ବର୍ଷାଦିନରେ ସଢିବନି କି ନଷ୍ଟ ହେବନି ଧନିଆପତ୍ର, ଜାଣନ୍ତୁ କେମିତି କରିବେ ଷ୍ଟୋର

ବର୍ଷାଦିନ ଆସିବା ମାତ୍ରେ ଶାଗ, ଧନିଆପତ୍ର ଭଳି ଜିନିଷ ବହୁତ ଜଲଦି ଖରାପ ହୋଇଯାଏ। ବର୍ଷାଦିନରେ ଏହିସବୁ ଜିନିଷ ୧-୨ ଦିନରୁ ଅଧିକ ସମୟ ରହିପାରେ ନାହିଁ। ସେହିପରି ମାର୍କେଟରେ ଧନିଆପତ୍ର ବର୍ଷାଦିନରେ ମହଙ୍ଗା ହୋଇଯାଏ। ପାଣିପାଗରେ ପରିବର୍ତ୍ତନ ଓ ବର୍ଷା ଯୋଗୁଁ ଅଧିକ ଦିନ ପର୍ଯ୍ୟନ୍ତ ଫ୍ରେସ ରହିନଥାଏ। ଧନିଆପତ୍ର ଡାଲି ହେଉ ଅବା ରାଇତା କିମ୍ବା ଚଟଣୀର ସ୍ୱାଦ ବଢାଇଥାଏ। ଅଧିକାଂଶ ଘରେ ଖାଇବାରେ ଧନିଆ ପତ୍ରକୁ ବ୍ୟବହାର କରାଯାଏ। ଧନିଆ ପେଟ ଏବଂ ଡାଇଜେସନ ପାଇଁ ବହୁତ ଭଲ ହୋଇଥାଏ। ଆପଣ ତେବେ ସବୁବେଳେ ଖାଦ୍ୟରେ ଏହାକୁ ବ୍ୟବହାର କରିପାରିବେ।

ଧନିଆପତ୍ର ବା ସିଲାଣ୍ଟ୍ରୋ ମାଙ୍ଗାନିଜ, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର। ଏଥିରେ କିଛି ପରିମାଣରେ ପୋଟାସିୟମ୍, ଫସଫରସ୍, କ୍ୟାଲସିୟମ୍, ଥାୟାମିନ୍, ନାୟାସିନ୍ ଏବଂ କ୍ୟାରୋଟିନ୍ ରହିଛି। ଏହା ମଧୁମେହ ରୋଗୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହା ଇନସୁଲିନ କ୍ଷରଣକୁ ଉତ୍ତେଜିତ କରିଥାଏ ଏବଂ ବ୍ଲଡ୍ ସୁଗାର ମାତ୍ରାକୁ କମ୍ କରିଥାଏ। ଧନିଆପତ୍ର ଆଲଝିମର୍ ରୋଗୀଙ୍କ ପାଇଁ ମଧ୍ୟ ଉପକାରୀ ।

ଧନିଆ ପତ୍ର ସବୁ ରେସିପିର ସ୍ୱାଦକୁ ବଢ଼ାଇ ଦେଇଥାଏ। ଖାସକରି ତରକାରୀର ସ୍ୱାଦକୁ ଧନିଆ ପତ୍ର ହିଁ ବଢ଼ାଇ ଦେଇଥାଏ। କିନ୍ତୁ ଧନିଆ ସହିତ ସବୁଠାରୁ ବଡ ସମସ୍ୟା ହେଉଛି ଏହା ଅଧିକ ଦିନ ରହେନାହିଁ। ଦୁଇ ତିନି ଦିନ ପରେ ଏହା ଖରାପ ହୋଇଯାଏ। ସୁଖି ଯାଇଥିବା କାରଣରୁ ତରକାରୀରେ ଆଉ ପକାଇବାକୁ ଇଚ୍ଛା ହୁଏନି। ତେବେ ଏମିତିରେ ଇଚ୍ଛା ହୁଏ ଏମିତି କିଛି ଉପାୟ ଥାନ୍ତା ଯେଉଁ ଉପାୟ ଦ୍ୱାରା ଧନିଆ ପତ୍ରକୁ ଅଧିକ ଦିନ ପର୍ଯ୍ୟନ୍ତ ପ୍ରିଜର୍ଭ କରି ରଖିହେବ।

ତେବେ ବର୍ଷାଦିନେ ଧନିଆପତ୍ରକୁ ଷ୍ଟୋର କରିବାର ଉପାୟ ଜାଣିରଖିବା ଜରୁରୀ। ଏହାଦ୍ୱାରା ଧନିଆପତ୍ର ସଢିବ ନାହିଁ କିମ୍ବା ନଷ୍ଟ ଦେବ ନାହିଁ। ଅଧିକ ଦିନ ପର୍ଯ୍ୟନ୍ତ ଫ୍ରେସ ରହିଥାଏ। ତେବେ ଜାଣନ୍ତୁ ଧନିଆପତ୍ରକୁ କିପରି ଷ୍ଟୋର କରିବେ ?

Coriander

ବର୍ଷାଦିନରେ କେମିତି କରିବେ ଷ୍ଟୋର:

– ଯଦି ଆପଣ ଧନିଆପତ୍ର ଖାଇବାକୁ ଭଲପାଆନ୍ତି, ତେବେ ନିଶ୍ଚିତ ଫ୍ରିଜରେ ଧନିଆପତ୍ର ରଖୁଥିବେ। ଏହାକୁ ପ୍ଲାଷ୍ଟିକ ବ୍ୟାଗରେ ରଖନ୍ତୁ।

– ଧନିଆପତ୍ର ଯଦି ଆପଣଙ୍କୁ ଓଦା ଲାଗୁଥାଏ, ତେବେ ଏହାକୁ ଆପଣ ଫ୍ୟାନ ତଳେ ଅଳ୍ପ ସମୟ ପର୍ଯ୍ୟନ୍ତ ଶୁଖାଇଦିଅନ୍ତୁ। ତା’ ପରେ ଏହାକୁ ଷ୍ଟୋର କରନ୍ତୁ।

– ଧନିଆପତ୍ରକୁ ଟିସୁ ପେପରରେ ଗୁଡାଇ ପଲିଥିନରେ ପୁରାଇ ରଖିପାରିବେ।

– ଧନିଆପତ୍ରକୁ ଷ୍ଟୋ କରିବାର ସବୁଠାରୁ ଭଲ ଉପାୟ ହେଉଛି, ଏହାକୁ ଖବରକାଗଜରେ ଗୁଡାଇ ଏୟାରଟାଇଟ ଡବାରେ ବନ୍ଦ କରି ରଖନ୍ତୁ।

– ଯଦି ଏୟାରଟାଇଟ ଡବାରେ ଧନିଆପତ୍ର ରଖୁଛନ୍ତି, ତେବେ ଭଲଭାବେ ପତ୍ରକୁ ସଫା କରିଦିଅନ୍ତୁ। ଧ୍ୟାନ ରଖନ୍ତୁ, ଧନିଆପତ୍ର ଓଦା ହେବା ଉଚିତ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.