ଏହି ୫ ଉପାୟରେ ଖାଆନ୍ତୁ ଏଲୋଭେରା; ତୁରନ୍ତ ହ୍ରାସ ପାଇବ ଓଜନ, ଶରୀର ରହିବ ଫିଟ୍‌

ଓଜନ ହ୍ରାସ କରିବା ପାଇଁ ଆପଣ ନିଜ ଡାଏଟ୍‌ରେ ଏଲୋଭେରା ସାମିଲ କରି ପାରିବେ। କାରଣ, ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି, ଯାହାକି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ଏଥିରେ ଥିବା ପୋଷକ ତତ୍ତ୍ୱ ଓଜନ ହ୍ରାସ କରିବାରେ ବିଶେଷ ସହାୟକ ହୋଇଥାଏ ଏବଂ ଓଜନ ହ୍ରାସ କରିବାର ପ୍ରକ୍ରିୟାକୁ ଏକଦମ୍‌ ସହଜ କରି ଦେଇଥାଏ। ଏଲୋଭେରା ପାଚନରେ ସାହାଯ୍ୟ କରିଥାଏ। ଦୁର୍ବଳ ମେଟାବୋଲିଜିମ୍ ହେଉଛି ଓଜନ ବୃଦ୍ଧିର ଏକ ପ୍ରମୁଖ କାରଣ। ଯେତେବେଳେ ମେଟାବୋଲିଜିମ୍ ଠିକ୍ ରହିବ, ତ ଓଜନ କମିବା ଆରମ୍ଭ କରିବ। ଏଲୋଭେରା ମେଟାବୋଲିଜିମକୁ ବଢ଼ିଆ ରଖିଥାଏ। ଏହାଦ୍ୱାରା ଶରୀରରେ ଜମା ରହିଥିବା ଫ୍ୟାଟ୍‌ ବା ଚର୍ବି ବର୍ଣ୍ଣ ହୋଇଥାଏ ଏବଂ ଶରୀରରୁ ଅପରିଷ୍କାର ପଦାର୍ଥ ସହଜରେ ବାହାରି ଆସିଥାଏ। ଆସନ୍ତୁ ଜାଣିବା, ଆମେ କେଉଁ ଉପାୟରେ ଏଲୋଭେରା ଖାଇ ପାରିବା।

ଭୋଜନ ପୂର୍ବରୁ ଏଲୋଭେରା ଜୁସ୍‌: ଓଜନ ହ୍ରାସ ପାଇଁ ଆପଣ ପ୍ରତ୍ୟେକ ମିଲ୍‌ର ପ୍ରାୟ ୧୫ ମିନିଟ୍ ପୂର୍ବରୁ ଏକ ଚାମଚ ଏଲୋଭେରା ରସ ବା ଜୁସ୍‌ ପିଅନ୍ତୁ। ଦୁଇ ସପ୍ତାହ ପର୍ଯ୍ୟନ୍ତ ଏମିତି କରିବା ଦ୍ୱାରା ଆପଣଙ୍କ ଓଜନ ଶୀଘ୍ର ହ୍ରାସ ପାଇଯିବ।

ପନିପରିବା ଜୁସ୍‌ ସହିତ ଏଲୋଭେରା: ଓଜନ ହ୍ରାସ ପାଇଁ ଆପଣ ପନିପରିବା ଜୁସ୍‌ ସହିତ ଏଲୋଭେରା ରସ ମିଶାଇ ପିଇ ପାରିବେ। ଏହା ଆପଣଙ୍କ ଓଜନ ହ୍ରାସ ପ୍ରକ୍ରିୟାକୁ ସହଜ କରି ଦେବ। ଏହା ଓଜନ ହ୍ରାସ କରିବାର ଏକ ସହଜ ଉପାୟ।

ଗରମ ପାଣି ସହିତ ସେବନ କରନ୍ତୁ: ଏକ ଗ୍ଲାସ ଗରମ ପାଣିରେ ଏକ ଚାମଚ ଏଲୋଭେରା ଜୁସ୍‌ ମିଶାଇ ପିଅନ୍ତୁ। ଏହାକୁ ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ସେବନ କରି ପାରିବେ। ଏହାଦ୍ୱାରା ଆପଣଙ୍କର ଖୁବ୍‌ ଶୀଘ୍ର ଓଜନ ହ୍ରାସ ଘଟିବ। ଏଥିରେ ଏଲୋଭେରାର ସ୍ୱାଦ ମଧ୍ୟ ବଦଳିଯିବ।

ମହୁ ସହିତ ଖାଆନ୍ତୁ: ପ୍ରାକୃତିକ ସ୍ୱାଦକୁ ବଢ଼ାଇବା ପାଇଁ ଆପଣ ଏଲୋଭେରା ରସରେ କିଛି ବୁନ୍ଦା ମହୁ ମିଶାଇ ସେବନ କରି ପାରିବେ। ଏଲୋଭେରା ଆପଣଙ୍କ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ଡିଟକ୍ସିଫାଇ କରିବ।

ଲେମ୍ବୁ ସହିତ ସେବନ କରନ୍ତୁ: ଏଲୋଭେରାର ସ୍ୱାଦ ବଢ଼ାଇବା ପାଇଁ ଆପଣ କିଛି ବୁନ୍ଦା ତାଜା ଲେମ୍ବୁ ରସ ମଧ୍ୟ ମିଶାଇ ପାରିବେ। ଏହାଦ୍ୱାରା ମଧ୍ୟ ଆପଣଙ୍କ ଓଜନ ଶୀଘ୍ର ହ୍ରାସ ପାଇବ ଏବଂ ଶରୀର ଫିଟ୍‌ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.