ଥଣ୍ଡା ପାଣିରେ ପହଁରିବାକୁ ଭଲ ପାଉଥିଲେ, ଜାଣନ୍ତୁ ଉଭୟ ଲାଭ ଓ କ୍ଷତି

ଏବେ ଖରା ବଢ଼ିଲାଣି। ପ୍ରବଳ ଗରମରୁ ମୁକ୍ତି ପାଇବାକୁ ଲୋକମାନେ ଥଣ୍ଡା ପାଣିରେ ପହଁରିଥାନ୍ତି। ଏହା ଦ୍ୱାରା ଶରୀରର ତାପମାତ୍ରା ନର୍ମାଲ ରହିଥାଏ। ଏଥିସହ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। କିନ୍ତୁ ଖରାଦିନେ ପହଁରିବାର କେତେକ ସାଇଡ୍‌ ଇଫେକ୍ଟ ରହିଛି, ଯାହା ଖୁବ୍‌ କମ୍‌ ଲୋକ ଜାଣିଛନ୍ତି। ତେବେ ଆଜି ଆସନ୍ତୁ ଜାଣିବା ପହଁରିବାର ଲାଭ-କ୍ଷତି ସମ୍ପର୍କରେ…

ଥଣ୍ଡା ପାଣିରେ ପହଁରିବାର ଫାଇଦା:

ଥଣ୍ଡା ପାଣିରେ ପହଁରିବା ଦ୍ୱାରା ମେଟାବଲିଜମ୍‌ ବୃଦ୍ଧି ପାଏ।
ଏହା ଦ୍ୱାରା ଶରୀରରୁ କ୍ୟାଲୋରୀ ହ୍ରାସ ପାଏ।
ପହଁରିବା ଦ୍ୱାରା ଶରୀରର ଫ୍ୟାଟ୍‌ ଉର୍ଜାରେ ପରିବର୍ତ୍ତିତ ହୁଏ। ଫଳରେ ଶରୀର ଶକ୍ତ ହୁଏ।
ପହଁରିବା ଫଳରେ ଶରୀରରେ ରକ୍ତ ସଞ୍ଚାଳନ ତ୍ୱରାନ୍ଵିତ ହୋଇଥାଏ।
ଥଣ୍ଡା ପାଣିରେ ପହଁରିଲେ ଅବସାଦ କମେ ଓ ମାନସିକ ଶାନ୍ତି ମିଳେ।
ପହଁରିଲେ ରାତିରେ ଭଲ ନିଦ ହୁଏ।

ପହଁରିବାର କ୍ଷତି:

ସବୁବେଳେ ପହଁରିବା ପୂର୍ବରୁ ପ୍ରଥମେ ନିଜକୁ ପଚାରନ୍ତୁ ଆପଣଙ୍କୁ ଭଲ ଭାବେ ପହଁରିବା ଜଣା ତ! ଯଦି ଜଣା ତେବେ ହିଁ ପାଣି ଭିତରକୁ ଯାଆନ୍ତୁ। ତେବେ ପହଁରିବାର ୩ଟି କୁପ୍ରଭାବ ରହିଛି। ହାଇପୋଥର୍ମିଆ, କୋଲ୍ଡ ଓ୍ଵାଟର ଶକ୍‌ ଓ ଥଣ୍ଡା ପାଣି ସହ ଆପଣ କେତେ କମ୍ଫଟେବଲ। ଥଣ୍ଡା ପାଣିକୁ ଡେଇଁବା ପୂର୍ବରୁ ଏହି ତିନିଟି ଜିନିଷ ବିଷୟରେ ସୂଚନା ଥିବା ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.