ଦୁର୍ବଳ ଫୁସଫୁସକୁ ମଜଭୁତ କରିବା ପାଇଁ ପ୍ରତିଦିନ ସେବନ କରନ୍ତୁ ଏହି ଆୟୁର୍ବେଦିକ କାଢ଼ା

ଶରୀର ପାଇଁ ଅକ୍ସିଜେନ ନିତାନ୍ତ ଆବଶ୍ୟକ। ଏଥିପାଇଁ ଫୁସଫୁସ ଶରୀରକୁ ରକ୍ତ ମାଧ୍ୟମରେ ଅକ୍ସିଜେନ ସପ୍ଲାଏ କରିଥାଏ। ବ୍ଲଡରେ କାର୍ବନ ଡାଇଅକ୍ସଇଡ଼ର ଲେବଲକୁ ବି ନିୟନ୍ତ୍ରଣରେ ରଖିଥାଏ। ତେବେ ବର୍ତ୍ତମାନ କରୋନା କାଳରେ ଫୁସଫୁସକୁ ସୁସ୍ଥ ରଖିବା ଜରୁରୀ ହୋଇପଡ଼ିଛି। କାରଣ ସଂକ୍ରମଣର ଶିକାର ହେବା ବ୍ୟକ୍ତିଙ୍କ ଫୁସଫୁସ ହିଁ ସବୁଠୁ ଅଧିକ ପ୍ରଭାବିତ ହେଉଛି। ଏଭଳି ସ୍ଥିତିରେ ଆପଣ ଆୟୁର୍ବେଦିକ କାଢ଼ା ସେବନ କରି ନିଜ ଫୁସଫୁସକୁ ସୁସ୍ଥ ରଖିବା ସହ ଶ୍ୱାସଜନିତ ସମସ୍ୟାକୁ ବି ଦୂର କରିପାରିବେ। ଆସନ୍ତୁ ଜାଣିବା ବାବା ରାମଦେବଙ୍କ ମୁତାବକ ଏହି କାଢ଼ା ପ୍ରସ୍ତୁତି ବିଧି…

ସାମଗ୍ରୀ:
ଅଳ୍ପ ଗିଲୋୟ, ୪-୫ ଟି ତୁଳସୀ ପତ୍ର, ଅଧ ଇଞ୍ଚ ଅଦା, ଅଳ୍ପ କଞ୍ଚା ହଳଦୀ, ଅଧ ଇଞ୍ଚ ଡାଲଚିନି, ଅଳ୍ପ ମୁଲେଠି, ଅଳ୍ପ ଅଶ୍ୱଗନ୍ଧା, ୧-୨ ଗୋଲମରିଚ, ଅଳ୍ପ ଶିଲାଜିତ, ଅଳ୍ପ ଶ୍ୱାସାରୀ

ପ୍ରସ୍ତୁତି ପ୍ରଣାଳୀ:
ସମସ୍ତ ସାମଗ୍ରୀକୁ ଭଲ ଭାବେ ହେମଦସ୍ତାରେ ଗୁଣ୍ଡ କରିଦିଅନ୍ତୁ। ଏହା ପରେ ଅଧ ଲିଟର ପାଣିରେ ଧିମା ଆଞ୍ଚରେ ଫୁଟାନ୍ତୁ। ପାଣି ଏକ-ଚତୁର୍ଥାଂଶ ହୋଇଗଲେ ଏହାକୁ ଛାଣି ଦିଅନ୍ତୁ। ଏହି କାଢ଼ା ଉଷୁମ ଥିଲା ବେଳେ ହିଁ ପିଅନ୍ତୁ। ଫୁସଫୁସଜନିତ ସବୁ ସମସ୍ୟା ଦୂର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.