ଲାଇଫ୍ ଷ୍ଟାଇଲ୍

ତମ୍ବା ପାତ୍ରରେ ପାଣି ପିଇଲେ କେଉଁ ଲାଭ ମିଳେ ? ଜାଣନ୍ତୁ କ’ଣ ରହିଛି ଏହାର ସାଇଣ୍ଟିଫିକ କାରଣ

ସାଧାରଣ ଭାବେ ଆମେ ସମସ୍ତେ ଷ୍ଟିଲ, କାଚ ତଥା ପ୍ଲାଷ୍ଟିକ ଗ୍ଲାସରେ ପାଣି ପିଇଥାଉ। କିନ୍ତୁ କଣ ଆପଣ ଜାଣନ୍ତି କି ତମ୍ବା ପାତ୍ରରେ ପାଣି ପିଇବାକୁ କାହିଁକି ପରାମର୍ଶ ଦିଆଯାଏ। ଆମେ ଅନେକ ଥର ଆମ ଗୁରୁଜନଙ୍କଠୁ ଏହି ଉପଦେଶ ଶୁଣିବାକୁ ପାଉ ଯେ ତମ୍ବା ତଥା କପର ଗ୍ଲାସରେ ପାଣି ପିଇଲେ ଏହା ଆମ ଶରୀର ପାଇଁ ଭଲ ହୋଇଥାଏ। କିନ୍ତୁ ଆମେ ତାହାର ଫାଇଦା ସମ୍ପର୍କରେ ଜାଣିନଥାଉ।

ଭାରତୀୟ ପରମ୍ପରା ଅନୁସାରେ ତମ୍ବା ପାତ୍ରରେ ପାଣି ପିଆଯାଇଥାଏ । ଯାହାର ବହୁତ କିଛି ଫାଇବା ରହିଥାଏ । ବର୍ତ୍ତମାନ ଏହି କଥାର ସତ୍ୟତା ଥିବା ମେଡିକାଲ ରିପୋର୍ଟରୁ ପ୍ରକାଶ ପାଇଛି । ତେବେ ଆମ ପୂର୍ବଜ ମାନଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ଉପାୟ ଗୁଡିକ ଆମେ ପଛରେ ପକାଇ ଆଗକୁ ବଢିବାରେ ଲାଗିଛେ, ଯାହା ସମ୍ପୂର୍ଣ୍ଣ ଭାବେ ଭୁଲ୍ ।

ଯଦି ଆମେ ପୁଣିଥିରେ ସେହି ସବୁ ଉପାୟ ଗୁଡିକ ଗ୍ରହଣ କରିବେ ତେବେ ଆମ ଶରୀରରେ କୌଣସି ପ୍ରକାର ରୋଗ ପ୍ରବେଶ କରିବ ନାହିଁ ଏବଂ ଶରୀରକୁ ବିଭିନ୍ନ ପ୍ରକାରର ଉପକାର ମିଳିବ । ଏହିପରି ଏକ ଉପାୟ ହେଉଛି ଏକ ତମ୍ବା ପାତ୍ରରେ ରାତିରେ ପାଣି ରଖି ସେହି ପାଣିକୁ ସକାଳେ ପିଇବା । ତମ୍ବା ପାତ୍ରରେ ରଖାଯାଇଥିବା ପାଣି ଆମ ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ । ଏହାସହ ଆୟୁର୍ବେଦ ମଧ୍ୟ କହେ କି ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ବାରା ବହୁ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ ।

ତେବେ ସାଇଣ୍ଟିଫିକ ଦୃଷ୍ଟିରୁ ଏହି ପାଣିକୁ ପିଇବା ଦ୍ୱାରା ବ୍ୟାକ୍ଟେରିଆ ଓ ଦୂଷିତ ପଦାର୍ଥକୁ ମରିବାର କ୍ଷମତା ରଖଥାଏ। ଏହି ପାଣିରେ ତମ୍ବାର ତତ୍ତ୍ୱ ମିଶିଯାଏ। ଯାହା ଆମ ଶରୀରରେ ଥିବା ହାନିକାରକ ପଦାର୍ଥକୁ ନଷ୍ଟ କରିଦିଏ। ଏମିତିରେ ଆମକୁ ଅନେକ ରୋଗରୁ ମୁକ୍ତି ମିଳିଥାଏ। ଏବେ ଜାଣନ୍ତୁ ଏହି ପାତ୍ରରେ ପାଣି ପିଇବା ଦ୍ୱାରା କେଉଁ ଫାଇଦା ମିଳେ..

ଗ୍ୟାସ ସମସ୍ୟାରୁ ମୁକ୍ତି: 
ତମ୍ବା ପାତ୍ରରେ ରଖାଯାଇଥିବା ପାଣିକୁ ପିଇବା ଦ୍ବାରା ଏସିଡିଟି କିମ୍ବା ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିବାସହ ହଜମ ପ୍ରକ୍ରିୟାରେ ସୁଧାର ଆସିଥାଏ ।

କୋଲଷ୍ଟୋଲ ପରିମାଣ କମ୍ ହୋଇଥାଏ :
ତମ୍ବା ପାତ୍ରରେ ରଖାଯାଇଥିବା ପାଣିକୁ ପିଇବା ଦ୍ବାରା ଶରୀରରେ କୋଲଷ୍ଟୋଲ ପରିମାଣ କମ୍ ହେବାସହ ହାର୍ଟ ମଜବୁତ୍ ହୋଇଥାଏ ।

ରକ୍ତ ହିନତାରୁ ମିଳିଥାଏ ମୁକ୍ତି :
ତମ୍ବା ପାତ୍ରରେ ଅତି କମରେ ୮ ଘଣ୍ଟା ପର୍ଯ୍ଯନ୍ତ ପାଣି ରଖି ସେହି ପାଣିକୁ ପିଇବା ଦ୍ବାରା ଏନିମିୟା ତଥା ରକ୍ତ ହିନତା ରୋଗକୁ ମୁକ୍ତି ମିଳିଥାଏ । ଏହି ପାଣିରେ ଭରପୁର ଥିବା କପର ଆପଣଙ୍କ ଶରୀରରେ ଥିବା ରକ୍ତ ହିନତାକୁ ଦୂର କରିବାରେ ସାହାଯ୍ଯ କରିଥାଏ ।

କ୍ୟାନ୍ସରରୁ ବର୍ତ୍ତିବା ପାଇଁ ସହାୟକ ହୋଇଥାଏ :
ତମ୍ବା ପାତ୍ରରେ ରଖାଯାଇଥିବା ପାଣି ରେ ପର୍ଯ୍ଯାପ୍ତ ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟ୍ ରହିଥାଏ, ଯାହା ବୟସ ଛାପକୁ ଲୁଚାଇବା ସହ କ୍ୟାନସର ଭଳି ଗମ୍ଭୀର ରୋଗରୁ ଲଢିବା ପାଇଁ ସହାୟକ ହୋଇଥାଏ ।

କେଶ ଝଡିବା କମ୍ ହୋଇଥାଏ :
ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ବାରା କେଶ ଝଡିବା କମ୍ ହୋଇଥାଏ ।

ଓଜନ କମିବାରେ ସହାୟ ହୋଇଥାଏ :

ପ୍ରତିଦିନ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଫଳରେ ଓଜନ କମ୍ ହୋଇଥାଏ । ଏହାସହ ଶରୀରକୁ ବହୁ ପ୍ରକାରର ପ୍ରତିକାର ମିଳିଥାଏ ।

D Sonali

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

10 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

55 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago