ଲାଇଫ୍ ଷ୍ଟାଇଲ୍

ଆଜି କ୍ୟାନ୍ସର ଦିବସରେ ଜାଣନ୍ତୁ କେଉଁ ଜିନିଷ ପାଇଁ ହୋଇଥାଏ ଏହି ମାରାତ୍ମକ ରୋଗ

ଆଜି ବିଶ୍ୱ କ୍ୟାନସର ଦିବସ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଦୁନିଆରେ ଲୋକଙ୍କ ମୃତ୍ୟୁ ହେବାର ପ୍ରମୁଖ କାରଣ କ୍ୟାନସର ରୋଗ ଅଟେ। ସାଧାରଣତଃ ଆମେ ଜାଣିଛନ୍ତି ଯେ ତମାଖୁ ସେବନ କରିବା ଦ୍ୱାରା କ୍ୟାନସର ରୋଗ ହୋଇଥାଏ । ଏହାଠୁ ଦୂରେଇ ରହିବା ପାଇଁ ମଧ୍ୟ ଲୋକଙ୍କୁ ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରାଯାଏ। କିନ୍ତୁ ଯଦି ଆପଣ ଭାବୁଛନ୍ତି କେବଳ ତମାଖୁ, କ୍ୟାନସର ରୋଗର ମୁଖ୍ୟ କାରଣ , ତାହା ଭାବିବା ଭୁଲ। କାରଣ ନିଜ ଦୈନନ୍ଦିନ ଜୀବନରେ ଆମେ ଗ୍ରହଣ କରୁଥିବା ଖାଦ୍ୟ ମଧ୍ୟ ଏହି ରୋଗ ପାଇଁ ଅଜାଣତରେ ଆମ ଶରୀର ଭିତରକୁ ଟିକେଟ କାଟିଥାଏ। ଅର୍ଥାତ ଖାଇବା ପିଇବା ଠିକ ଭାବେ ନକଲେ, ପୃଷ୍ଟିକର ଖାଦ୍ୟ ଗ୍ରହଣ ନକଲେ ଏହା କ୍ୟାନସର ହେବାର ମୁଖ୍ୟ କାରଣ ସାଜିଥାଏ।।

ବିଶେଷ କରି ପ୍ୟାକିଙ୍ଗ୍‌ ହୋଇଥିବା ଫୁଡ଼, ଷ୍ଟ୍ରିଟ ଫୁଡ଼ ଆଦି ଶରୀରରେ ହେଉଥିବା ପ୍ରକ୍ରିୟାକୁ ଅସନ୍ତୁଳନ କରିଥାଏ। ଏହାଦ୍ୱାରା ଅନେକ ପ୍ରକାରର ଶାରୀରିକ ସମସ୍ୟା ସୃଷ୍ଟି ହୋଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୱବେସାଇଟରୁ ମିଳିଥିବା ସୂଚନାନୁାୟୀ, ୨୦୧୮ରେ ୯.୬ ମିଲିୟନ ଲୋକ କ୍ୟାନସର ରୋଗରେ ମୃତ୍ୟୁ ବରଣ କରିଥିଲେ। ଦୈନିକ ଜୀବନରେ ଗ୍ରହଣ କରୁଥିବା ଖାଦ୍ୟ ଏହାର ମୁଖ୍ୟ କାରଣ। ସ୍ୱାସ୍ଥ୍ୟ ହିଁ ସମ୍ପଦ, ଏହାକୁ ଦୃଷ୍ଟିରେ ରଖି କ୍ୟାନସର ଦିବସ ଅବସରରେ ଜାଣନ୍ତୁ ଏହି ୫ଟି ଜିନିଷ, ଯାହାଠୁ ଆପଣଙ୍କୁ ଦୂରେଇ ରହିବା ନିହାତି ଆବଶ୍ୟକ।

ମଦ :

ଆଜିକାଲି ଛୋଟରୁ ବଡ଼ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ମଦକୁ ନେଇ ଅଭ୍ୟସ୍ତ ହୋଇଗଲେଣି। କିଏ ପରିସ୍ଥିତିର ବାହାନା ଦଉଛି ତ କିଏ ନିଜ ଇଚ୍ଛାର। ବେଳେବେଳେ କିମ୍ବା ମଝିରେ ମଝିରେ ଏହାକୁ ସେବନ କଲେ ଏହା ମାରାତ୍ମକ ହୋଇନଥାଏ। କିନ୍ତୁ ପ୍ରତ୍ୟେକଦିନ ଏହି ନିଶାରେ ପଡିଗଲେ ଏହା କ୍ୟାନସର ରୋଗକୁ ଜନ୍ମ ଦେଇଥାଏ। ଏହା ଅଧିକ ମାତ୍ରାରେ ସେବନ କଲେ ଲିଭର (ଯକୃତ)କୁ ଖରାପ କରିବା ସହ କିଡ଼ନୀ ଉପରକୁ ପ୍ରଭାବ ପକାଇଥାଏ । ମୁହଁ, ଖାଦ୍ୟନଳୀ, ଯକୃତ,ମଳଦ୍ୱାରରେ କ୍ୟାନସର ହେବାର ସମ୍ଭାବନା ବଢିଯାଇଥାଏ ।

ମଇଦା :

ମଇଦାକୁ ଆମେ ରିଫାଇନ୍‌ଡ଼ ଫ୍ଲୋର କହିଥାଉ । ଏହା ଶରୀର ପାଇଁ ଆଦୌ ଉଚିତ୍ ନୁହେଁ । ଆଜ୍ଞା ହଁ, ମଇଦାର ରଙ୍ଗ କ୍ଲୋରିନ ଗ୍ୟାସ ଦ୍ୱାରା ଆସିଥାଏ । ଏହାଛଡ଼ା ମଇଦାରେ ଗ୍ଲାଇସୋମିକ ଇଣ୍ଡକେ୍ସ ବହୁ ପରିମାଣରେ ରହିଥାଏ । ଯାହାଦ୍ୱାରା ଶରୀରରେ ରକ୍ତ ର୍ସକରା(ଇନସୁଲିନ) ବଢିାଏ ।

ଚିପ୍ସ :

ବଜାରରେ ଅନକେ ପ୍ରକାରର ଚିପ୍ସ ମିଳିଥାଏ । ଯେଉଁଥିରେ ଲୁଣ ଏବଂ ମସଲାର ପରିମାଣ ବହୁତ ଥାଏ । ଏଥିରେ ଏକ୍ରିଲାମାଇଡ ରହିଥାଏ, ଯାହା କାର୍ସିନୋଜନେକ ରସାୟନ ଅଟେ । ଏହା ଶରୀରରେ କ୍ୟାନସର ହେବା ପାଇଁ ସହାୟକ ହୋଇଥାଏ । ଏହି ରସାୟନ ସିଗାରଟେରେ ମଧ୍ୟ ରହିଥାଏ ।

ସୋଡ଼ା :

ସୋଡ଼ାକୁ ଅଧିକ ସବେନ କରିବା ଦ୍ୱାରା ଜୀବନ ହାନି ମଧ୍ୟ ହୋଇପାରେ । ଏଥିରେ ସୁଗାରର ପରିମାଣ ବହୁମାତ୍ରାରେ ଥାଏ । ଏଥିରେ ପୋଷକ ତତ୍ତ୍ୱ ନଥାଏ । କୃତ୍ରିମ ରସାୟନ ଏବଂ ରଙ୍ଗ ଦ୍ୱାରା ମଣିଷ ଶରୀରକୁ ଏହା କ୍ଷତି ପହଞ୍ଚାଇଥାଏ । କ୍ୟାନସର ପାଇଁ ଏହା ସହାୟକ ହୁଏ ।

ପପକର୍ଣ୍ଣ :

ଆପଣ ଜାଣିଛନ୍ତି କି ପପକର୍ଣ୍ଣ ମାଇକ୍ରୋୱଭେରେ ବ୍ୟବହାର କରାଯାଏ। କିନ୍ତୁ ମାଇକ୍ରୋେଓ୍ଵଭରେ ପ୍ରସ୍ତୁତ ହେବାଦ୍ୱାରା ଏହା ମୁହଁ, ଖାଦ୍ୟନଳୀ, ଯକୃତ,ମଳଦ୍ୱାରରେ କ୍ୟାନସର ହେବାର ସମ୍ଭାବନାକୁ ବଢାଇଥାଏ। ଏହାକୁ ଷ୍ଟୋବ୍‌ କିମ୍ବା ଗ୍ୟାସ ଚୂଲାରେ ପ୍ରସ୍ତୁତ କଲେ ଏହା ପୃଷ୍ଟିକର ପପକର୍ଣ୍ଣ ହୋଇପାରିବ।

ତେଣୁ ନିଜକୁ ସୁସ୍ଥ ରଖିବା ପାଇଁ ଆଜି ବିଶ୍ୱ କ୍ୟାନସର ଦିବସ ଉପଲକ୍ଷେ ଏହି ନିୟମକୁ ପାଳନ କରନ୍ତୁ । ନିଜେ ସୁସ୍ଥ ରହିବା ସହ ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରହିବା ପାଇଁ ପରାର୍ମଶ ଦିଅନ୍ତୁ ।

Pritiparna

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

3 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

11 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

17 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

25 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

28 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

35 mins ago