ଲବଙ୍ଗ ଚା’ ପିଅନ୍ତୁ, ସୁସ୍ଥ ରୁହନ୍ତୁ

ଚା’ ଆମ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଂଶ, ଯାହାକି ଦିନ ଆରମ୍ଭ କରିବାର ଜବରଦସ୍ତ ତରିକା। ଯଦି ଆପଣ ଗ୍ରୀନ୍‌ ଟି, ନାଲି ଚା’ କିମ୍ବା କ୍ଷୀର ଚା’ ପିଇ ବୋର୍‌ ହୋଇସାରିଲେଣି, ତା’ହେଲେ ଥରେ ଲବଙ୍ଗ ଚା’ ପିଇକି ଦେଖନ୍ତୁ। ଲବଙ୍ଗ ସବୁ ଲୋକଙ୍କ ରୋଷେଇ ଘରେ ମହଜୁଦ୍‌ ଥାଏ। ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାର ଅଛି ଯଦି, ଲବଙ୍ଗ ଚା’ ପିିଇବାକୁ ଭୁଲନ୍ତୁ ନାହିଁ। ଆସନ୍ତୁ ଜାଣିବା, ଏହାକୁ କିପରି ତିଆରି କରାଯାଇଥାଏ ଏବଂ ଏଥିରେ କେଉଁ କେଉଁ ଗୁଣ ଭରିରହିଛି, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଲାଭଦାୟକ ହୋଇପାରିବ।

ପ୍ରସ୍ତୁତି ପ୍ରଣାଳୀ

ଗୋଟିଏ ଚାମଚ ଲବଙ୍ଗକୁ ଦରଦରା ପେସି ଦିଅନ୍ତୁ। ଏହି ପାଉଡରକୁ ୧ କପ୍‌ ପାଣିରେ ପକାଇ ୫ରୁ ୧୦ ମିନିଟ୍‌ ଯାଏ ସିଝାନ୍ତୁ। ଏହା ଯେତେବେଳେ ସିଝିଆସିବ, ସେଥିରେ ଅଧ ଚାମଚ ଚା’ ପତି ପକାଇ ଆଉ କିଛି ସମୟ ସିଝାନ୍ତୁ। ତା’ପରେ ଏହି ପାଣିକୁ ଛାଣି ହାଲୁକା ଥଣ୍ଡା କରି ପିଅନ୍ତୁ। ଆପଣ ଏହାକୁ ଷ୍ଟୋର୍‌ କରି ରେଫ୍ରିଜେରେଟରରେ ମଧ୍ୟ ରଖିପାରିବେ।

clive

ଏହାସହ ପଢ଼ନ୍ତୁ: ପାଖେଇ ଆସିଲାଣି ପୂଜା: ଇଣ୍ଡିଆନ୍‌ ଆଉଟ୍‌ଫିଟରେ କ୍ୟାରି କରନ୍ତୁ ଏହି ଫୁଟ୍‌ୱେର୍‌, ଦେବ କ୍ଲାସିକ୍‌ ଲୁକ୍‌

କ’ଣ ରହିଛି ଲାଭକାରୀ ଗୁଣ

-ଦାନ୍ତ ଏବଂ ଦାନ୍ତ ମାଢ଼ି ଯନ୍ତ୍ରଣାରୁ ଉପଶମ ଦେଇଥାଏ ଲବଙ୍ଗ ଚା’। ଗରମ ଲବଙ୍ଗ ଚା’ରେ କୁଳୁକୁଚା କରନ୍ତୁ। ଏହାଦ୍ୱାରା ମୁହଁରେ ଜମିଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଆନ୍ତି ଏବଂ ଜଲଦି ଆରାମ ମିଳିଥାଏ।

-ଏହା ନଳୀଘା’ ସଂକ୍ରମଣରୁ ରକ୍ଷା କରିଥାଏ। ସେହିପରି ଛାତି ଯନ୍ତ୍ରଣା ହେଲେ ୧ କପ୍‌ ଗରମ ଲବଙ୍ଗ ଚା’କୁ ଆପଣ ସକାଳେ ପିଇପାରିବେ। ଏଥିରେ କଫ ପରିଷ୍କାର ହେବା ସହ ଶରୀର ଗରମ ହୋଇଥାଏ।

-ଜ୍ୱର ଦୂର କରିଥାଏ ଲବଙ୍ଗ ଚା’। ଏଥିରେ ମ୍ୟାଗ୍ନେସିୟମ ଏବଂ ଭିଟାମିନ୍‌ ଇ ଓ କେ ରହିଥାଏ, ଯାହାକି ବ୍ୟାକ୍ଟେରିଆ ଇନଫେକ୍ସନରୁ ରକ୍ଷା କରିଥାଏ। ଲବଙ୍ଗ ଚା’ରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।