ଲମ୍ବା ଓ ମଜଭୁତ କେଶ ପାଇଁ ବ୍ଯବହାର କରନ୍ତୁ କଫିର ଏହି ମାସ୍କ

ଆମ ଭିତରୁ ଏମିତି ଅନେକ ଜଣ ଅଛନ୍ତି ଯେଉଁ ମାନଙ୍କର ସକାଳ ଆରମ୍ଭ ହୁଏ କେବଳ କଫିରୁ । ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ମଧ୍ୟ କଫିର ଆବଶ୍ଯକତା ଅନେକ୍ । ଆଜ୍ଞା ହଁ, ଏଥିରେ ଏମିତି କିଛି ଗୁଣ ଅଛି ଯାହା ତ୍ବଚା ଓ କେଶର ସୁନ୍ଦରତା ପାଇଁ ସାହାଯ୍ୟ କରିଥାଏ ।

କଫିରେ ଥିବା କାଫ୍ରେଇନ୍ କେଶର ସୁନ୍ଦରତା ବଢାଇବା ସହ କେଶକୁ ମଜବୁତ୍ ରଖିଥାଏ । କେଶର ରୁକ୍ଷାପଣକୁ ମଧ୍ୟ ଦୁର କରିଥାଏ । କଫି ଏକ ପ୍ରକାରର ଭଲ କଣ୍ଡିସନର୍ ଓ ମସାଜର୍ ହୋଉଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ୍ କେଶ ମୁଳକୁ ସୁସ୍ଥ ରଖିଥାଏ । କଫି ବହୁତ୍ ଗୁଡିଏ ସୌନ୍ଦର୍ଯ୍ଯ ସମଧାନର ଉପାୟ । ଏହି ଉପାୟରେ ଆପଣ ନିଜେ ଘରେ ବସି ନିଜର ସୁନ୍ଦରତା ନିଖାରି ପାରିବେ । ଆସନ୍ତୁ ଜାଣିବା କେଶ ପାଇଁ କଫିର ଆବଶ୍ଯକତା ।

  • କେଶର ଗ୍ରୋଥ୍ ପାଇଁ : କଫି କେଶର ଗ୍ରୋଥ୍ ବଢାଇଥାଏ ଓ କେଶକୁ କୋମଳ ମଧ୍ୟ କରିଥାଏ । ୧ ଚାମଚ୍ କଫି ପାଉଡରେ ୨ ଚାମଚ ଅଲିଭ୍ ଅଏଲ୍ ମିଶାଇ ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ କେଶରେ ଲଗାନ୍ତୁ ଓ କିଛି ସମୟ ମସାଜ୍ କରନ୍ତୁ । ୧୫ ରୁ ୩୦ ମିନିଟ୍ ରଖିବା ପରେ ପାଣିରେ ଧୋଇ ନିଅନ୍ତୁ । ଏପରି ସପ୍ତାହକୁ ଦୁଇ ଥର କରନ୍ତୁ ।
  • କେଶର କଲର୍ ପାଇଁ : ପ୍ରଥମେ କଫିକୁ ଫୁଟାଇବା ପରେ ଥଣ୍ଡା କରିବା ପାଇଁ ରଖିଦେବା । ତାପରେ ଏହା ସହ ୧ଚାମଚ୍ କଫି ପାଉଡର୍ ଓ ୨ଚାମଚ୍ ହେୟାର୍ କଂଡିସନର୍ ମିଶାଇବା । ତା‘ପରେ ଏହାକୁ କେଶରେ ଲଗାଇବା ଏବଂ ଗୋଟେ ଘଣ୍ଟା ପରେ ଧୋଇନେବା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.