ରୁପି ସମସ୍ୟାରୁ ମୁକ୍ତି ଦେବ ନଡ଼ିଆ ତେଲ ଓ ଲେମ୍ବୁ, ଥରକରେ ଦେଖିପାରିବେ ପରିବର୍ତ୍ତନ

ଶୀତ ଦିନ ଆସିଲେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦେଖାଦିଏ। ଚର୍ମ ଶୁଷ୍କ ହୋଇ ଫାଟିବାଠୁ ଆରମ୍ଭ କରି ମୁଣ୍ଡରେ ରୁପି ପର୍ଯ୍ୟନ୍ତ ସବୁ ପ୍ରକାରର ସମସ୍ୟା ଏହି ଦିନେ ଦେଖାଯାଏ। ତେବେ ଯଦି ଏହି ଋତୁରେ ଦେହର ଯତ୍ନ ନିଆ ନ ଯାଏ, ତାହେଲେ ଏହି ସମସ୍ୟା ସବୁଦିନ ପାଇଁ ରହିଯାଏ। ଶୀତଦିନେ ଦେହକୁ କୋମଳ ରଖିବାକୁ ତ ଆମେ ତେଲ ବ୍ୟବହାର କରୁ, କିନ୍ତୁ ରୁପି ସମସ୍ୟାରୁ ମୁକ୍ତି ପାଇଁ ଯେତେ ଉପାୟ ଆପଣାଇଲେ ବି କିଛି କାମ ଦେଇନଥାଏ। ତେବେ ଆଜି ଆମେ ଆପଣଙ୍କୁ ଆଜି ରୁପିରୁ ମୁକ୍ତି ପାଇଁ ଏକ ସହଜ ଉପାୟ କହିବୁ। ଯାହା ଦ୍ୱାରା ଆପଣ ସବୁଦିନ ପାଇଁ ରୁପି ଠାରୁ ଛୁଟ କାରା ପାଇବେ।

ରୁପିକୁ ଦୂରେଇବାକୁ ନଡ଼ିଆ ତେଲ ଓ ଲେମ୍ବୁ ହେଉଛି ସବୁଠୁ ବଢ଼ିଆ ଜିନିଷ। ଏହାକୁ ଲଗେଇଲେ ତାଳୁ ପୂରା ସଫା ହୋଇଯିବ। ରୁପି ସମସ୍ୟାରୁ ମୁକ୍ତି ପାଇଁ ଅଧ କପେ ନଡ଼ିଆ ତେଲ ନିଅନ୍ତୁ। ଆପଣ ଚାହିଁଲେ ଏହାକୁ ସାମାନ୍ୟ ଉଷୁମ କରିପାରିବେ। ଏହି ତେଲରେ ୨ ବଡ଼ ଚାମଚ ଲେମ୍ବୁ ରସ ମିଶାଇ ଗୋଳେଇ ଦିଅନ୍ତୁ। ଏହାକୁ ମୁଣ୍ଡରେ ଭଲ ଭାବେ ଘଷନ୍ତୁ। ଧ୍ୟାନ ରଖିବେ ଯେମିତି ତେଲ ଚୁଟି ମୂଳରେ ଲାଗୁଛି। ସବୁ ଚୁଟିରେ ତେଲ ଲଗାଇ ସାରିବା ପରେ ୧ ଘଣ୍ଟା ସେମିତି ଛାଡ଼ି ଦିଅନ୍ତୁ। ତା ପରେ ଚୁଟିକୁ ସାମ୍ପୋ କରି ଦିଅନ୍ତୁ। ସପ୍ତାହକୁ ୨ ଥର ଏମିତି କରନ୍ତୁ, ଦେଖିବେ ସବୁ ରୁପି ସଫା ହୋଇଯିବେ।

ନଡ଼ିଆ ତେଲରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଛି, ଯାହା ରୁପି ସମସ୍ୟା ଦୂର କରେ। ସେହି ଭଳି ଲେମ୍ବୁ ଚୁଟି ମୂଳରୁ ଅତିରିକ୍ତ ତେଲ ଓ ମଇଳାକୁ ସଫା କରେ। ଏହି ଦୁଇଟି ଜିନିଷକୁ ଏକାଠି ମିଶାଇ ଲଗାଇଲେ ଚୁଟି ମୂଳ ସଫା ହେବା ସହ ଚୁଟି ଭଲ ବଢ଼ିବ ମଧ୍ୟ।

Leave A Reply

Your email address will not be published.