ଅଧିକ କଫି ପିଉଛନ୍ତି କି ? ବଢ଼ିପାରେ ଗ୍ଲୁକୋମା (Glucoma) ଆଶଙ୍କା

ଓ୍ଵାଶିଂଟନ : ଅଧିକାଂଶ ଲୋକ ଘରେ ହେଉ ବା ଅଫିସରେ ଥକ୍କା ମେଣ୍ଟାଇବା ପାଇଁ କଫି ପିଇଥାନ୍ତି । ଏହାଦ୍ୱାରା ଶରୀରକୁ ସ୍ଫୁର୍ତ୍ତି ମିଳିଥାଏ । ତେବେ କେବେ କେବେ କଫି ପିଇବା ଦ୍ୱାରା କିଛ ଅସୁବିଧା ହୋଇ ନଥାଏ । ମାତ୍ର ମାତ୍ରାଧିକ କଫି ପିଇବା ଦ୍ୱାରା ଏହା ଆପଣଙ୍କ ପାଇଁ ହାନୀକାରକ ହୋଇପାରେ ।

ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ କଫି ଓ ଅନ୍ୟ ଏନର୍ଜି ଡ୍ରିଙ୍କସ୍‌ରୁ ମିଳୁଥିବା କେଫିନ ଚକ୍ଷୁ ରୋଗର ଆଶଙ୍କା ବୃଦ୍ଧି କରିପାରେ । ଏପରିକି ଅଧିକ ମାତ୍ରାରେ କେଫିନର ବ୍ୟବହାର ଆଖିରେ ଗ୍ଲୁକୋମା (Glucoma) ରୋଗ ସୃଷ୍ଟି କରିପାରେ । ଏହି ଗବେଷଣା ଅପ୍‌ଥୋମାଲୋଜି ନାମକ ଏକ ଜର୍ଣ୍ଣାଲରେ ପ୍ରକାଶ ପାଇଛି ।

coffe.
photo credit: youBeauty

ନ୍ୟୁୟର୍କର ମାଉଣ୍ଟ ସିନାଇରେ ଥିବା ଆଇକନ୍‌ ସ୍କୁଲ୍‌ ଅଫ୍‌ ମେଡିସିନ୍‌ ର ଗବେଷକମାନେ ଏହି ତଥ୍ୟ ଦେଇଛନ୍ତି । ଗ୍ଲୁକୋମା ଆନୁବଂଶିକ ବି ହୋଇପାରେ । ଏହି ଗବେଷଣା ବେଳେ ଗବେଷକ ୧ ଲକ୍ଷ ୨୦ ହଜାର ଲୋକଙ୍କ ଡାଟା ବିଶ୍ଲେଷଣ କରିଥିଲେ ।

କେତେ ମାତ୍ରାର କେଫିନ ହାନୀକାରକ ନୁହେଁ

ଜଣେ ବ୍ୟକ୍ତି କେତେ ମାତ୍ରାର କେଫିନ ପିଇ ପାରିବେ । ସେ ସମ୍ପର୍କରେ ମଧ୍ୟ ଗବେଷକମାନେ ତଥ୍ୟ ଦେଇଛନ୍ତି । ଜଣେ ବ୍ୟକ୍ତି ୩୨୧ ମିଲିଗ୍ରାମରୁ ଅଧିକ କେଫିନ ପିଇଲେ ୩.୯ ଗୁଣା ଗ୍ଲୁକୋମା ଆଶଙ୍କା ବୃଦ୍ଧି କରିପାରେ । ଯଦି କେହି ୪୮୦ ମିଲିଗ୍ରାମ ରୁ ଅଧିକ କେଫିନ ନେଉଥାନ୍ତି । ତେବେ ତାଙ୍କ ଠାରେ ଗ୍ଲୁକୋମା ବେଶୀ ହେବାର ଆଶଙ୍କା ଦେଖା ଦେଇଥାଏ ।

Leave A Reply

Your email address will not be published.