ପିଲାଙ୍କର ଉତ୍ତମ ବିକାଶ ପାଇଁ ବହୁତ ଜରୁରି ଖୋଲା ପଡିଆରେ ଖେଳିବା, ଏଇଠି ରହିଛି ୫ ବଡ ଫାଇଦା

ଯେତେବେଳେ ପିଲାଙ୍କର ହସିବା ଖେଳିବାର ବୟସ ହୋଇଥାଏ ସେତେେଳେ ସେମାନେ ଘର ଭିତରେ ବସି ଟିଭି, ମୋବାଇଲ ଏବଂ ଭିଡିଓ ଗେମ ଖେଳୁଛନ୍ତି। ବଡ ବଡ ସହରରେ ପିଲାଙ୍କର ଏହିଭଳି ପରିସ୍ଥିତି ଦେଖିବାକୁ ମିଳିଛି। କଣ ଆପଣଙ୍କୁ ଜଣାଅଛି ପିଲାଙ୍କର ଶାରୀରିକ, ମାନସିକ ଏବଂ ବ୍ୟକ୍ତିଗତ ରୂପର ବିକାଶ ପାଇଁ ଖୋଲା ପଡିଆରେ ଅନ୍ୟ ପିଲାଙ୍କ ସହିତ ଖେଳିବା ବହୁତ ଜରୁରି ହୋଇଥାଏ। ପିଲାମାନେ ଖୋଲା ପରିବେଶରେ ଖେଳିଲେ ସେମାନେ ଅନେକ ପ୍ରକାର ରୋଗରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଜାଣିବା ଖୋଲା ମଇଦାନରେ ପିଲାମାନେ ଖେଳିଲେ କଣ ଫାଇଦା ମିଳିଥାଏ।

imrs-ଯେଉଁ ପିଲାମାନେ ବାହାରେ ଖୋଲା ପଡିଆରେ ଖେଳାବୁଲା କରନ୍ତି ସେମାନଙ୍କର ଘର ଭିତରେ ରହୁଥିବା ପିଲାଙ୍କ ତୁଳନାରେ ବହୁ ତ ଭଲ ଭିଜନ ପାଓ୍ୱାର ରହିଥାଏ। ସେମାନଙ୍କର ଆଖିର ପାଓ୍ୱାର ଲମ୍ବା ସମୟ ଧରି ଭଲ ରହିଥାଏ।

ଏହାସହ ପଢନ୍ତୁ : କିଡନୀରେ ଷ୍ଟୋନ ସମସ୍ୟାକୁ ଦୂର କରିବା ପାଇଁ ଅବ୍ୟର୍ଥ ଔଷଧ ହେଉଛି ଏହି ଘରୋଇ ଉପଚାର

-ଯେଉଁ ପିଲାମାନେ ବାହାରେ ଅନ୍ୟ ପିଲାଙ୍କ ସହିତ ଖେଳନ୍ତି ସେମାନଙ୍କର ସୋସିଆଲ ସ୍କିଲ ଅନ୍ୟ ପିଲାଙ୍କ ତୁଳନାରେ ଉତ୍ତମ ରହିଥାଏ। ସେମାନଙ୍କଠାରେ ଆତ୍ମବିଶ୍ୱାସ, ପ୍ରଶ୍ନ-ଉତ୍ତର କରିବାର କ୍ଷମତା ଏବଂ ବ୍ୟବହାର ଏବଂ ସାଧାରଣ ଜ୍ଞାନର ବ୍ରୁଦ୍ଧି ହୋଇଥାଏ।

child-ସେମାନଙ୍କ ଠାରେ ଚିନ୍ତା ଏବଂ ଚାପ ବହୁତ ମାତ୍ରାରେ କମ୍‌ ରହିଥାଏ। ଏହା ପିଲାଙ୍କର ମାନସିକ ଚିନ୍ତାକୁ କମ୍‌ କରିବାରେ ସାହାଯ୍ୟ କରିଥାଏ।

-ପିଲାମାନେ ଘରୁ ବାହାରେ ଖେଳିବା ଦ୍ୱାରା ସେମାନଙ୍କଠାରେ ଭିଟାମିନ୍‌ ଡି ବହୁତ ମାତ୍ରାରେ ରହିଥାଏ। ଖାସ୍‌ କରି ସହରରେ ରହୁଥିବା ପିଲାଙ୍କର ଭିଟାମିନ ଡିର ଅଭାବ ଦେଖିବାକୁ ମିଳିଥାଏ।

-ପିଲାଙ୍କର ଆଟେନସନ ଡେଫିସିଟ୍‌ ହାଇପରଆକ୍ଟିଭିଟି ଲକ୍ଷଣକୁ କମ୍‌ କରିବା ପାଇଁ ଖୋଲା ପବନରେ ବୁଲିବା ଏବଂ ଚାଲିବା ବହୁତ ଜରୁରି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.