କରୋନା ପରେ ବ୍ୟକ୍ତିଙ୍କର ଆଖି ରଙ୍ଗ ପରିବର୍ତ୍ତନ ସହ ମତିଭ୍ରମ ଭଳି ସମସ୍ୟା ଦେଖାଯାଉଛି, ଜାଣନ୍ତୁ

କରୋନା ସଂକ୍ରମଣର ପ୍ରଭାବ ସୁସ୍ଥ ଥିବା ପରେ ମଧ୍ୟ ଦେଖାଯାଉଛି । କରୋନାକୁ ହରେଇଥିବା ଲୋକଙ୍କ ମଧ୍ୟରେ ଏବେ ନୂଆ ସମସ୍ୟା ଦେଖାଯାଉଛି । ଆଖିର ରଙ୍ଗ ପରିବର୍ତ୍ତନ ହେବା ସହ କେତେଜଣଙ୍କ ପାଖରେ ଭୁଲିବା ସମସ୍ୟା ଦେଖାଯାଉଛି । ତେଣୁ ଏଥିପାଇଁ ଉତ୍ତମ ଡାଏଟର ଆବଶ୍ୟକତା ରହିଛି ।

ଏହା ବ୍ୟତିତ କେତେକ ଲୋକଙ୍କର ମାଂସପେଶୀରେ ଦରଜ ହେଉଛି । କରୋନା ପରେ ବ୍ୟକ୍ତି ବିଶେଷ ଚିଡଚିଡା ମଧ୍ୟ ହୋଇଯାଉଛନ୍ତି । ସମସ୍ତଙ୍କ ଠୁ ଦୂରେଇ ରହିବା ଫଳରେ ମାନସିକ ଅଶାନ୍ତି ମଧ୍ୟ ଦେଖାଯାଉଛି ।

11
pc: MedicineNet

ଡାକ୍ତରଙ୍କ କହିବା ଅନୁଯାୟୀ କରୋନା ପରେ ଦେଖାଯାଉଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ପାଖାପାଖି ୧ ମାସ ଧରି ରହିବ । ଏହାପରେ ତାର ପ୍ରଭାବ କମିବ । ଯଦି ଏହାପରେ ମଧ୍ୟ କେହି ସମସ୍ୟାର ସମ୍ମୁଖିନ ହେଉଛନ୍ତି ତେବେ ସେମାନେ ନିଜ ଖାଇବାକୁ ନେଇ ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

କରୋନା କାଳରେ ନିଜକୁ ସୁସ୍ଥ ରଖିବା ପାଇଁ ମାନସିକ ଭାବେ ଖୁସି ରୁହନ୍ତୁ । ଏହା ଦ୍ୱରା ଆପଣ ସୁସ୍ଥ ରହି ପାରିବେ । ଏହାସହ କରୋନା ଜନିତ ସମସ୍ତ ଗାଇଡଲାଇନ୍ସକୁ ଫଲୋ କରନ୍ତୁ । ନିଜେ ସତର୍କ ରୁହନ୍ତୁ ଏବଂ ସମସ୍ତଙ୍କୁ ସତର୍କ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.