ଶରୀର ପାଇଁ ଭଲ ଓ ପାଟିକୁ ସୁଆଦିଆ, ବ୍ରେକଫାଷ୍ଟ ପାଇଁ ପ୍ରସ୍ତୁତ କରନ୍ତୁ ସେଓ ଖାସ୍ତା

ସକାଳ ସମୟରେ ଉଠିବା ପରେ ପ୍ରାୟ ଅଧିକ ଲୋକ ଭାବନ୍ତି ନିଜ ବ୍ରେକ ଫାଷ୍ଟରେ କ’ଣ ଖାଇବେ। ଏମିତିକି କିଛି ଲୋକ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନଦେଇ ସ୍ବାସ୍ଥ୍ୟକୁ ଖରାପ କରୁଥିବା ଖାଦ୍ୟ ଖାଇ ଦିଅନ୍ତି। କିନ୍ତୁ ନିଜ ବ୍ରେକଫାଷ୍ଟରେ ସବୁବେଳେ ହେଲ୍ଦି ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ତେବେ ଆଜି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିବାକୁ ଯାଉଛୁ ସେଓ ଖାସ୍ତା। ଏହା ଆପଣଙ୍କ ଶରୀର ପାଇଁ ଖୁବ୍ ଲାଭ ଦାୟକ ।
ଆପଲ୍ ବା ସେଓ ଖାସ୍ତା ପାଇଁ ଆବଶ୍ୟକୀୟ ସାମଗ୍ରୀ:
ଦୁଇଟି ସେଓ, କିଛି ମାତ୍ରାରେ ଗୁଡ଼, ଏକ କପ ସୁଜି, କାଜୁ ବାଦାମ ଓ କିଛି କିସ୍ମିସ୍,ଘିଅ ଓ ଗୋଲ୍ମାରିଚ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ସେଓକୁ କୋରି ଦିଅନ୍ତୁ କିମ୍ବା ଭଲ ଭାବେ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏହା ପରେ ଏକ ପ୍ୟାନ ନେଇ ଅଳ୍ପ ମାତ୍ରାରେ ଘିଅ ପକାଇ କିଛି ସୁଜି ନେଇ ଭଲ ଭାବେ ଭାଜନ୍ତୁ। ଏହାକୁ କାଢି ଦିଅନ୍ତୁ। ପରେ ପ୍ୟାନ ବସାଇ ଅଳ୍ପ ତେଲ କିମ୍ୱା ଘିଅ ଦେଇ ସିଓକୁ ଟିକେ ଭାଜନ୍ତୁ ଏବଂ ଏହା ପରେ ଭାଜି ଥିବା ସୁଜିକୁ ମିଶାନ୍ତୁ। ପରେ ଏଥିରେ କ୍ଷୀର ସହିତ ଗୁଡ଼ ଓ ଡ୍ରାଏ ଫୁଡ୍ ମିଶାଇ କିଛି ସମୟ ରାନ୍ଧନ୍ତୁ। ରାନ୍ଧିବା ପରେ ଏଥିରେ ଆଉ କିଛି ଅଳ୍ପ ଡ୍ରାଏ ଫୁଡ୍ ମିଶାନ୍ତୁ। ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ। ଥଣ୍ଡା ହେବା ପରେ ଏହାକୁ ଆପଣ ଖାଇ ପାରିବେ କିମ୍ୱା ଆପଣ ଏହାକୁ ଗରମ ଥିବା ଅବସ୍ଥାରେ ମଧ୍ୟ ଖାଇ ପାରିବେ। ଏହା ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ। ଏହାକୁ ଖାଇବା ଦ୍ଵାରା ଅନେକ ରୋଗ ଦୂର ହୋଇଥାଏ। କାରଣ ସେଓରେ ଆଣ୍ଟି ଅକ୍ସିଡାଣ୍ଟ ଭରି ରହିଛି । ଏହା ଆପଣଙ୍କୁ ଥଣ୍ଡା ଜ୍ବରରୁ ମଧ୍ୟ ଭଲ କରିବ