ପ୍ରତିଦିନ ବିରିଡାଲି ଖାଉଥିଲେ ସାବଧାନ ! ହୋଇପାରେ ଏହିସବୁ ସମସ୍ୟା
ବିରି ଡାଲିର ସେବନ ଅଧିକାଂଶ ଲୋକ କରିଥାନ୍ତି କିନ୍ତୁ କ’ଣ ଆପଣ ଜାଣନ୍ତି କି, କେଉଁମାନେ ଏହି ଡାଲି ଖାଇବା ଉଚିତ ନୁହେଁ। ଏହି ଡାଲି ଖାଇବା ଦ୍ୱାରା ଅନେକ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥାଏ। ବିରି ଡାଲିରେ ପୋଷକ ତତ୍ତ୍ୱ ରହିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଫାଇଦାଯୁକ୍ତ। ଏହି ଡାଲିରେ ପ୍ରୋଟିନର ମାତ୍ରା ସବୁଠାରୁ ଅଧିକ ରହିଥାଏ। ତେଣୁ ଏହା ଖାଇବା ସ୍ୱାସ୍ଥ୍ୟ ପ୍ରତି ଲାଭଦାୟକ।
କିନ୍ତୁ ବିରି ଡାଲିରେ ଅନେକ ଲୋକଙ୍କ ପାଇଁ କ୍ଷତିକାରକ ହୋଇଥାଏ। ଯଦି ଏହି ଡାଲିକୁ ଅଧିକ ମାତ୍ରାରେ ସେବନ କରନ୍ତି, ଏହାଦ୍ୱାରା ୟୁରିକ ଏସିଡ୍ ଏବଂ କୋଷ୍ଠକାଠିନ୍ୟ ଜନିତ ସମସ୍ୟା ବଢିପାରେ। ଏମିତିରେ ଜାଣିବା ଜରୁରୀ କି, ବିରି ଡାଲି କେତେ ଖାଇବା ଉଚିତ ଏବଂ କେଉଁମାନେ ବିଲକୁଲ୍ ଖାଇବା ଉଚିତ ନୁହେଁ।
କେତେ ଖାଇବା ଉଚିତ ବିରି ଡାଲି ?
ପ୍ରତିଦିନ ବିରିଡାଲି ଖାଉଥିଲେ ସାବଧାନ ହୋଇଯାଆନ୍ତୁ। ବିରି ଡାଲି ପ୍ରତିଦିନ ଖାଇବା ଦ୍ୱାରା ଅନେକ ପ୍ରକାର ସମସ୍ୟା ଆସିଥାଏ। ଚେଷ୍ଟା କରନ୍ତୁ ସପ୍ତାହକୁ ମାତ୍ର ଥରେ ବିରିଡାଲି ଖାଆନ୍ତୁ। ଏହାଦ୍ୱାରା ଫାଇଦା ସହିତ ମିଳୁଥିବା କ୍ଷତି ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟକୁ ବିଗାଡିବ ନାହିଁ।
କେଉଁମାନେ ବିରିଡାଲି ବିଲକୁଲ୍ ଖାଇବା ଉଚିତ ନୁହେଁ :
– ଯେଉଁ ଲୋକଙ୍କର ପୂର୍ବରୁ କୋଠକାଠିନ୍ୟ ସମସ୍ୟା ରହିଛି, ସେମାନେ କେବେ ବି ଖାଇବା ଉଚିତ ନୁହେଁ। ବିରି ଡାଲିରେ ଏମିତି କିଛି ତତ୍ତ୍ୱ ରହିଛି, ଯାହା ଏହି ସମସ୍ୟା ବଢାଇଥାଏ।
– ଏହାଛଡା ଯେଉଁ ଲୋକଙ୍କର ସବୁବେଳେ ପାଚନ ସମସ୍ୟା ରହିଛି, ସେମାନେ ବିରି ଡାଲି ଖାଇବା ଉଚିତ ନୁହେଁ। ବିରିଡାଲି ଖୁବଶୀଘ୍ର ପାଚନ ହୋଇପାରେ ନାହିଁ। ତେଣୁ ପେଟରେ ଗ୍ୟାସ୍, ବ୍ଲୋଟିଂ ଇତ୍ୟାଦି ସମସ୍ୟାର ସାମ୍ନା କରିବାକୁ ପଡିଥାଏ।
– ଏହା ସହିତ ୟୁରିକ ଏସିଡ ଥିବା ଲୋକ କେବେ ବି ଏହାକୁ ଖାଇବା ଉଚିତ ନୁହେଁ। ବିରି ଡାଲିରେ ଏପରି କେତେକ ତତ୍ତ୍ୱ ରହିଛି, ଯାହା କିଡନୀରେ କ୍ଲାସିଫିକେସନ ଷ୍ଟୋନକୁ ଉତ୍ତେଜିତ କରିଥାଏ, ଯାହା ଦ୍ୱାରା କିଡନୀରେ ଷ୍ଟୋନ ସମସ୍ୟା ଦେଖାଦିଏ। ଯଦି ଆପଣଙ୍କ ବ୍ଲଡରେ ୟୁରିକ ଏସିଡ ବଢିଯାଏ, ତେବେ ବିରି ଡାଲି ଖାଆନ୍ତୁ ନାହିଁ।