ଲାଇଫ୍ ଷ୍ଟାଇଲ୍

ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଶିଶୁ କାନ୍ଦିବା ନିତାନ୍ତ ଜରୁରୀ : ରିସର୍ଚ୍ଚ

ଆପଣଙ୍କ ଶିଶୁ କାନ୍ଦୁଛି କି ? ଏଥିପାଇଁ ଆପଣ ଚିନ୍ତିତ ରହୁଛନ୍ତି। କିନ୍ତୁ ପିଲା କାନ୍ଦିବାକୁ ନେଇ ବିଲକୁଲ ଚିନ୍ତା କରିବା ଉଚିତ ନୁହେଁ। ଛୋଟ ପିଲା କାନ୍ଦିଲେ, ସେମାନଙ୍କୁ ବୁଝାଇବା ବହୁତ କଷ୍ଟ ହୋଇଥାଏ , ହୁଏତ ଏହା ଆପଣ ଜାଣିଥିବେ। ସେମାନେ କାନ୍ଦିଲେ ସମଗ୍ର ପରିବାର ବ୍ୟତିବ୍ୟସ୍ତ ହୋଇପଡନ୍ତି। ମା’ କ୍ଷୀର ଖାଉଥିବା ପିଲା ଅଧିକାଂଶ ଏପରି କାନ୍ଦନ୍ତି। କିନ୍ତୁ ଆପଣ କେବେ ବି ଏପରି କଥାରେ ବିଚଳିତ ହଅନ୍ତୁ ନାହିଁ। କାରଣ ପିଲା କାନ୍ଦିବା ଶରୀର ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ ବୋଲି ରିସର୍ଚ୍ଚରୁ ଜଣାପଡିଛି। ପିଲା କାନ୍ଦିବା ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ।

ରିସର୍ଚ୍ଚରୁ ଜଣାପଡିଛି ଯେ, ଜନ୍ମରୁ ଆରମ୍ଭ କରି ଦେଢ ବର୍ଷ ବୟସ ପର୍ଯ୍ୟନ୍ତ ଯେଉଁ ପିଲା କାନ୍ଦନ୍ତି, ତେବେ ସେମାନଙ୍କ ମାନସିକ ଏବଂ ଶାରୀରିକ କ୍ଷମତା ମଜବୁତ ହୋଇଥାଏ। ବ୍ରିଟେନର ଭାରାବିକ ୟୁନିଭରସିଟିର ବୈଜ୍ଞାନିକଙ୍କ କହିବାନୁଯାୟୀ, ତିନି ମାସରୁ ୧୮ ମାସ ପର୍ଯ୍ୟନ୍ତ ପିଲାକୁ ଅଧିକ ସମୟ କାନ୍ଦିବା ବେଳେ ତାଙ୍କୁ ସେପରି ଛାଡିଦେବା ଉଚିତ। ଯଦି ସେମାନେ କାନ୍ଦିବା ବେଳେ ଆପଣ ତୁରନ୍ତ ପିଲା ପାଖକୁ ଧାଇଁଯିବା ଉଚିତ ନୁହେଁ। ଏହା ସେମାନଙ୍କ ବିକାଶ ଉପରେ ପ୍ରଭାବ ପକାଇଥାଏ। ଏମିତି କଲେ ସେମାନେ ମଧ୍ୟ ଆତ୍ମ ଅନୁଶାସନ ମଧ୍ୟ ଶିଖିଯାଆନ୍ତି। କିନ୍ତୁ ଯେତେବେଳେ ପିଲା କାନ୍ଦୁଛି, ସେତେବେଳେ ତା ଉପରେ ନଜର ରଖିଥାନ୍ତୁ।

ପିଲାର କେମିତି କାନ୍ଦୁଛି, ବ୍ୟବହାର ଏବଂ ମାତାପିତାଙ୍କ ପ୍ରତିକ୍ରିୟା ନେବା ପାଇଁ ଏହି ଅଧ୍ୟୟନରେ ସାତ ହାଜରରୁ ଉର୍ଦ୍ଧ୍ୱ ପିଲା ଏବଂ ମାତାପିତା ରହିଥିଲେ। ଏମାନଙ୍କୁ ନେଇ ଏହି ରିସର୍ଚ୍ଚ କରାଯାଇଥିଲା। ଏଥିରୁ ଜଣାପଡିଥିଲା ଯେ, ପିଲା କାନ୍ଦିବା ବେଳେ ମାତାପିତା ହସ୍ତକ୍ଷେପ କରିବା ଯୋଗୁଁ ସେମାନଙ୍କ କାନ୍ଦିବା ଉପରେ ପ୍ରଭାବ ପଡିଥାଏ। ଯାହା ସେମାନଙ୍କ ଶାରୀରିକ ଏବଂ ମାନସିକ ବିକାଶରେ ବାଧା ଦେଇଥାଏ।

Swagatika

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

25 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

27 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago