ଲଗାତାର ଶରୀର ଦରଜ ହେଉଛି କି ? ଜାଣନ୍ତୁ ହୋଇପାରେ ଏମିତି ସାଂଘାତିକ କାରଣ

ଶରୀର ଦରଜ ହେବା ଏକ ସାଧାରଣ ସମସ୍ୟା । ଯଦି ବିନା କାରଣରେ ଶରୀର ଲଗାତାର ଦରଜ ହେଉଛି,ତେବେ ଏବେଠାରୁ ସତର୍କ ହୋଇ ଯାଆନ୍ତୁ । ଏହା ଆପଣଙ୍କର ଛୋଟ ରୋଗ ଠାରୁ ଆରମ୍ଭ କରି ସାଂଘାତିକ ରୋଗର କାରଣ ବି ହୋଇପାରେ । ତେଣୁ ସମୟ ପୂର୍ବରୁ ଏହାର କାରଣ ଅନୁଧ୍ୟାନ କରି ଚିକିତ୍ସା କରିବା ଜରୁରୀ । ହେଲେ ପେନ କିଲର ଖାଇବା ଦ୍ୱାରା ଏହି ସମସ୍ୟା କମିବା ପରିବର୍ତ୍ତେ ଅଧିକ ଘାତକ ହୋଇପାରେ । ଜାଣନ୍ତୁ କ’ଣ ହୋଇପାରେ କାରଣ ।

ନିଦ କମ ହେବା :

ଶରୀର ପାଇଁ ଉପଯୁକ୍ତ ମାତ୍ରାର ନିଦ ହେବା ଜରୁରୀ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଅତି କମ୍‌ରେ ୬ ରୁ ୮ ଘଣ୍ଟା ନିଦ୍ରା ଯିବା ଜରୁରୀ ହୋଇଥାଏ । କାରଣ ବ୍ୟକ୍ତି ଯେତେବେଳେ ଶୋଇଥାଏ ଶରୀର ପୁନର୍ବାର ଶକ୍ତି ସଂରକ୍ଷଣ କରିଥାଏ । ଯେଉଁଥିପାଇଁ ଆପଣ ପରଦିନ ସୁସ୍ଥ ଅନୁଭବ କରିଥାନ୍ତି । ଯଦି ନିଦରେ ବାଧା ଉତ୍ପନ୍ନ ହୁଏ, ଶରୀରରେ ଦରଜ ଅନୁଭବ ହୋଇଥାଏ ।

ଶରୀରରେ ପାଣି କମ ହେବା :

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଆପଣ ଯେତେ ପାଣି ପିଅନ୍ତି, ଶରୀର ତା ଠାରୁ ଅଧିକ ପାଣି ଶରୀର ନିଷ୍କାସନ କରିଥାଏ । ତେଣୁ କମ ପାଣି ପିଇବା କାରଣରୁ ବ୍ୟକ୍ତିର ଶରୀର ଡିହାଇଡ୍ରେଟ ହୋଇଯାଇଥାଏ । ପାଣି କମ ହେଲେ ଆପଣ ଥକ୍କାପଣ ଓ ଦରଜ ଅନୁଭବ କରିବେ ।

ରକ୍ତରେ ଆଇରନ୍‌ ଅଭାବ :

ଶରୀରରେ ଆଇରନ୍‌ କମ ହେଲେ ଅଲଗା ଅଲଗା ଅଂଶରେ ଅକ୍ସିଜେନ ଓ ପୋଷକ ତତ୍ତ୍ୱ ମାତ୍ରା କମ ହୋଇଥାଏ । ଯେଉଁଥି ପାଇଁ ଆପଣଙ୍କୁ ଥକ୍କା ଓ ଦରଜ ଲାଗିଥାଏ । ଶରୀରରେ ଆଇରନ କମ ହେଲେ ଶରୀର ଆବଶ୍ୟକ ଶକ୍ତି ପାଇ ନଥାଏ ।

ଭିଟାମିନ ଡି ର ଅଭାବ :

ଏହା ହାଡ଼ ନିର୍ମାଣରେ ସାହାଯ୍ୟ କରିଥାଏ । ଏହାଛଡ଼ା ଭିଟାମିନ ଡି କ୍ୟାନସର ଆଶଙ୍କା କମ କରିଥାଏ । ସଂକ୍ରମଣ ଓ ଦରଜକୁ କମ କରିବାରେ ଭିଟାମିନ ଡି ର ଆବଶ୍ୟକତା ଜରୁରୀ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.