ଶରୀରକୁ ମାଗ୍ନେସିୟମ ତତ୍ତ୍ୱ ପ୍ରଦାନ କରିବା ସହ ମହୋଷଧି ଭଳି କାମ କରେ Pecan Nuts

ଶରୀର ସୁସ୍ଥ ରହିବା ପାଇଁ ଅନେକ ପ୍ରକାରର ଭିଟାମିନ ତଥା ପ୍ରୋଟିନ ତତ୍ତ୍ୱର ଆବଶ୍ୟକତା ରହିଛି । ଯାହାଦ୍ୱାରା ଆମ ଶରୀର ଉତ୍ତମ ରହିବା ସହ କାମ କରିବା ପାଇଁ ଶକ୍ତି ଆସିବ । ତେବେ ଏହା ବ୍ୟତିତ ଆମ ଶରୀରକୁ ଅନ୍ୟାନ୍ୟ ଜରୁରୀ ତତ୍ତ୍ୱର ମଧ୍ୟ ଆବଶ୍ୟକ ରହିଛି । ଯେମିତି କି ମାଗ୍ନେସିୟମ ଶରୀର ମଧ୍ୟରେ ରାସାୟନିକ ପ୍ରକ୍ରିୟା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେଣୁ ଏହାର ଅଭାବ ଶରୀରରେ ଉର୍ଜାର ମାତ୍ରା କମିଯାଇଥାଏ ।

ଶରୀରରେ ଇମ୍ୟୁନିଟି ପାୱାର କମିବା ଦ୍ୱାରା ହାଡ଼ଗଣ୍ଠିରେ ବିଶେଷ ମାତ୍ରାରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ । ଏହାସହ ପାଚନ ତନ୍ତ୍ର ତଥା ଶ୍ୱସନ ତନ୍ତ୍ରରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ । ତେବେ ଡାଏଟ ଚାର୍ଟରେ ପୁରୁଷଙ୍କୁ ପ୍ରତିଦିନ ୪୦୦ଏମଜିର ଏବଂ ମହିଳାଙ୍କୁ ୩୫୦ଏମଜିର ମାଗ୍ନେସିୟମ ସେବନ କରିବା ଜରୁରୀ ହୋଇଥାଏ ।

Pecan Nuts ବା ଭିଦୁରକାଷ୍ଠ । ଏହା ଦେଖିବା ପାଇଁ ଅଖରୋଟ ଭଳି । ଏହି ବାଦାମ ମଞ୍ଜି ସାଧାରଣତଃ ଆମେରିକା ଏବଂ ମେକ୍ସିକୋ ସହରରେ ଦେଖିବାକୁ ମିଳିଥାଏ । Pecan Nuts ବହୁ ପରିମାଣରେ ମାଗ୍ନେସିୟମ ନଟ୍ସରେ ଭରପୂର । ଏହା ବ୍ୟତିତ ଏଥିରେ ଅନେକ ପରିମାଣର ଔଷଧିୟ ଗୁଣ ମଧ୍ୟ ଭରି ରହିଛି । ବିଶେଷ କରି ମଧୁମେହ ରୋଗଙ୍କ ପାଇଁ ଏହା ସଞ୍ଜୀବନି ମହୋଷଧି ଭଳି କାମ କରେ ।

ରିସର୍ଚ୍ଚରୁ ଜଣା ପଡିଛିଯେ, ମଧୁମେହ ରୋଗୀଙ୍କୁ ପ୍ରତିଦିନ ୫୬ ଗ୍ରାମର ଭିଦୁରକାଷ୍ଟ ବାଦାମ ବା Pecan Nuts ଖାଇବା ଆବଶ୍ୟକ ରହିଛି । ଏହାଦ୍ୱାରା ସୁଗାର ଲେଭଲ ଠିକ ରହିଥାଏ । ଏଥିରେ ଫାଇବର ଏବଂ ପଲିଫେନୋଲ ପ୍ରଚୁର ମାତ୍ରାରେ ଭରି ରହିଛି । କିନ୍ତୁ ଖାଇବା ସମୟରେ ଧ୍ୟାନ ରଖିବେ । ଏକ ମୁଠାରୁ ଅଧିକ ନଟ୍ସ ଖାଇବା ଉଚିତ ନୁହେଁ । ପ୍ରତିଦିନ କେବଳ ୫୦ ଗ୍ରାମର ରୋଷ୍ଟ ହୋଇଥିବା Pecan Nuts କୁ ଖାଇବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.