ଡାଇବେଟିଜ ରୋଗୀଙ୍କ ପାଇଁ ବରଦାନ ସଦୃଶ ଏହିସବୁ ଜିନିଷ, ଖାଦ୍ୟରେ ନିଶ୍ଚିତ କରନ୍ତୁ ସାମିଲ

ମଧୁମେହ ବା ଡାଇବେଟିଜ ରୋଗ ବିଶ୍ୱରେ ଭୟଙ୍କର ଭାବେ ବଢିଚାଲିଛି। ସାଧାରଣ ରୋଗ କିନ୍ତୁ ଅନେକ ରୋଗ ସହିତ ଜଡିତ। ଆଜିକାଲି ଦେଶର ଅଧିକାଂଶ ଲୋକ ଡାଇବେଟିଜ ରୋଗର ଶିକାର ହେଉଛନ୍ତି। ଏହି ରୋଗ ହେବା ପରେ ଲୋକ ନିଜର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ।

ମଧୁମେହ ହେବାର ବଡ କାରଣ ଲାଇଫଷ୍ଟାଇଲ ଏବଂ ଖାଦ୍ୟପେୟରୁ ହୋଇଥାଏ। ଡାଇବେଟିଜର କିଛି ଅମୋଘ ଉପଚାର ନାହିଁ। ଏହାକୁ କେବଳ ଖାଇବା ପିଇବା ଏବଂ ଲାଇଫଷ୍ଟାଇଲରେ ପରିବର୍ତ୍ତନ କଲେ ହିଁ କଣ୍ଟ୍ରୋଲ କରିପାରିବେ। ଡାଇବେଟିଜ ରୋଗୀ ନିଜର ଡାଏଟର ସ୍ୱତନ୍ତ୍ର ଧ୍ୟାନ ରଖିଲେ ହିଁ ଏଥିରୁ ମୁକ୍ତି ମିଳିବ। ତେଣୁ ଜାଣନ୍ତୁ ମଧୁମେହ କଣ୍ଟ୍ରୋଲ କରିବା ପାଇଁ କେଉଁ ଖାଦ୍ୟ ଖାଇବେ…

ପିଜୁଳି: ପିଜୁଳି ଏକ ସ୍ୱାଦିଷ୍ଟ ଫଳ। ଏଥିରେ ଭିଟାମିନ ସି, ଫାଇବର ଭରପୂର ମାତ୍ରାରେ ରହିଥାଏ।ଯାହା କୋଷ୍ଠକାଠିନ୍ୟ, ଡାଇବେଟିଜ୍‌ ରୋଗୀଙ୍କ ପାଇଁ ଫାଇଦାଯୁକ୍ତ ହୋଇଥାଏ। ଡାଇବେଟିଜ ରୋଗୀଙ୍କ ପିଜୁଳି ଖାଇବା ଜରୁରୀ।

guava-

ଡାଲି: ଡାଲିରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଥାଏ। ଡାଲିରେ ଭଲମାତ୍ରାରେ ଫାଇବର ସ୍ରୋତ ରହିଥାଏ। ଡାଲିରେ ମିଳୁଥିବା କାର୍ବୋହାଇଡ୍ରେଟ୍‌ରେ ୪୦ ପ୍ରତିଶତ ଫାଇବର ହୋଇଥାଏ। ଯାହା ବ୍ଲଡପ୍ରେସରର ସୁଗାର ଲେବଲକୁ କମ୍‌ କରିଥାଏ।

ମେଥି: ମଧୁମେହ ରୋଗୀ ମେଥି ସେବନ କରିବା ବେଶ ଫାଇଦାଯୁକ୍ତ। ମେଥିରେ ପର୍ଯ୍ୟାପ୍ତ ମାତ୍ରାରେ ଫାଇବର ରହିଛି, ଯାହା ପାଚନ କରିବା ସହିତ ଡାଇବେଟିଜକୁ କଣ୍ଟ୍ରୋଲ କରିଥାଏ।

ଅଳସୀ: ଅଳସୀରେ ଫାଇବର ପରିପୂର୍ଣ୍ଣ। ଅଳସୀ ସ୍ୱାସ୍ଥ୍ୟ ପାଇଁ ଫାଇଦାଯୁକ୍ତ। ବ୍ଲଡ ସୁଗାର ଲେବଲ, ଇନସୁଲିନ ସେନ୍ସିଭିଟିକୁ ଅଳସୀ କଣ୍ଟ୍ରୋଲ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.