ଘରେ ପ୍ରସ୍ତୁତ କରନ୍ତୁ ଚିଲ୍ଲୀ ଏଗ୍‌

ଅଣ୍ଡାରେ ଅନେକ ପୋଷକ ତତ୍ତ୍ୱ ଏବଂ ଭିଟାମିନ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ। ଯଦି ଅଣ୍ଡା ଖାଇ ଖାଇ ବିରକ୍ତି ହୋଇଗଲେଣି ତେବେ ଆପଣ ଅଣ୍ଡାର ଏହି ନୂଆ ରେସିପିକୁ କରନ୍ତୁ। ସାଧାରଣ ଅଣ୍ଡା ତରକାରୀ ବଦଳରେ ଆପଣ ଘରେ ଚିଲ୍ଲୀ ଅଣ୍ଡା ପ୍ରସ୍ତୁତ କରିପାରିବେ।

ଆବଶ୍ୟକ ସାମଗ୍ରୀ :

– ଆବଶ୍ୟକ ଅନୁସାରେ ଅଣ୍ଡା
– ୫ଟି ପିଆଜ (ମଧ୍ୟମ ଧରଣର)
– ୨ଟି ସିମଲ୍‌ ଲଙ୍କା
– ୧ ବଡ ଚାମଚ ଚିଲି ସସ୍‌
– ୧ ବଡ ଚାମଚ ସୋୟା ସସ୍‌
– ୧ ବଡ ଚାମଚ ତେଲ
– ଅଦା ଓ ରସୁଣ ପେଷ୍ଟ
– ଗୋଲମରିଚ
– ସ୍ୱାଦନୁସାରେ ଲୁଣ
– ୧ କପ୍‌ ମଇଦା
– ୧ କପ୍‌ କର୍ନଫ୍ଲୋର

45

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଅଣ୍ଡା ସିଝାଇ ଚୋପା କାଢି ରଖିଦିଅନ୍ତୁ। ଏବେ ଅନ୍ୟ ଏକ ପାତ୍ରରେ ତେଲ ଗରମ କରି ସେଥିରେ ମଇଦା ଏବଂ କର୍ନଫ୍ଲୋର ଘୋଳ ପକାଇଦିଅନ୍ତୁ। ଏହାକୁ ୨ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ। ତା ପରେ ଏଥିରେ ଚିଲ୍ଲି ସସ୍‌, ଲୁଣ ପକାଇବା ପରେ ଅଣ୍ଡାକୁ ପକାଇ ଫ୍ରାଏ କରିଦିଅନ୍ତୁ। ଏହା ପରେ ତେଲ ଗରମ କରି ସେଥିରେ ଅଦା ରସୁଣ ପେଷ୍ଟ ପକାଇ ଭଲ ଭାବେ କଷନ୍ତୁ। ଏହା ଭଲ ଭାବେ କଷି ହୋଇଗଲା ପରେ ଏଥିରେ ପିଆଜ ଏବଂ ସିମଲା ଲଙ୍କା ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଏବେ ଏହା ଭାଜି ହୋଇଗଲା ପରେ ଲୁଣ, ଗୋରମରିଚ ଗୁଣ୍ଡ, ସୋୟା ସସ୍‌, ଚିଲ୍ଲି ସସ୍‌ ପକାଇ ମିଶାଇ ଦିଅନ୍ତୁ। ସବୁ ମସଲା ଭଲ ଭାବେ କଷି ହୋଇଗଲେ ପୂର୍ବରୁ ପ୍ରସ୍ତୁତ ଥିବା ଅଣ୍ଡାକୁ ପକାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚିଲ୍ଲୀ ଅଣ୍ଡା। ଏହା ଆପଣ ଭାତ କିମ୍ବା ରୁଟି ସହିତ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.