କରୋନା କାଳରେ କିପରି ରଖିବେ ନିଜ ଫୁସଫୁସକୁ ସୁସ୍ଥ, ଆପଣଙ୍କ ଘରେ ହିଁ ରହିଛି ସମସ୍ତ ଉପାୟ

ସୁସ୍ଥ ଶରୀର ଓ ଉଚିତ୍‌ ସ୍ୱାସ୍ଥ୍ୟ ପାଇଁ ଫୁସଫୁସର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । କରୋନା ସଂକ୍ରମଣର ଏହି ସମୟରେ ପୁସଫୁସର ଯତ୍ନ ନେବା ନିହାତି ଆବଶ୍ୟକ । ସୁସ୍ଥ ଫୁସଫୁସ ରହିବା ଦ୍ୱାରା କରୋନା ସଂକ୍ରମଣର ଆଶଙ୍କା କମ୍‌ ରହିଥାଏ । ଏଥିପାଇଁ ଆପଣଙ୍କୁ ନିଜ ଡାଏଟରେ କିଛି ଘରୋଇ ଜିନିଷ ସାମିଲ କରିବାକୁ ହେବ । ଆସନ୍ତୁ ଫୁସଫୁସର ସୁରକ୍ଷା ପାଇଁ ଘରୋଇ ଉପଚାର ବିଷୟରେ ଜାଣିବା ।

ପେପରମିଣ୍ଟ ଟି :

ପେପରମିଣ୍ଟର ସେବନ କରିବା ଦ୍ୱାରା ପୁସଫୁସ ସଫା ହେବା ସହିତ ହେଲ୍‌ଦି ମଧ୍ୟ ରହିଥାଏ । ଦିନରେ ଦୁଇ ଥର ଏହାର ସେବନ କଲେ ଏହା ଫୁସଫୁସରେ ହେଉଥିବା ଇନଫେକ୍ସନ ସହିତ ଲଢିଥାଏ ଓ ଫୁସଫୁସ କୁ ମଜବୁତ କରିଥାଏ ।

ଗ୍ରିନ ଟି:

ग्रीन-टी 

ଗ୍ରିନ ଟିରେ ପୋଲିଫେନାଲ୍ସ ଏବଂ ଆଣ୍ଟିଇଫ୍ଲାମେଣ୍ଟ୍ରି ପ୍ରୋପୋଟିଜ ରହିଥାଏ ଯାହା ସବୁ ପ୍ରକାର ଭୂତାଣୁ ସହିତ ଲଢିବାରେ ସହାୟକ ହୋଇଥାଏ । ଗ୍ରିନ ଟିର ସେବନ ମଧ୍ୟ ଫୁସଫୁସକୁ ସୁରକ୍ଷା ଯୋଗାଇଥାଏ ।

ମହୁ:

ମହୁ ସେବନ ଦ୍ୱାରାପ ଫୁସଫୁସ ମଜବୁତ ହୋଇଥାଏ । ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ ପ୍ରୋପୋଟିଜ ରହିଛି ଯାହା ସ୍ୱାସ୍ଥ୍ୟ ପକ୍ଷେ ହିତକାରକ । ଶୋଇବାର ଅଧଘଣ୍ଟା ପୂର୍ବରୁ ଏହାକୁ ସେବନ କରିବା ଦ୍ୱାରା ରାତିରେ ଭଲ ନିଦ ହୋଇଥାଏ , ତାସହିତ କ୍ଷୀର ସହ ମହୁ ମିଶାଇ ପିଇବା ଦ୍ୱାରା ଶରୀରରେ ହାଡ଼ ଗୁଡିକ ମଜବୁତ ହୋଇଥାଏ

ହଳଦୀ:

हल्दी(प्रतीकात्मक तस्वीर)

ହଳଦୀର ସେବନ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ । ଫୁସଫୁସକୁ ମଜବୁତ ରଖିବା ସହିତ ଛାତିର ପିଡା, ନିଶ୍ୱାସ ନେବାରେ ସମସ୍ୟା ଆଦି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.