ଚକୋଲେଟ ଡେ ଅବସରରେ ଆଜି ହିଁ ଘରେ ବନାନ୍ତୁ ଚକୋ ଲାବା କେକ, କରନ୍ତୁ ନିଜ ପାର୍ଟନରକୁ ଖୁସି

ଭାଲେଣ୍ଟାଇନ ସପ୍ତାହ ଆସିଯାଇଛି । ତେବେ ଏହି ସମୟରେ ନିଜ ପାର୍ଟନରଙ୍କୁ ଖୁସି କରିବା ପାଇଁ ସମସ୍ତେ କିଛି ନା କିଛି ନୂଆ ଖାଦ୍ୟ ପ୍ରସ୍ତୁତ କରିବା ବିଷୟରେ ଭାବୁଥିବେ । ସେଥିପାଇଁ ଆଜି ଚକୋଲେଟ ଡେ ଅବସରରେ ଆଜି ଆମେ ଆପଣଙ୍କ ପାଇଁ ଆଣି ଦେଇଛୁ “ଚକୋ ଲାବା କେକ” । ତାହେଲେ ଆସନ୍ତୁ ଜାଣିବା ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକୀୟ ସାମଗ୍ରୀ

  • ଡାର୍କ ଚକୋଲେଟ- ୧ କପ
  • ବଟର-୧୦୦ଗ୍ରାମ
  • ଆଇସିଙ୍ଗ ସୁଗାର- ୧୦୦ଗ୍ରାମ
  • ଅଣ୍ଡା-୪ଟି
  • ମଇଦା-୧/୪
  • Image result for choco lava cake

ପ୍ରସ୍ତୁତି ପ୍ରଣାଳୀ

ଚକୋ ଲାବା କେକ ପ୍ରସ୍ତୁତ କରିବା ପାଇଁ ସର୍ବ ପ୍ରଥମେ ଓଭାନକୁ ୨୦୦ ଡିଗ୍ରୀରେ ପ୍ରି ହିଟ କରିଦିଅନ୍ତୁ । ବର୍ତ୍ତମାନ ଏକ ପ୍ୟାନରେ ଚକୋଲେଟ ଓ ବଟରକୁ ମିଶାଇ ଦିଅନ୍ତୁ । ତାପରେ ଏଗର ହ୍ୱାଇଟ ଅଂଶରେ ଚିନି ଗୋଳାଇ ଉକ୍ତ ବ୍ୟାଟରରେ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ଆଉ ଏକ ପାତ୍ରରେ ଅଣ୍ଡାର କେଶରରେ ମଇଦା ଗୋଳାଇ ଭଲଭାବେ ମିକସ କରିଦିଅନ୍ତୁ । ତାପରେ ଏହାକୁ ପୂର୍ବ ପ୍ରସ୍ତୁତ ବ୍ୟାଟରରେ ଭଲଭାବେ ମିଶାଇ ଦିଅନ୍ତୁ । ଏହାକୁ କିଛି ସମୟ ଭଲଭାବେ ଫେଣ୍ଟି ଛାଡ଼ିଦିଅନ୍ତୁ । ବର୍ତ୍ତମାନ କେକ ଟ୍ରେରେ ଟିକିଏ ବଟର ଲଗାଇ ପ୍ରସ୍ତୁତ ବ୍ୟାଟରକୁ ସେଥିରେ ଅଧା ଢାଳି ଦିଅନ୍ତୁ ଓ ମଝିରେ ଚକଲେଟ ପିସ ରଖି ବଳକା ବ୍ୟାଟରକୁ ଢାଳି ଦିଅନ୍ତୁ । ବର୍ତ୍ତମାନ ଏହାକୁ ଓଭାନ ଭିତରେ ରଖି ୨୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ନିଶ୍ଚିତ ସମୟ ପରେ ଏହାକୁ ଓଭାନରୁ ବାହାର କରି ଆଇସିଙ୍ଗ ସୁଗାରରେ ଗାର୍ନିସିଙ୍ଗ କରି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ଚକୋ ଲାବା କେକ । ଏବେ ଏହିପରି ଭାବେ ଆପଣ ନିଜର ଚକୋଲେଟ ଡେ’ କୁ ସେଲିବ୍ରେଟ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.