ଏହି ୫ଟି ଭୁଲ୍‌ ଯୋଗୁ ଗୋଟିଏ ଦିନରେ ହିଁ ଖରାପ ହୋଇଯାଇଥାଏ ଧନିଆ ପତ୍ର, ଜାଣି ରଖନ୍ତୁ ସେହି ଭୁଲ୍‌

ପ୍ରାୟତଃ ଏମିତି ହୋଇଥାଏ କି, ଆମେ ବଜାରରୁ କିଣିକି ଆଣୁଥିବା ସତେଜ ଧନିଆ ପତ୍ର ଘରେ କିଛି ସମୟ ରଖିବା ପରେ ହିଁ ଖରାପ ହେବାକୁ ଲାଗିଥାଏ। ଧନିଆ ପତ୍ରଗୁଡ଼ିକ ଶୁଖି ଯାଇଥାଏ ନଚେତ୍‌ ସଢ଼ି ଯାଇଥାଏ। ଏହା ଏଥିପାଇଁ ହୋଇଥାଏ, କାହିଁକିନା, ଆମେ ଏହାକୁ ଠିକ୍‌ ଉପାୟରେ ଷ୍ଟୋର୍‌ କରି ରଖି ନ ଥାଉ, ଯେପରି ଏହାକୁ ରଖିବା ଉଚିତ। ଆଜି ଆମେ ଆପଣଙ୍କୁ ଏମିତି ହିଁ ୫ଟି ଭୁଲ୍‌ ବିଷୟରେ କହିବୁ, ଯାହା ଧନିଆ ପତ୍ରକୁ ଖରାପ କରି ଦେଇଥାଏ।

ଅନେକ ଲୋକ ଅଛନ୍ତି, ଯେଉଁମାନେ ସତେଜ ଧନିଆ ପତ୍ରକୁ ଧୋଇ ଷ୍ଟୋର କରିବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ସେମାନେ ଏହା ଭୁଲି ଯାଆନ୍ତି କି, ଧନିଆ ପତ୍ରକୁ ଧୋଇ ତୁରନ୍ତ ବ୍ୟବହାର କରିବା କଥା। ଯଦି ଆପଣ ଏହାକୁ ଧୋଇ କେଉଁଠି ଷ୍ଟୋର୍‌ କରୁଛନ୍ତି, ତା’ହେଲେ ଏହା ଖରାପ ହିଁ ହୋଇଯିବ। ଆପଣ ଯେତେ ବି ଏହାକୁ ଖରାରେ ଶୁଖାଇଲେ କି ଫ୍ୟାନ୍‌ ତଳେ ଶୁଖାଇଲେ କୌଣସି ଫାଇଦା ମିଳିବନି। ଧନିଆ ପତ୍ର ଗୋଟିଏ ଦିନ ଭିତରେ ହିଁ ଶୁଖିଯିବ ନଚେତ୍‌ ମଇଶ୍ଚର କାରଣରୁ ସଢ଼ିବାକୁ ଲାଗିବ ଏବଂ ଏଥିରୁ ଦୁର୍ଗନ୍ଧ ବି ବାହାରିବ। ଧନିଆ ପତ୍ରକୁ ସବୁବେଳେ ଡ୍ରାଏ ଷ୍ଟୋର କରିବା ହିଁ ବେଷ୍ଟ୍‍ ରହିବ।

ସବୁବେଳେ ଧନିଆ ପତ୍ରର କାଣ୍ଡ ଓ ଚେର କାଟି ଏହାକୁ ଷ୍ଟୋର କରିବା ଉଚିତ। କାହିଁକିନା, ଧନିଆ ପତ୍ରର ଚେର ଓ କାଣ୍ଡରେ ହିଁ ମଇଶ୍ଚର ରହିଥାଏ। ଏହା ଧନିଆ ପତ୍ରକୁ ସଢ଼ିବାରେ ସାହାଯ୍ୟ କରିଥାଏ। ଧନିଆର ଚେର ଓ କାଣ୍ଡକୁ କାଟି ଷ୍ଟୋର୍‌ କରିବା ଦ୍ୱାରା ଏହା ଲମ୍ବା ସମୟ ପର୍ଯ୍ୟନ୍ତ ସତେଜ ରହିଥାଏ।

ଫ୍ରିଜ୍‌ରେ ଖୋଲା ଧନିଆ ଷ୍ଟୋର୍‌ କରିବା: ଧନିଆ ପତ୍ରକୁ ଭୁଲ୍‌ରେ ବି ଫ୍ରିଜ୍‌ରେ ଖୋଲା ଷ୍ଟୋର କରନ୍ତୁ ନାହିଁ। କାହିଁକିନା, ଫ୍ରିଜ୍‌ରେ ଧନିଆ ପତ୍ର ରଖିଲେ କିଛି ଘଣ୍ଟା ଭିତରେ ଏହା ଝାଉଁଳି ପଡ଼ିଥାଏ ଏବଂ ଏହା ଖରାପ ହୋଇଯାଇଥାଏ। ଏତିକି ନୁହେଁ, ଫ୍ରିଜ୍‌ରେ ଧନିଆ ପତ୍ର ଖୋଲା ରଖିଲେ ଏହାର ଗନ୍ଧ ବାକି ଜିନିଷଗୁଡ଼ିକୁ ମଧ୍ୟ ଚାଲିଯାଇଥାଏ।

ଏୟାର ଟାଇଟ୍‌ ବାକ୍ସ ବ୍ୟବହାର ନ କରିବା: ଯଦି ଆପଣଙ୍କୁ ୧ ସପ୍ତାହ ପରେ ବି ଧନିଆ ପତ୍ରକୁ ସତେଜ ରଖିବାର ଅଛି, ତା’ହେଲେ ଏହାକୁ ଏୟାର ଟାଇଟ୍‌ ବାକ୍ସରେ ରଖନ୍ତୁ। ପ୍ରଥମେ ଏହାକୁ କାଗଜରେ ଗୁଡ଼ାଇ ଏୟାର ଟାଇଟ୍‌ ବାକ୍ସରେ ଷ୍ଟୋର କରନ୍ତୁ। ଏହି ଉପାୟରେ ଆପଣଙ୍କ ଧନିଆ ପତ୍ର ଦୀର୍ଘ ଦିନ ପର୍ଯ୍ୟନ୍ତ ସତେଜ ରହିପାରିବ।

ଷ୍ଟୋର୍‌ କରିବା ସମୟରେ ମଇଶ୍ଚରର ଧ୍ୟାନ ନ ରଖିବା: ଆଉ ଏକ ଭୁଲ୍‌ ହେଉଛି ଯେ ଲୋକେ ଧନିଆ ପତ୍ର ଷ୍ଟୋର୍‌ କରିବା ସମୟରେ ଡବା ଭିତରେ ମଇଶ୍ଚରର ଧ୍ୟାନ ରଖି ନ ଥାଆନ୍ତି। ଯଦି ଡବାକୁ ନ ପୋଛି ଆପଣ ସେଥିରେ ଧନିଆ ପତ୍ର ଷ୍ଟୋର୍‌ କରିବେ, ତା’ହେଲେ ସେଥିରେ ଥିବା ସାମାନ୍ୟ ମଇଶ୍ଚର ବି ଧନିଆକୁ ଖରାପ କରିଦେଇପାରେ। ଯଦି ଆପଣ ଅଧିକ ପରିମାଣରେ ଧନିଆ ପତ୍ର ବଜାରରୁ କିଣିକି ଆଣିଛନ୍ତି, ତା’ହେଲେ ଏହି ୫ଟି ଭୁଲ୍‌ରୁ ନିଶ୍ଚୟ ଦୂରେଇ ରୁହନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.