କିଡନୀକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଏହି ଖାଦ୍ୟକୁ ଜରୁରୀ ଭାବେ ଗ୍ରହଣ କରନ୍ତୁ
ନୂଆଦିଲ୍ଲୀ : କିଡନୀ ଶରୀରର ଏକ ମୂଲ୍ୟବାନ ଅଙ୍ଗ । ବେଳେ ବେଳେ ଆମର ଭୁଲ ଜୀବନ ଶୈଳୀ ଖରାପ ଖାଦ୍ୟ ସେବନ ଦ୍ୱାରା ଆମେ କିଡନୀ ରୋଗରେ ପୀଡିତ ହୋଇଥାଉ । ପ୍ରତିବର୍ଷ କିଡନୀ ରୋଗରେ ବହୁ ଲୋକ ମୃତ୍ୟୁ ବରଣ କରୁଛନ୍ତି । ହେଲେ ଆମେ କିଡନୀକୁ ସୁସ୍ଥ ରଖିବାକୁ ହେଲେ ଆସନ୍ତୁ ଜାଣିବା କିଛି ଜରୁରୀ ଟିପ୍ସ । ଯାହାଦ୍ୱାରା ଆମେ କିଡନୀକୁ ସୁସ୍ଥ ରଖିପାରିବା । ଯଦି ଆପଣଙ୍କ ଖାଦ୍ୟରେ ଏହି ସବୁ ଖାଦ୍ୟକୁ ସାମିଲ କରନ୍ତି । ତେବେ ଆପଣଙ୍କ କିଡନୀ ସୁସ୍ଥ ରହିବ ।
ଲାଲ୍ ଶିମ୍ଲା ମିର୍ଚ୍ଚ : ଲାଲ୍ ଶିମଲା ମିର୍ଚ୍ଚ (ଲଙ୍କା) ରେ ଭିଟାମିନ୍ ଏ, ସି, ଭିଟାମିନ ବି-୬, ଫଲିକ ଏସିଡ୍ ଓ ଫାଇବର ଭଳି ଅନେକ ଗୁଣକାରୀ ତତ୍ତ୍ୱ ରହିଛି । ଯାହା କି କିଡନୀ ପାଇଁ ବହୁତ ଲାଭକାରୀ ହୋଇଥାଏ । ତେଣୁ ଆପଣଙ୍କ ଖାଦ୍ୟରେ କଞ୍ଚା ଲାଲ୍ ଶିମଲା ମିର୍ଚ୍ଚ ଜରୁର ସାମିଲ କରନ୍ତୁ ।
ଫୁଲକୋବି : ଫୁଲକୋବିରେ ଫୋଲେଟ ଓ ଭିଟାମିନ ସି ଭଳି ପୋଷକ ତତ୍ତ୍ୱ ସହ ଫାଇବର ମଧ୍ୟ ରହିଛି । ଯାହା କିଡନୀ ପାଇଁ ବହୁତ ଲାଭକାରୀ ହୋଇଥାଏ । ତେଣୁ ଖାଦ୍ୟରେ ଫୁଲକୋବି ଜରୁର ସାମିଲ କରନ୍ତୁ ।
ପିଆଜ : ପିଆଜ ଲୁ ଓ ବାଳକୁ ଅସମୟରେ ଝଡ଼ିବାରୁ ରୋକିବା ସହ କିଡନୀ ପାଇଁ ବହୁତ ଲାଭକାରୀ ହୋଇଥାଏ । ଏଥିରେ କ୍ଲେବୋନାଇଟ ଥିବାରୁ ଏହା କିଡନୀ ପାଇଁ ମେଡିସିନ ଭଳି କାମ କରେ । ତେଣୁ ଖାଦ୍ୟରେ ପିଆଜ ଜରୁର ସାମିଲ କରନ୍ତୁ ।
ଅଣ୍ଡାର ଧଳା ଅଂଶ : କିଡନୀ ରୋଗୀଙ୍କ ପାଇଁ ଅଣ୍ଡାର ହଳଦିଆ ଅଂଶ ଖାଇବା ଉଚିତ ନୁହେଁ । ହେଲେ ଧଳା ଅଂଶରେ ପ୍ରୋଟିନ ମାତ୍ରା ଅଧିକ ଥିବାରୁ ଏହା କିଡନୀ ପାଇଁ ବହୁତ ଉପକାରୀ ହୋଇଥାଏ । ତେଣୁ ସ୍ୱାସ୍ଥ୍ୟ ଭଲ ରଖିବାକୁ ଦୈନିକ ଅଣ୍ଡା ଖାଆନ୍ତୁ ।