ଇମ୍ୟୁନିଟି ମଜବୁତ କରିବା ସହିତ ଦୃଷ୍ଟି ଶକ୍ତି ବଢାଏ କଞ୍ଚା ଟମାଟୋ, ଜାଣନ୍ତୁ ଆଉ କ’ଣ ଦିଏ ଫାଇଦା

ଟମାଟୋକୁ ଆମେ ପ୍ରାୟତ କଞ୍ଚା, ଭଜା କିମ୍ବା ପୋଡି କରି ଖାଇବାକୁ ଭଲ ପାଇଥାଉ। ଆଉ ଏହାକୁ ପ୍ରତ୍ୟେକ ଖାଦ୍ୟରେ ମଧ୍ୟ ପକାଯାଏ। ଟମାଟୋ ଖାଇବାର ସ୍ୱାଦ ବଢାଇଥାଏ। କେବଳ ସେତିକି ନୁହେଁ ଟମାଟୋକୁ ସାଲାଡ ଭାବେ ବେଶୀ ବ୍ୟବହାର କରାଯାଏ। ଲୋକେ ଏହାକୁ ଅନ୍ୟ କେତେକ ପ୍ରକାରରେ ମଧ୍ୟ ଖାଇଥାନ୍ତି। ଯେପରିକି ଟମାଟୋ ଚଟଣୀ, ସୁପ କିମ୍ବା ଜୁସ୍‌। ଅଧିକାଂଶ ଲୋକ ନାଲି ଟମାଟୋକୁ ନିଜ ଡାଏଟରେ ସାମିଲ କରନ୍ତି। କିନ୍ତୁ କେବେ କଞ୍ଚା ଟମାଟୋକୁ ଆପଣ ଖାଇବାରେ ବ୍ୟବହାର କରିଛନ୍ତି କି ?

କଞ୍ଚା ଟମାଟୋରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ। ବିଶେଷଜ୍ଞଙ୍କ କହିବାନୁସାରେ ଏଥିରେ ଭିଟାମିନ ସି, ଏ, କ୍ୟାଲସିଅମ, ପୋଟାସିଅମ ଏବଂ ଅନ୍ୟ ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ। ଏହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ବୁଷ୍ଟ କରିବାରେ ସହାୟକ ହୋଇଥାଏ। ଡାକ୍ତର ଏବଂ ବିଶେଷଜ୍ଞ ଏହାକୁ ଖାଇବା ପାଇଁ ମଧ୍ୟ ପରାମର୍ଶ ଦିଅନ୍ତି। କେବଳ ସେତିକି ନୁହେଁ, କଞ୍ଚା ଟମାଟୋରେ ଅନ୍ୟ କେତେକ ଫାଇଦା ମଧ୍ୟ ରହିଥାଏ। ତେବେ ଜାଣନ୍ତୁ କ’ଣ :

– କଞ୍ଚା ଟମାଟୋ ଆଖି ପାଇଁ ବହୁତ ଭଲ ହୋଇଥାଏ। ଏଥିରେ ଥିବା ବିଟା କେରୋଟିନ ମାତ୍ରା ଯୋଗୁଁ ଆଖି ସୁସ୍ଥ ରହିବା ସହିତ ଦୃଷ୍ଟିଶକ୍ତି ବଢାଇଥାଏ।

– ଖରାପ ଜୀବନଶୈଳୀ କାରଣରୁ ଅଧିକାଂଶ ଲୋକ ଉଚ୍ଚ ରକ୍ତଚାପ ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁକରି ମେଡିସିନ ମଧ୍ୟ ଖାଉଛନ୍ତି। କିନ୍ତୁ ଏହିସବୁ ଔଷଧ ଶରୀର ପାଇଁ ହାନିକାରକ ହୋଇଥାଏ। ଯଦି ଆପଣ କଞ୍ଚା ଟମାଟୋ ଖାଇବେ, ତେବେ ବ୍ଲଡ ପ୍ରେସରକୁ ମଧ୍ୟ କଣ୍ଟ୍ରୋଲ କରିପାରିବେ। ଏଥିରେ ଥିବା ପୋଟାସିଅମ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ।

– ପ୍ରଦୂଷଣ ଯୋଗୁଁ ସ୍କିନରେ ବ୍ରଣ, କଳାଦାଗ ଇତ୍ୟାଦି ସମସ୍ୟା ଦେଖାଦିଏ। ଲୋକେ ଏହି ସମସ୍ୟାରୁ ନିଜାତ ପାଇବା ପାଇଁ ଭିନ୍ନ ଭିନ୍ନ ପ୍ରକାରର କେମିକାଲ ପ୍ରଡକ୍ଟ ବ୍ୟବହାର କରୁଛନ୍ତି। କିନ୍ତୁ ଯଦି ଆପଣ ଚାହିଁବେ ଘରୋଇ ଉପାୟ ସାହାଯ୍ୟରେ ଏହାକୁ ଭଲ କରିପାରିବେ। ଏଥିରେ ସ୍କିନ ପାଇଁ ଦରକାର ଥିବା ଭିଟାମିନ ବହୁଳ ମାତ୍ରାରେ ରହିଥାଏ। ଏହା ସହିତ ଆଣ୍ଟି ଅକ୍ସିଡାଣ୍ଟ ସ୍କିନକୁ ସୁସ୍ଥ ରଖିଥାଏ।

– କରୋନା କାଳରେ ଇମ୍ୟୁନିଟିକୁ ମଜବୁତ କରିବା ନିତାନ୍ତ ଜରୁରୀ। ଇମ୍ୟୁନିଟିକୁ ମଜବୁତ କରିବା ପାଇଁ କଞ୍ଚା ଟମାଟୋ ବେଶ ଉପକାରୀ। କଞ୍ଚା ଟମାଟୋ ଶରୀରରେ ଥିବା ଭିଟାମିନ ସିରର ଅଭାବକୁ ପୂରଣ କରିଥାଏ।

Leave A Reply

Your email address will not be published.