରେ ଆପଣଙ୍କ ପିଲା ଖୁସି ହୋଇଯିବେ। । ତାହେଲେ ଆସନ୍ତୁ ଜାଣିବା କିପରି ଘରେ ତିଆରି କରିବେ ଅତି ସହଜରେ ପଟାଟୋ ପ୍ୟାନକେକ ।

ଆବଶ୍ୟକୀୟ ସାମଗ୍ରୀ:
୪ଟି ଆଳୁ
ଅଧାକପ ଚିଜ
୩ଟି ପିଆଜ
ଅଳ୍ପ ଟିକେ ରସୁଣ
ଅଧାକପ ମଇଦା
୨ଟି ଅଣ୍ଡା
ଗୋଲମରିଚଗୁଣ୍ଡ
ତେଲ
ଆବଶ୍ୟକ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଆଳୁକୁ ଚୋପା ଛଡାଇ ତାକୁ ଗ୍ରେଟ କରିଦିଅନ୍ତୁ ଏବଂ ତାକୁ ଏକ ସଫା କପଡ଼ାରେ ରଖିଦିଅନ୍ତୁ ଯେପରି ସେଥିରେ ଥିବା ପାଣି ବାହାରି ଆସିବ । ବର୍ତ୍ତମାନ ଗୋଟିଏ ପତ୍ର ଆଣି ସେଥିରେ ଆଳୁ, କଞ୍ଚାଲଙ୍କା, ରସୁଣ କଟା, ମଇଦା, ଲୁଣ, ଗୋଲମରିଚ ଗୁଣ୍ଡ, ଚିଜ ଏବଂ ଅଣ୍ଡାକୁ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ଏହି ମିଶ୍ରଣକୁ ଚକୁଳି ପରି ପକାଇ ଗୋଲ କରିଦିଅନ୍ତୁ । ଧିମା ଆଞ୍ଚରେ ଏହାର ଦୁଇପାଟକୁ ଭଲଭାବେ ସେକି ଦିଅନ୍ତୁ । ଏହା ଭଲଭାବେ ହୋଇଗଲା ପରେ ତାକୁ କାଢି ଚିଲି ଗାର୍ଲିକ ସସ ସହିତ ନିଜ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.